ETV Bharat / sports

Junior hockey World Cup: ବ୍ରୋଞ୍ଜ ମେଡାଲ ମ୍ୟାଚ୍‌ରେ ଭାରତ ନିରାଶ

author img

By

Published : Dec 5, 2021, 6:42 PM IST

Updated : Dec 5, 2021, 7:17 PM IST

ଜୁନିଅର ହକି ବିଶ୍ବକପ ୨୦୨୧ର ବ୍ରୋଞ୍ଜ ମେଡାଲ ମ୍ୟାଚ୍‌ରେ ଫ୍ରାନ୍ସଠାରୁ ୧-୩ ଗୋଲ୍‌ରେ ପରାସ୍ତ ହୋଇ ଚତୁର୍ଥ ସ୍ଥାନରେ ସନ୍ତୁଷ୍ଟ ହୋଇଛି ଭାରତୀୟ ହକି ଟିମ । ଅଧିକ ପଢନ୍ତୁ

France beat india won bronze medal in junior mens hockey world cup
Junior hockey World Cup: ବ୍ରୋଞ୍ଜ ମେଡାଲ ମ୍ୟାଚ୍‌ରେ ଭାରତ ନିରାଶ

ଭୁବନେଶ୍ବର: ଚଳିତ ଜୁନିଅର ହକି ବିଶ୍ବକପରେ ଚତୁର୍ଥ ସ୍ଥାନରେ ସନ୍ତୁଷ୍ଟ ହୋଇଛି ଆୟୋଜତ ଭାରତ । ବ୍ରୋଞ୍ଜ ମେଡାଲ ମ୍ୟାଚ୍‌ରେ ଫ୍ରାନ୍ସ ଠାରୁ ୧-୩ ଗୋଲ୍‌ରେ ପରାସ୍ତ ଘରୋଇ ଟିମ । ଫ୍ରାନ୍ସ ପକ୍ଷରୁ ଟିମର କ୍ୟାପଟେନ ଟିମୋଥି କ୍ଳିମେଣ୍ଟ ମ୍ୟାଚ୍‌ର ହିରୋ ରହିବା ସହ ଟୁର୍ନାମେଣ୍ଟର ଚତୁର୍ଥ ହ୍ୟା-ଟ୍ରିକ୍‌ ସ୍କୋର୍‌ କରିଥିଲେ ।

ଜୁନିଅର ବିଶ୍ବକପରେ ସେ ମୋଟ ୧୪ଟି ଗୋଲ୍‌ ନିଜ ନାମରେ କରିଛନ୍ତି । ଭାରତ ପାଇଁ ଏକମାତ୍ର ସ୍କୋରର ରହଥିଲେ ସୁଦୀପ । ଟୁର୍ନାମେଣ୍ଟରେ ଫ୍ରାନ୍ସଠାରୁ ଭାରତର ଏହା ଦ୍ବିତୀୟ ପରାଜୟ । ନଭେମ୍ବର ୨୪ରେ ଫ୍ରାନ୍ସ ବିପକ୍ଷରେ ପ୍ରଥମ ମ୍ୟାଚ୍‌ ଖେଳି ଅଭିଯାନ ଆରମ୍ଭ କରିଥିଲା ଭାରତ । ତେବେ ପ୍ରଥମ ମ୍ୟାଚ୍‌ରେ ଘରୋଇ ଟିମକୁ ୪-୫ ଗୋଲ୍‌ ବ୍ୟବଧାନରେ ପରାଜୟ ମିଳିଥିଲା ।

ମ୍ୟାଚ୍‌ ଆରମ୍ଭରୁ ଆକ୍ରମଣାତ୍ମକ ରଣନୀତି ସହ ଖେଳିଥିଲା ଭାରତ ଓ ଫ୍ରାନ୍ସ ଡିଫେନ୍ସ ପାଇଁ ଆହ୍ବାନ ସୃଷ୍ଟି କରିଥିଲା । ତେବେ ୟୁରୋପିଅନ ଟିମ ବିପକ୍ଷରେ ପେନାଲିଟି କର୍ଣ୍ଣର ଭାରତ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିଲା । ଫର୍ମରେ ଥିବା ସର୍ଦାନନ୍ଦ ତିୱାରୀ ମଧ୍ୟ ମ୍ୟାଚ୍‌ର ଗୁରୁତ୍ବପୂର୍ଣ୍ଣ ସମୟରେ ଗ୍ରୀନ କାର୍ଡ ପାଇଥିଲେ ।

ଏହାର ସୁଯୋଗ ନେଇ ଫ୍ରେଞ୍ଚ୍‌ କ୍ୟାପଟେନ ଟିମ ପାଇଁ ମ୍ୟାଚ୍‌ ବିଜୟୀ ପ୍ରଦର୍ଶନ ସହ ହ୍ୟା-ଟ୍ରିକ୍‌ ଗୋଲ୍‌ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Dec 5, 2021, 7:17 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.