ETV Bharat / sports

2020 ଚ୍ୟାଲେଞ୍ଜ ପାଇଁ ମହିଳା ହକି ଦଳଙ୍କ ଟ୍ରେନିଙ୍ଗ ଆରମ୍ଭ - ଭାରତୀୟ ମହିଳା ହକି ଟିମ

2020ରେ ଭଲ ପ୍ରଦର୍ଶନ କରିବା ସହ ସମସ୍ତ ଚ୍ୟାଲେଞ୍ଜର ସାମ୍ନା କରିବାର ଆଶା ରଖିଛୁ ବୋଲି କହିଛନ୍ତି ଭାରତୀୟ ମହିଳା ହକି ଟିମର କୋଚ ଶୋର୍ଡ ମାରିନ।

hockey
hockey
author img

By

Published : Jan 4, 2020, 8:17 PM IST

ନୂଆଦିଲ୍ଲୀ: ଭାରତୀୟ ମହିଳା ହକି ଟିମ ଚଳିତ ମାସରେ ଶେଷ ଆଡକୁ ନ୍ୟୁଜିଲାଣ୍ଡ ଗସ୍ତ କରିବ। ଏନେଇ କୋଚ ଶୋର୍ଡ ମାରିନ ଟିମର ଟ୍ରେନିଂ ଆରମ୍ଭ କରିଛନ୍ତି। 17ଦିନିଆ ଶିବିରରେ ଟ୍ରେନିଂ ଆହୁରି କଡାକଡି କରିବାର ଲକ୍ଷ୍ୟ ରଖିଛନ୍ତି କୋଚ। ହକି ଇଣ୍ଡିଆ ଏହି ଶିବିର ପାଇଁ 25ଜଣିଆ ସଦସ୍ୟଙ୍କ ନାଁ ଘୋଷଣା କରିଛି।

ଭାରତୀୟ ମହିଳା ହକି ଟିମ ପାଇଁ 2019 ବର୍ଷ ଭଲ ରହିଥିଲା। ସେହି ବର୍ଷ ମହିଳା ଟିମ ଟୋକିଓ ଅଲମ୍ପିକର ଟିକେଟ ହାସଲ କରିଛି। ନବ ବର୍ଷ ଅବସରରେ ଟିମର ଆରମ୍ଭ ନ୍ୟୁଜିଲାଣ୍ଡ ଗସ୍ତରୁ ହେବାକୁ ଯାଉଛି। ବିଶ୍ବର ଷଷ୍ଠ ସ୍ଥାନରେ ଥିବା ମହିଳା ନ୍ୟୁଜିଲାଣ୍ଡ ଦଳ ସହ ଭାରତ 4ଟି ମ୍ୟାଚ ଖେଳିବ ଓ ଗୋଟିଏ ମ୍ୟାଚ ବ୍ରିଟେନ ବିପକ୍ଷରେ ଖେଳିବ ।

hockey
କୋଚ ଶୋର୍ଡ ମାରିନ

କୋଚ ମାରିନ କହିଛନ୍ତି ଯେ, ଆମେ ସମସ୍ତେ 2020ରେ ଭଲ ପ୍ରଦର୍ଶନ କରିବା ସହ ସମସ୍ତ ଚ୍ୟାଲେଞ୍ଜର ସମ୍ନା କରିବାର ଆଶା ରଖିଛୁ। ଆମେ 25 ଖେଳାଳିଙ୍କ ସହ ଜାତୀୟ କୋଚିଂ ଶିବିର ଆରମ୍ଭ କରିଛୁ। ସେମାନଙ୍କ ମଧ୍ୟରୁ 16ଜଣ ଖେଳାଳିଙ୍କୁ ଅଲମ୍ପିକ ପାଇଁ ଚୟନ କରାଯାଇଛି।

hockey
ଭାରତୀୟ ମହିଳା ହକି ଟିମ

ସମ୍ଭାବିତ ଖେଳାଳିଙ୍କ ସୂଚୀ:
ଗୋଲକିପର: ସବିତା, ରଜନୀ ଇତିମାରପୁ, ବିଚୁ ଦେବୀ ଖାରିବାମ
ଡିଫେଣ୍ଡର:ଦୀପ ଗ୍ରେସ ଏକ୍କା, ରୀନା ଖୋଖର, ସଲିମା ଟେଟେ, ମନପ୍ରୀତ କୌର, ଗୁରଜୀତ କୌର ଓ ନିଶା
ମିଡଫିଲ୍ଡର: ନିକ୍କି ପ୍ରଧାନ, ମୋନିକା, ନେହା ଗୋଏଲ, ଲିଲିମା ମିଞ୍ଜ, ସୁଶୀଲ ଚାନୁ ପୁଖରାମବାମ୍‌, ସୋନିକା, ନମିତା ଟପ୍ପୋ
ଫରଓ୍ବାର୍ଡ: ରାନୀ, ଲାଲରେମସିୟାମୀ, ବନ୍ଦନା କଟାରିୟା, ନବଜ୍ୟୋତ କୌର, ନବନୀତ କୌର, ରାଜବିନ୍ଦ୍ର କୌର, ଜ୍ୟୋତି, ଶର୍ମିଳା ଦେବୀ ଓ ଉଦିତା

