ETV Bharat / sports

ହକି ମ୍ଯାଚ ପାଇଁ ସୁରକ୍ଷା କଡାକଡି, ଷ୍ଟାଡିୟମକୁ କଏନ ଓ ଲିପଷ୍ଟିକ ମନା - ଭୁବନେଶ୍ବର

ସନ୍ଧ୍ୟା 6.00 ଟାରେ ଭାରତୀୟ ମହିଳା ଦଳ ପ୍ରଥମେ ୟୁଏସଏ ସହ ମ୍ୟାଚ ଖେଳିବ । ପରେ ରାତି 8.00 ଟାରେ ଭାରତୀୟ ପୁରୁଷ ଦଳ, ଋଷିଆ ପୁରୁଷ ଦଳକୁ ଭେଟିବ । ଏନେଇ କଳିଙ୍ଗ ଷ୍ଟାଡିୟମରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ସୁରକ୍ଷା ସହ ସୁଗମନାଗମନ ପାଇଁ କମିଶନରେଟ ପୋଲିସ ଉପଦେଶନାମା ଜାରି କରିଛି ।

fih
author img

By

Published : Nov 1, 2019, 10:17 AM IST

Updated : Nov 1, 2019, 11:12 AM IST

ଭୁବନେଶ୍ବର: ଆଜିଠୁ ଆରମ୍ଭ ହେଉଛି କଳିଙ୍ଗ ଷ୍ଟାଡିୟମରେ ଏଫଆଇଏଚ ଅଲମ୍ପିକ କ୍ବାଲିଫାୟାର ମ୍ୟାଚ । ଉଭୟ ଭାରତୀୟ ପୁରୁଷ ଓ ମହିଳା ହକି ଦଳ ଆଜି ଗ୍ରାଉଣ୍ଡରେ ନିଜର ଦମ୍‌ ଦେଖାଇବେ । ତେବେ ଦର୍ଶକମାନେ ବସି ଖେଳ ଦେଖିବା ପାଇଁ ଗ୍ୟାଲେରୀ, ପାର୍କିଂ ଓ ଟ୍ରାଫିକ ନିୟନ୍ତ୍ରଣ ବ୍ୟବସ୍ଥା କରାଯାଇଛି । ସୁରକ୍ଷାକୁ ଦୃଷ୍ଟିରେ ରଖି 15ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଇଟିଭି ଭାରତ

ତେବେ ହକି ପ୍ରେମୀଙ୍କୁ ଷ୍ଟାଡିୟମ ମଧ୍ୟକୁ ସାଥିରେ ଖୁଚୁରା କଏନ, ପାଣି ବୋତଲ, ସିଗାରେଟ,ବ୍ୟାଗ, ହେଲମେଟ୍‌, ମୃଦୁପାନୀୟ, ଖାଦ୍ୟ,ଧାତବୀୟ ପଦାର୍ଥ, ଲିପଷ୍ଟିକ, ଦିଆସିଲି, ବାଣ, ଦର୍ପଣ ଆଦି ନେବାକୁ ନିଷେଧ କରାଯାଇଛି । ତେବେ ଟିକେଟ ପଛରେ ଦର୍ଶକମାନଙ୍କୁ ଏହି ତଥ୍ୟ ମିଳିପାରିବ । ଏଥିପ୍ରତି ଧ୍ୟାନ ଦେବାକୁ ଅନୁରୋଧ କରାଯାଇଛି ।

