ହାଇଦ୍ରାବାଦ: ଭାରତୀୟ ପୁରୁଷ ଓ ମହିଳା ହକି ଟିମ ଆଗାମୀ ବର୍ଷ ଟୋକିଓ ଅଲମ୍ପିକ ପାଇଁ ଯୋଗ୍ୟତା ହାସଲ କରିଛନ୍ତି । ଦେଶବାସୀଙ୍କୁ ଉଭୟ ଟିମକୁ ନେଇ ବେଶ୍ ଆଶା ରହିଛି ।
2016ରେ ଅଲମ୍ପିକରେ ଗୋଲ୍ଡ ହାସଲ କରିଥିବା ଆର୍ଜେଣ୍ଟିନା ଦଳ ସହ ପୁଲ'ଏ'ରେ ଭାରତୀୟ ଦଳ ରହିଛି । ଏଥିସହ ଆୟୋଜକ ଦଳ ଜାପାନ, ଅଷ୍ଟ୍ରେଲିଆ, ସ୍ପେନ ଓ ନ୍ୟୁଜଲାଣ୍ଡ ଏହି ପୁଲରେ ରହିଛନ୍ତି ।
![Exclusive](https://etvbharatimages.akamaized.net/etvbharat/prod-images/5308198_grahm-reid.jpg)
![Exclusive](https://etvbharatimages.akamaized.net/etvbharat/prod-images/5308833_elfoiqqu0aatejk.jpg)
ହକି ପ୍ରୋ ଲିଗରେ ଖେଳିବା ଦ୍ବାରା ମିଳିବ ଲାଭ-
କଙ୍ଗ କହିଛନ୍ତି ଯେ, ଅଲମ୍ପିକ ପୂର୍ବରୁ ଭାରତୀୟ ପୁରୁଷ ଟିମକୁ ଅନେକ ମ୍ୟାଚ ଖେଳିବାର ଅଛି । ଫଳରେ ଟିମକୁ ପ୍ରସ୍ତୁତ ହେବାକୁ ଭଲ ସୁଯୋଗ ମିଳିବ । ପ୍ରୋ ଲିଗ୍ରେ ଭାରତୀୟ ଦଳଙ୍କୁ ବଡ ଟିମ ସହ ଖେଳିବାକୁ ସୁଯୋଗ ମିଳିବ , ଏହା ଅଲମ୍ପିକ ପାଇଁ ଲାଭଦାୟକ ହେବ ।
ଆଘାତରୁ ଦୂରେଇ ରହିବାକୁ ଚେଷ୍ଟା କରନ୍ତୁ ଖେଳାଳି-
କୁଲବିନ୍ଦର ଆହୁରି ମଧ୍ୟ କହିଛନ୍ତି ଯେ, ଅଲମ୍ପିକ ପୂର୍ବରୁ ଭାରତୀୟ ଟିମର ବ୍ୟସ୍ତ କାର୍ଯ୍ୟକ୍ରମ ରହିଛି । ତେଣୁ ଖେଳାଳିମାନେ ଆହାତ ହେବାର ଆଶଙ୍କା ଅଧିକ ଅଛି । ତେଣୁ ଏଥିପ୍ରତି ଖେଳାଳିମାନେ ବିଶେଷ ଧ୍ୟାନ ଦେବା ଦରକାର ।
ମ୍ୟାଚର ଶେଷ ମୂହୁର୍ତ୍ତରେ ନିୟନ୍ତ୍ରଣ ରଖନ୍ତୁ-
ଆହୁରି ମଧ୍ୟ ସେ କହିଛନ୍ତି ଯେ, ଭାରତୀୟ ଦଳକୁ ମ୍ୟାଚର ଶେଷ ମୂହୁର୍ତ୍ତରେ ନିଜ ଉପରେ ନିୟନ୍ତ୍ରଣ ରଖିବାକୁ ପଡିବ । ଅଧିକାଂଶ ସମୟରେ ମ୍ୟାଚର ଶେଷ ମୂହୁର୍ତ୍ତରେ ହିଁ ସମସ୍ୟା ଦେଖାଯାଇଥାଏ । ଫଳରେ ମ୍ୟାଚ ହାତରୁ ଖସିଯାଏ ।
ଉଷ୍ମ ଜଳବାୟୁ ଭାରତୀୟ ଟିମ ଉପରେ ପ୍ରଭାବ ପକାଇବ ନାହିଁ-
କୁଲବିନ୍ଦର ସିଂ କହିଛନ୍ତି ଯେ, ଭାରତୀୟ ଟିମକୁ ଟୋକିଓର ଉଷ୍ମ ଜଳବାୟୁରେ କୌଣସି ସମସ୍ୟା ହେବ ନାହିଁ । ଭାରତୀୟ ଦଳକୁ ଏପରି ଜଳବାୟୁରେ ଖେଳିବାର ଅଭ୍ୟାସ ଅଛି । କିନ୍ତୁ ଅନ୍ୟ ଦେଶର ହକି ଟିମକୁ ଅସୁବିଧା ହୋଇପାରେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