ETV Bharat / sports

କଳିଙ୍ଗରେ ହକି କ୍ବାଲିଫାୟାର: ଅମିତଙ୍କ ଅଲମ୍ପିକ ଆଶା

ଟୋକିଓ ଅଲମ୍ପିକ ଯୋଗ୍ୟତା ହାସଲ କରିବାକୁ କଳିଙ୍ଗ ଷ୍ଟାଡିୟମରେ ଭାରତ ଓ ରୁଷିଆ ମଧ୍ୟରେ ହେବ ଜୋରଦାର ଲଢେଇ । ଅଲମ୍ପିକ କ୍ବାଲିଫାୟାର ଭାରତୀୟ ଦଳରେ ଏକମାତ୍ର ଓଡିଆ ଖେଳାଳି ଭାବେ ଅମିତ ରୋହିଦାସ ଦଳର ବିଜୟରେ ଯୋଗଦାନ କରିବା ସହ ଅଲମ୍ପିକ ଖେଳିବା ଆଶା ରହିଥିବା କହିଛନ୍ତି ।

author img

By

Published : Oct 29, 2019, 6:43 PM IST

Updated : Oct 29, 2019, 7:21 PM IST

ଫଟୋ ସୌଜନ୍ୟ: ପ୍ରତିନିଧି ଭୁବନେଶ୍ବର

ଭୁବନେଶ୍ବର: ଆଉ ମାତ୍ର କିଛିଦିନ ବ୍ୟବଧାନରେ ପୁଣି କଳିଙ୍ଗ ଷ୍ଟାଡିୟମରେ ହେବ ହକି ମହାସମର । ଟୋକିଓ ଅଲମ୍ପିକ ଯୋଗ୍ୟତା ହାସଲ କରିବାକୁ ଖେଳାଯିବାକୁ ଥିବା ମ୍ୟାଚ ପାଇଁ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି ସମସ୍ତ 4ଟି ଟିମ । ଉଭୟ ଭାରତୀୟ ମହିଳା ଓ ପୁରୁଷ ଟିମ ସେମାନଙ୍କ କୋଚଙ୍କ ତତ୍ବାବଧାନରେ ପ୍ରସ୍ତୁତି କ୍ୟାମ୍ପରେ ଭାଗ ନେଇ ଦଳର ଥିବା ଦୋଷ ଦୁର୍ବଳତା ସଜାଡ଼ିବାରେ ଲାଗି ପଡିଛନ୍ତି ।

ଏହି ପ୍ରତିଯୋଗିତାରେ ଭାରତୀୟ ପୁରୁଷ ଦଳରେ ଏକମାତ୍ର ଓଡ଼ିଆ ଖେଳାଳି ଭାବେ ଅମିତ ରୋହିଦାସ ଭାଗ ନେଇଥିବାବେଳେ ଅନ୍ୟତମ ସାଥି ଖେଳାଳି ବିରେନ୍ଦ୍ର ଲାକ୍ରା ଦଳରୁ ବାଦ ପଡିଛନ୍ତି । ଭିଡିଓ ଆନାଲିସିସ ମାଧ୍ୟମରେ ପ୍ରତିପକ୍ଷ ରୁଷିଆ ଖେଳାଳିଙ୍କ ଦୁର୍ବଳତାକୁ ଗୁରୁତ୍ବ ଦିଆଯାଉଛି । ଅଲମ୍ପିକ କ୍ବାଲିଫାୟାର ମ୍ୟାଚ ହୋଇଥିବାରୁ ଭାରତର ଲକ୍ଷ୍ୟ କେବଳ ବିଜୟରେ ହିଁ ରହିବ ।