ସିସିଟିଭି ରେ କଏଦ ହେଲା ଡିକି ଭାଙ୍ଗି ଲୁଟ ର ଦୃଶ୍ୟ।

ଅସୁରକ୍ଷିତ ହୋଇପଡିଛି ରାଜଧାନୀ। ଭୟଭୀତ ହୋଇପଡିଛି ରାଜଧାନୀବାସI। ପ୍ରତିଦିନ ଚୋରି ଲୁଟ ଛିନ ତାଇ ଭଳି ଘଟଣା ଘଟିବା ରେ ଲଗୁଛି। ଏଭଳି ପରିସ୍ଥିତି ରେ ପୋଲିସ ର ହାତ ଖାଲି ରହିଛି। ଅପରାଧୀଙ୍କୁ ଧରିବାରେ ପୋଲିସ ଅକ୍ଷମ ହେଉଛି। ଦିନ ଡିହିପହରାରେ ରାଜଧାନୀ ଉପକଣ୍ଠ ରେ ଏକ ଯବାନଙ୍କ ଗାଡ଼ି ଡିକି ଭାଙ୍ଗି ଲକ୍ଷ ଲକ୍ଷ ଟଙ୍କା ଲୁଟ କରିଛନ୍ତି ଲୁଟେରା।

ଏୟାର ଫିଲ୍ଡ ଥାନା ଅଧୀନରେ ଜଣେ ମହିଳା ଓ କର୍ମଚାରୀଙ୍କୁ ଆକ୍ରମଣ କରି ୭୫ ହଜାର ଟଙ୍କା ଲୁଟି ଥିବା ବେଳେ ଏହାର ୨୪ ଘଣ୍ଟା ନ ପୁରୁନୁ ଏକ ଯବାନ ଙ୍କ ଗାଡ଼ି ଡିକି ରୁ ୪ ଲକ୍ଷ ଟଙ୍କା ଲୁଟି ଛନ୍ତି। ଲୁଟ ର ଶିକାର ହୋଇଛନ୍ତି ଜଣେ ସି ଆଇ ଏସ ଏଫା ଯବାନ। ଘଟଣା ଘଟିଛି ହାଇଟେକ୍ ଆପର୍ଟ୍ ମେଣ୍ଟ ନିକଟରେ ଥିବା ଚଣ୍ଡିବଜାର ଛକରେ। ଏହି ସମ୍ପର୍କରେ ସୁଧାଂଶୁ ଶେଖର ଦାସ ଥାନା ରେ ଅଭିଯୋଗ କରିଛନ୍ତି। ଅଭିଯୋଗ ମୁତାବକ ପୋଲିସ ଘଟଣା ସ୍ଥଳକୁ ଯାଇ ଛାନ ଭିନ୍ କରିଛି। ଚଣ୍ଡୀ  ବଜାରରେ ଥିବା ଏକ ଜିମ୍ ର ସିସିଟିଭି କ୍ୟାମେରା ରେ ସମ୍ପୂର୍ଣ ଚୋରି ହେଉଥିବା ଦୃଶ୍ୟ କଏଦ ହୋଇଛି। 

ସୂଚନା ମୁତାବକ ଯବାନ ୟୁନିଟ୍ ୧ ଷ୍ଟେଟବ୍ୟାଙ୍କ ଶାଖାରୁ ୪ ଲକ୍ଷ ଟଙ୍କା ଉଠାଇ ନିଜ ବାଇକ୍ ଡିକି ରେ ରଖିଥିଲେ । ରାସ୍ତାରେ ବାଇକ୍ ରଖି ଏକ ପାନ ଦୋକାନକୁ କିଛି ଜିନିଷ କିଣିବାକୁ ଯାଇଥାଏ ଉକ୍ତ ଯବାନ। ଏହି ସମୟରେ ଦୁଇ ଜନ ଲୁଟେରା ଏକ କଳା ରଙ୍ଗର ପଲସରରେ ଆସି ଡିକି ଭାଙ୍ଗି ୪ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। 
ରାଜଧାନୀ ରେ ଏଭଳି ଘଟଣା ଦିନକୁ ଦିନ ବଢ଼ିବାରେ ଲାଗିଛି। ଯାହାକୁ ନେଇ ରାଜଧାନୀ ବାସୀ ଭୟ ଭୂତ ଅବସ୍ଥାରେ ରହୁଛନ୍ତି। 

ସିସିଟିଭି ଫୁଟେଜ visual send WhatsApp

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.