ETV Bharat / sports

Hockey Men's Junior WC: ବୁଧବାରଠୁ ଟ୍ରଫି ଲଢେଇ, ଜାଣନ୍ତୁ କେବେ ଖେଳିବ Team India - Hockey Junior World Cup

ନଭେମ୍ବର ୨୪ରୁ ଐତିହାସିକ କଳିଙ୍ଗ ହକି ଷ୍ଟାଡିୟମରେ ଆରମ୍ଭ ହେବାକୁ ଯାଉଛି ପୁରୁଷ କନିଷ୍ଠ ହକି ବିଶ୍ବକପ ୨୦୨୧ । ଏହି ମେଗା ଟୁର୍ଣ୍ଣାମେଣ୍ଟରେ ରହିଛନ୍ତି ମୋଟ ୧୬ଟି ଟିମ । ଅଧିକ ପଢନ୍ତୁ

FIH Odisha Hockey Men's Junior World Cup Bhubaneswar 2021: know Team India's match schedule
Hockey Men's Junior WC: ବୁଧବାରଠୁ କନିଷ୍ଠ ହକି ବିଶ୍ବକପ, ଜାଣନ୍ତୁ କେବେ ଖେଳିବ ଟିମ ଇଣ୍ଡିଆ
author img

By

Published : Nov 22, 2021, 8:37 PM IST

ଭୁବନେଶ୍ବର: ଦେଶର କ୍ରୀଡା ରାଜଧାନୀ ଓଡିଶାରେ ପୁଣି କେନ୍ଦ୍ରୀଭୁତ ହେବାକୁ ଯାଉଛି ବିଶ୍ବର ନଜର । ବୁଧବାର (ନଭେମ୍ବର ୨୪) ଠାରୁ ଐତିହାସିକ କଳିଙ୍ଗ ହକି ଷ୍ଟାଡିୟମରେ ଆରମ୍ଭ ହେବାକୁ ଯାଉଛି ପୁରୁଷ କନିଷ୍ଠ ହକି ବିଶ୍ବକପ ୨୦୨୧ (Hockey Men's Junior WC) । ଏହି ମେଗା ଟୁର୍ଣ୍ଣାମେଣ୍ଟରେ ରହିଛନ୍ତି ମୋଟ ୧୬ଟି ଟିମ । ସମ୍ମାନଜନକ ଟ୍ରଫି ପାଇଁ ଲଢେଇ କରିବେ ବିଶ୍ବର ଶ୍ରେଷ୍ଠ ପ୍ରତିଭାବାନ ହକି ଖେଳାଳି ।

  • 𝐒𝐩𝐥𝐞𝐧𝐝𝐢𝐝!

    The flags flying high, and
    The stage is all set!
    A feeling of elation all around,
    A Road to Glory awaits! pic.twitter.com/Oyckh1Zosw

    — Odisha Sports (@sports_odisha) November 22, 2021 " class="align-text-top noRightClick twitterSection" data=" ">

ପ୍ରତିଟି ଗୋଲ୍‌ରେ ବିଜୟ ଓ ପରାଜୟର ବ୍ୟବଧାନ ସାଙ୍ଗକୁ ବଢିବ ଦର୍ଶକଙ୍କ ହୃଦ୍‌ସ୍ପନ୍ଦନ । ତେବେ COVID କାରଣରୁ କଟକଣା ମଧ୍ୟରେ ବିନା ଦର୍ଶକରେ ବନ୍ଦ ଷ୍ଟାଡିୟମରେ ଏହି ମେଗା ଇଭେଣ୍ଟ ଖେଳାଯାଉଥିବାରୁ, କଳିଷ୍ଟ ଷ୍ଟାଡିୟମରେ ଦର୍ଶକଙ୍କ ଅନୁପସ୍ଥିତି ଅନୁଭବ ହେବ ।