ସବୁ ଖେଳାଳିଙ୍କ ମଧ୍ୟରେ ଭଲ ସମନ୍ବୟ ରହିଛି । ମ୍ୟାଚ ଆରମ୍ଭରୁ ଆଟାକିଂ ଖେଳିବ ଭାରତ । ଏଥିସହିତ ଅଧିକ ଗୋଲ ସ୍କୋର କରି ପ୍ରତିପକ୍ଷ ଖେଳାଳିଙ୍କ ଉପରେ ଚାପ ସୃଷ୍ଟି କରିବ। ଦଳର ବିଜୟରେ ଯୋଗଦାନ ଦେବା ସହ ଅଲମ୍ପିକ ଖେଳିବା ଆଶା ରହିଥିବା କହିଛନ୍ତି ଅମିତ ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Intro:ଆଉ କିଛି ଦିନର ବ୍ୟବଧାନ ପରେ ପୁଣି ଥରେ କଳିଙ୍ଗ ଷ୍ଟାଡିୟମରେ ଲାଗିବାକୁ ଯାଉଛି ଗହଳି।ଅଲମ୍ପିକ ଯୋଗ୍ୟତା ହାସଲ କରିବାକୁ ଖେଳାଯିବାକୁ ଥିବା ମ୍ୟାଚ ପାଇଁ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି ସମସ୍ତ 4ଟି ଟିମ।ଉଭୟ ଭାରତୀୟ ମହିଳା ଓ ପୁରୁଷ ଟିମ ସେମାନଙ୍କ କୋଚ ଙ୍କ ତତ୍ୱାବଧାନରେ ପ୍ରସ୍ତୁତି କ୍ୟାମ୍ପରେ ଭାଗ ନେଇ ଦଳର ଥିବା ଦୋଷ ଦୁର୍ବଳତା ସଜାଡ଼ିବାରେ ଲାଗି ପଡିଛନ୍ତି।

Body:ଏହି ପ୍ରତିଯୋଗିତାରେ ଭାରତୀୟ ପୁରୁଷ ଦଳରେ ଏକମାତ୍ର ଓଡ଼ିଆ ଖେଳାଳି ଭାବେ ଅମିତ ରୋହିଦାସ ଭାଗ ନେଇଥିବା ବେଳେ ଅନ୍ୟତମ ସାଥି ଖେଳାଳି ବିରେନ୍ଦ୍ର ଲାକ୍ରା ଦଳରୁ ବାଦ ପଡିଛନ୍ତି।ଏହି ଅବସରରେ ଅମିତଙ୍କ ଠାରୁ ଦଳର ପ୍ରସ୍ତୁତି ସମ୍ବନ୍ଧରେ ଜାଣିବାକୁ ଚାହିଁବାରୁ ସେ ଏହା ଖୁବ ଭଲ ଭାବେ ଚାଲିଥିବା କହିଛନ୍ତି।ଭିଡିଓ ଆନାଲିସିସ ମାଧ୍ୟମରେ ବିପକ୍ଷ ରୁଷିଆ ଖେଳାଳିଙ୍କ ରଣ କୌଶଳକୁ ଦେଖିବା ସହ ତାଙ୍କ ବିପକ୍ଷରେ କିଭଳି ରଣନୀତି ପ୍ରସ୍ତୁୟ କଲେ ବିଜୟ ଲାଭ କରିହେବ ସେ ନେଇ କୋଚ ପରାମର୍ଶ ଦେଉଥିବା କହିଛନ୍ତି।ଟିମ ରେ ଅନେକ ଦିନ ଧରି ଖେଳୁଥିବାରୁ ସମସ୍ତ ଖେଳାଳିଙ୍କ ସହତ ଭଲ ସମନ୍ୱୟ ରହିଛି।ତେବେ ପ୍ରଥମରୁ ଦଳ କିପରି ଅଧିକ ମାତ୍ରାରେ ଅଟାକିଂ ଖେଳିବା ସହିତ ଅଧିକ ଗୋଲ ସ୍କୋର କରିବ ସେ ନେଇ ଫୋକ୍ସ କରୁଥିବା କହିଛନ୍ତି।ବ୍ୟକ୍ତିଗତ ଭାବେ ସେ ପ୍ରଥମଥର ଅଲମ୍ପିକ ରେ ଅଂଶଗ୍ରହଣ କରିବାର ସୁଯୋଗ ଥିବାରୁ ସେ ପ୍ରତିଯୋଗିତାରେ ବିଜୟ ହେବାକୁ ଆଶାବାଦୀ ଥିବା ପ୍ରକାଶ କରିଛନ୍ତି।
ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ,ଇଟିଭି ଭାରତ
ବାଇଟ-ଅମିତ ରୋହିଦାସ

Conclusion:
Last Updated : Oct 29, 2019, 7:21 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.