fih
ଜନସାଧାରଣଙ୍କ ସୁବିଧା ଓ ସୁଗମନାଗମନ ପାଇଁ କମିଶନରେଟ ପୋଲିସର କଟକଣା ଜାରି

ଏଥିସହ ଜନସାଧାରଣଙ୍କ ସୁବିଧା ଓ ସୁଗମନାଗମନ ପାଇଁ କମିଶନରେଟ ପୋଲିସ କିଛି କଟକଣା ଜାରି କରିଛି ।

  • ଶାସ୍ତ୍ରୀ ନଗର ଓ ଜୟଦେବ ବିହାର ଛକ ମଧ୍ୟରେ ବିଦ୍ୟୁତ ମାର୍ଗରେ କୌଣସି ଅନାଧିକୃତି ଗାଡି ଯାତାୟାତ କରିବାକୁ ମନାକରାଯାଇଛି ।
  • 120 ବାଟାଲିୟନରୁ ଆସୁଥିବା ଗାଡି ଗୁଡିକୁ ଶାସ୍ତ୍ରୀ ନଗର ଛକ ଠାରୁ ସଚିବାଳୟ ରାସ୍ତାଦେଇ ଯିବାକୁ ପଡିବ ।
  • କଳିଙ୍ଗ ଷ୍ଟାଡିୟମ ପଟୁ ଆସୁଥିବା ଗାଡିକୁ ଜୟଦେବ ବିହାର ଛକ ଠାରୁ ଆଚାର୍ଯ୍ୟ ବିହାର ପଟକୁ ଯିବାକୁ ନିର୍ଦ୍ଦେଶ ଦିଆଯାଇଛି ।
  • ସେହିପରି ବାଣୀବିହାର ପଟୁ ଆସୁଥିବା ଗାଡିକୁ ଜୟଦେବ ବିହାର ଛକ ଠାରୁ ଆଚାର୍ଯ୍ୟ ବିହାର ପଟକୁ ଯିବାକୁ ହେବ । ସେମାନଙ୍କୁ କଳିଙ୍ଗ ଷ୍ଟାଡିୟମ ପଟକୁ ଛଡାଯିବ ନାହିଁ ।
  • ଦର୍ଶକମାନେ 3ନମ୍ବର ଗେଟ୍‌ ଦେଇ ପ୍ରବେଶ କରିବେ ଓ ସେଠାରେ ସ୍ଲାଇଡିଂ ଗେଟ୍‌ E ବ୍ୟବହାର କରି ଗାଡି ପାର୍କିଂ କରିବେ ।
  • ଏଜି କଲୋନୀ ଆଡୁ ଆସୁଥିବା ଦର୍ଶକମାନେ ଫୁଟ ଓଭର-ବ୍ରିଜ ବ୍ୟବହାର କରି ଷ୍ଟାଡିୟମରେ ପ୍ରବେଶ କରିବେ । ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Intro: ହକି ମ୍ଯାଚ ପାଇଁ କଡା ସୁରକ୍ଷା,କଏନ ଓ ଲିପଷ୍ଟିକ ଷ୍ଟାଡିୟମକୁ ମନାBody:
ଆଜିଠୁ ଆରମ୍ଭ ହେଉଛି ହକି ମ୍ଯାଚ।କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ ଏଫଆଇଏଚ ଅଲମ୍ପିକ କ୍ବାଲିଫାୟାର ମ୍ଯାଚ।ଯେଉଁଠି ମୁହାଁମୁହିଁ ହେବେ ଭାରତିୟ ପୁରୁଷ ଦଳ ସହ ରଷିଆ ପୁରୁଷ ଟିମ।ସେହିପରି ଭାରତିୟ ମହିଳା ହକି ଟିମ ସହ ମୁକାବିଲା କରିବେ ୟୁଏସଏ ମହିଳା ଟିମ।ତେବେ ଦର୍ଷକଙ୍କ ସିଟିଂ ଆରେଞ୍ଜମେଣ୍ଟ,ପାର୍କି,ଟ୍ରାଫିକ ନିୟନ୍ତ୍ରଣ,ଖେଳାଳିଙ୍କ ପ୍ରାକ୍ଟିସ ପାଇଁ ବ୍ଯବସ୍ଥାର ହୋଇଛି।ମୋଟ ୧୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ସହ ଟ୍ରାଫିକ ନିୟନ୍ତ୍ରଣ ଓ ପାର୍କିଂ ଉପରେ ଗୁରୁତ୍ବ ଦିଆଯାଇଛି।ତେବେ ହକି ପ୍ରେମିଙ୍କ ପାଇଁ ନିଷେଧ ଜାରି ହୋଇଛି।ପଡିଆ ଭିତରକୁ ଅଥବା ଷ୍ଟଡିୟମକୁ ଚାବି ରିଙ୍ଗ ସହ ଖୁଚୁରା କଏନ ଏବଂ ଲିପଷ୍ଟିକ ଝଣ୍ଡୁବାମ ଭଳି ପାଣି ବୋତଲ ଫୋପାଡିଲା ଭଳି ଦ୍ରବ୍ଯ ପ୍ରବେଶ ଅନୁମତି ନାହିଁ। ତେଣୁ ଦର୍ଷକଙ୍କ ପାଇଁ ଏସବୁର ନିୟମ ସମ୍ପର୍କରେ ଟିକେଟ ପଛପଟେ ଦର୍ଶାଯାଇଛି। ଏଥିପ୍ରତି ଧ୍ଯାନ ଦେବାକୁ ଅନୁରୋଧ କରାଯାଇଛି।

Conclusion:
Last Updated : Nov 1, 2019, 11:12 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.