ETV Bharat / sports

Junior Hockey WC: ଟ୍ରଫି ଉନ୍ମୋଚନ କଲେ ରାଜ୍ୟପାଳ ଗଣେଶୀ ଲାଲ୍‌

author img

By

Published : Nov 24, 2021, 9:53 PM IST

ଐତିହାସିକ କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହୋଇଛି FIH ଜୁନିଅର ହକି ବିଶ୍ବକପ(junior hockey world cup) । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ଆନୁଷ୍ଠାନିକ ଭାବେ ଏହି ମେଗା ଟୁର୍ନାମେଣ୍ଟର ଟ୍ରଫି ଉନ୍ମୋଚିତ କରିଛନ୍ତି । ଅଧିକ ପଢନ୍ତୁ

Governor Prof Ganeshi Lal unveiling of coveted junior hockey world cup trophy at kalinga stadium
Junior Hockey WC: ଟ୍ରଫି ଉନ୍ମୋଚନ କଲେ ରାଜ୍ୟପାଳ ଗଣେଶୀ ଲାଲ୍‌

ଭୁବନେଶ୍ବର: ଐତିହାସିକ କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହୋଇଛି FIH ଜୁନିଅର ହକି ବିଶ୍ବକପ । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ଆନୁଷ୍ଠାନିକ ଭାବେ ଏହି ମେଗା ଟୁର୍ନାମେଣ୍ଟକୁ ଉଦ୍‌ଘାଟିତ କରିଛନ୍ତି ।

ରଙ୍ଗାରଙ୍ଗ ପରିବେଶରେ ଉଦଘାଟିତ ହୋଇଛି ହକି ବିଶ୍ବକପ । କଳିଙ୍ଗ ଷ୍ଟାଡିୟମରେ ରାଜ୍ୟପାଳ ପହଞ୍ଚି ବିଶ୍ବକପ ଟ୍ରଫିକୁ ଉନ୍ମୋଚିତ କରିବା ସହ ଟୁର୍ନାମେଣ୍ଟରେ ଅଂଶଗ୍ରହଣକାରୀ ସମସ୍ତ ୧୬ଟି ଟିମର କ୍ୟାପଟେନଙ୍କୁ ଭେଟିଥିଲେ ।

Chief Guest, His Excellency, @GovernorOdisha Prof. Ganeshi Lal declared open the #JWC2021 & unveiled the trophy in presence of Hon'ble Sports Min Sri @btushar02, Dr @kukubatra57, President, FIH, PadmaShri @DilipTirkey, C'man OHPC & Gyanendro Ningombam, President, @TheHockeyIndia pic.twitter.com/5X1cG8lyQn

— Odisha Sports (@sports_odisha) November 24, 2021

ଅଧିକ ପଢନ୍ତୁ: Junior Hockey WC: ଚତୁର୍ଥ ମ୍ୟାଚ୍‌ରେ ବାଜି ମାରିଲା ମାଲେସିଆ

ଏହି ଉଦ୍‌ଘାଟନୀ ଉତ୍ସବରେ ରାଜ୍ୟପାଳଙ୍କ ସହ FIH ସଭାପତି ନରିନ୍ଦର ବାତ୍ରା, ରାଜ୍ୟ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା, କ୍ରୀଡାସଚିବ ଭିନିଲ କ୍ରିଷ୍ଣା, ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ ପ୍ରମୁଖ ଉପସ୍ଥିତ ଥିଲେ ।

ରଙ୍ଗବେରଙ୍ଗର ଆତସବାଜି ସହ ଏହି ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି । ପ୍ରଥମ ଦିନରେ ୫ଟି ମ୍ୟାଚ୍‌ ଖେଳାଯାଇଛି । ଡିଫେଣ୍ଡି ଚମ୍ପିଆନ ତଥା ଆୟୋଜକ ଭାରତ ପ୍ରଥମ ଦିନରେ ଫ୍ରାନ୍ସ ବିପକ୍ଷରେ ପ୍ରଥମ ମ୍ୟାଚ୍‌ ଖେଳି ଅଭିଯାନ ଆରମ୍ଭ କରିଛି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ଭୁବନେଶ୍ବର: ଐତିହାସିକ କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହୋଇଛି FIH ଜୁନିଅର ହକି ବିଶ୍ବକପ । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ଆନୁଷ୍ଠାନିକ ଭାବେ ଏହି ମେଗା ଟୁର୍ନାମେଣ୍ଟକୁ ଉଦ୍‌ଘାଟିତ କରିଛନ୍ତି ।

ରଙ୍ଗାରଙ୍ଗ ପରିବେଶରେ ଉଦଘାଟିତ ହୋଇଛି ହକି ବିଶ୍ବକପ । କଳିଙ୍ଗ ଷ୍ଟାଡିୟମରେ ରାଜ୍ୟପାଳ ପହଞ୍ଚି ବିଶ୍ବକପ ଟ୍ରଫିକୁ ଉନ୍ମୋଚିତ କରିବା ସହ ଟୁର୍ନାମେଣ୍ଟରେ ଅଂଶଗ୍ରହଣକାରୀ ସମସ୍ତ ୧୬ଟି ଟିମର କ୍ୟାପଟେନଙ୍କୁ ଭେଟିଥିଲେ ।

ଅଧିକ ପଢନ୍ତୁ: Junior Hockey WC: ଚତୁର୍ଥ ମ୍ୟାଚ୍‌ରେ ବାଜି ମାରିଲା ମାଲେସିଆ

ଏହି ଉଦ୍‌ଘାଟନୀ ଉତ୍ସବରେ ରାଜ୍ୟପାଳଙ୍କ ସହ FIH ସଭାପତି ନରିନ୍ଦର ବାତ୍ରା, ରାଜ୍ୟ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା, କ୍ରୀଡାସଚିବ ଭିନିଲ କ୍ରିଷ୍ଣା, ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ ପ୍ରମୁଖ ଉପସ୍ଥିତ ଥିଲେ ।

ରଙ୍ଗବେରଙ୍ଗର ଆତସବାଜି ସହ ଏହି ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି । ପ୍ରଥମ ଦିନରେ ୫ଟି ମ୍ୟାଚ୍‌ ଖେଳାଯାଇଛି । ଡିଫେଣ୍ଡି ଚମ୍ପିଆନ ତଥା ଆୟୋଜକ ଭାରତ ପ୍ରଥମ ଦିନରେ ଫ୍ରାନ୍ସ ବିପକ୍ଷରେ ପ୍ରଥମ ମ୍ୟାଚ୍‌ ଖେଳି ଅଭିଯାନ ଆରମ୍ଭ କରିଛି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.