ଡିଫେଣ୍ଡିଂ ଚମ୍ପିଆନ ଭାରତ ଘରୋଇ ମାଟିରେ ପୁଣି ଥରେ ବିଶ୍ବବିଜେତା ହେବାପାଇଁ ଦମ ଲଗାଇବ । ଟୋକିଓ ଅଲମ୍ପିକ୍‌ରେ ଐତିହାସିକ ପ୍ରଦର୍ଶନ ସହ ବ୍ରୋଞ୍ଜ ବିଜେତା ସିନିୟର ଭାରତୀୟ ହକି ଟିମର ସଦସ୍ୟ ରହଥିବା ବିବେକ ସାଗର ପ୍ରସାଦଙ୍କ ନେତୃତ୍ବରେ ଖେଳିବ ଭାରତ । ସିନିୟର ଟିମ୍କୁ‌ ଅଲମ୍ପିକ୍‌ ବ୍ରୋଞ୍ଜ ବିଜେତା କରାଇଥିବା କୋଚ୍‌ ଗ୍ରାହମ ରେଡ୍‌ ମଧ୍ୟ ଜୁନିଅର ଟିମ ପାଇଁ ବିଜୟୀ ରଣନୀତି କରିଛନ୍ତି ।

Also Read: Hockey Men's Junior WC: ଟାର୍ଗେଟ ଟ୍ରଫି, ଲଢିବେ ୧୬ ଟିମ

ବିଶ୍ବକପର ଉଦ୍‌ଘାଟନୀ ମୁକାବିଲା ପୁଲ୍‌ ଏ'ରେ ଥିବା ବେଲଜିୟମ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ସକାଳ ୯.୩୦ରେ ଖେଳାଯିବ । ସମାନ ଦିନ ଭାରତ ମଧ୍ୟ ଫ୍ରାନ୍ସ ବିପକ୍ଷରେ ସନ୍ଧ୍ୟା ୭.୩୦ରେ ପ୍ରଥମ ମ୍ୟାଚ୍‌ ଖେଳି ଅଭିଯାନ ଆରମ୍ଭ କରିବ ।

ନଜର ପକାନ୍ତୁ କେବେ ଖେଳିବ ହକି ଟିମ ଇଣ୍ଡିଆ:

ତାରିଖ ପୁଲ୍‌ ସମୟମ୍ୟାଚ୍‌
ବୁଧବାର, ନଭେମ୍ବର ୨୪ 'ବି' ୭.୩୦ ଭାରତ ବନାମ ଫ୍ରାନ୍ସ
ଗୁରୁବାର, ନଭେମ୍ବର ୨୫ 'ବି' ୭.୩୦ଭାରତ ବନାମ କାନାଡା
ଭାରତ ବନାମ ପୋଲାଣ୍ଡ'ବି' ୭.୩୦ଭାରତ ବନାମ ପୋଲାଣ୍ଡ

ସମସ୍ତ ୧୬ଟି ଟିମ ୪ଟି ପୁଲ୍‌ରେ ବିଭକ୍ତ ହୋଇଛନ୍ତି । ଫଳରେ ପ୍ରତ୍ୟେକ ପୁଲ୍‌ର ସମସ୍ତ ୪ଟି ଟିମ ଶୀର୍ଷ ଦୁଇ ସ୍ଥାନ ମଧ୍ୟରେ ରହିବାକୁ ଲଢେଇ କରିବେ । ପ୍ରତ୍ୟେକ ପୁଲ୍‌ର ଶୀର୍ଷ ଦୁଇଟି ଟିମ ଟୁର୍ଣ୍ଣାମେଣ୍ଟର କ୍ବାର୍ଟର-ଫାଇନାଲକୁ ଯୋଗ୍ୟତା ଅର୍ଜନ କରିବେ ।

ଡିସେମ୍ବର ୫(ରବିବାର)ରେ ଫାଇନାଲ ମୁକାବିଲା ଖେଳାଯିବା ନେଇ ସୂଚୀ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.