ETV Bharat / sports

SAI ର ସୂଚନା: ସୁସ୍ଥ ଅଛନ୍ତି କୋରୋନା ସଂକ୍ରମିତ ହକି ଖେଳାଳି - ହକି ଟିମ ଇଣ୍ଡିଆ ଖେଳାଳି କୋରୋନା ପଜିଟିଭ

ସୁସ୍ଥ ଅଛନ୍ତି କୋରୋନା ପଜିଟିଭ ଚିହ୍ନଟ ହୋଇଥିବା ହକି ଟିମ ଇଣ୍ଡିଆର 5 ଖେଳାଳି । ଏନେଇ ସ୍ପୋର୍ଟ୍ସ ଅଥରିଟି ଅଫ ଇଣ୍ଡିଆ ପକ୍ଷରୁ ଶନିବାର ସ୍ପଷ୍ଟ କରାଯାଇଛି ।

Five hockey players who tested positive for Covid-19 are doing well: SAI
SAIର ସୂଚନା: ସୁସ୍ଥ ଅଛନ୍ତି କୋରୋନା ସଂକ୍ରମିତ ହକି ଖେଳାଳି
author img

By

Published : Aug 8, 2020, 9:50 PM IST

ନୂଆଦିଲ୍ଲୀ: ସୁସ୍ଥ ଅଛନ୍ତି କୋରୋନା ପଜିଟିଭ ଚିହ୍ନଟ ହୋଇଥିବା ହକି ଟିମ ଇଣ୍ଡିଆର 5 ଖେଳାଳି । ଏନେଇ ସ୍ପୋର୍ଟ୍ସ ଅଥରିଟି ଅଫ ଇଣ୍ଡିଆ ପକ୍ଷରୁ ଶନିବାର ସ୍ପଷ୍ଟ କରାଯାଇଛି ।

ଘରୋଇ ଡାକ୍ତର ଓ ଜଣେ ରାଜ୍ୟ ସରକାରଙ୍କ ଡାକ୍ତର ଏହି ସମସ୍ତ ଖେଳାଳିଙ୍କ ଚିକିତ୍ସାରେ ନିୟୋଜିତ ହୋଇଛନ୍ତି । ସ୍ପୋର୍ଟସ ଅଥରିଟି ଅଫ ଇଣ୍ଡିଆର ଅନୁରୋଧ କ୍ରମେ ରାଜ୍ୟ ସରକାରଙ୍କ ଜଣେ ଡାକ୍ତର ଏହି ଟିମରେ ସାମିଲ ହୋଇଛନ୍ତି । ସ୍ଥାନୀୟ ମଣିପାଲ ହସ୍ପିଟାଲର ଏକ ଏକ୍ସପର୍ଟ ଡାକ୍ତରୀ ଟିମଙ୍କୁ ମଧ୍ୟ ସାଇ ପକ୍ଷରୁ ଚିକିତ୍ସାରେ ଲଗାଯାଇଛି ।

ଶୁକ୍ରବାର ଭାରତୀୟ ପୁରୁଷ ହକି ଟିମର କ୍ୟାପଟେନ ମନପ୍ରିତ ସିଂଙ୍କ ସମେତ, ସୁରେନ୍ଦର କୁମାର, ଜଶକରଣ ସିଂ, ବରୁଣ କୁମାର ଓ ଗୋଲ୍ କିପର କ୍ରୀଷନ ବି ପାଠକ ପଜିଟିଭ ଚିହ୍ନଟ ହୋଇଥିଲେ ।

ଅଗଷ୍ଟ 7ରେ କୋରୋନା ପଜିଟିଭ ଚିହ୍ନଟ ହୋଇଥିବା 5 ହକି ଖେଳାଳି NCOE ବାଙ୍ଗାଲୁରୁରେ ଚିକିତ୍ସିତ ହେଉଛନ୍ତି ଓ ସୁସ୍ଥ ଅଛନ୍ତି । ଏନେଇ ଏକ ଅଫସିଆଲ ଘୋଷଣାନାମାରେ ସ୍ପୋର୍ଟ୍ସ ଅଥରିଟି ଅଫ ଇଣ୍ଡିଆ ପକ୍ଷରୁ କୁହାଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.