ETV Bharat / sports

ସୁବର୍ଣ୍ଣପୁରରେ ହକିର ଭୀଷ୍ମ ପିତାମହ ବଅସ ଗୁଡ଼ିଆ, ଷ୍ଟାଡିୟମ ପାଇଁ କଲେ ଦାବି - ହକିର ଭୀଷ୍ମ ପିତାମହ ବଅସ ଗୁଡ଼ିଆ

ସୁବର୍ଣ୍ଣପୁରରେ ହକି ଷ୍ଟାଡିୟମ ପାଇଁ ଦାବି । ହକିର ପିତାମହ ଭୀଷ୍ମ କୁହାଯାଉଥିବା ବଅସ ଗୁଡିଆ ସ୍ଥାନୀୟ ଅଞ୍ଚଳରେ ଏକ ଷ୍ଟାଡିୟମ ପାଇଁ ଦାବି କରିଛନ୍ତି । ଅଧିକ ପଢନ୍ତୁ...

ସୁବର୍ଣ୍ଣପୁରରେ ହକିର ଭୀଷ୍ମ ପିତାମହ ବଅସ ଗୁଡ଼ିଆ, ଷ୍ଟାଡିୟମ ପାଇଁ କଲେ ଦାବି

author img

By

Published : Oct 28, 2021, 11:32 AM IST

ସୁବର୍ଣ୍ଣପୁର: ଜିଲ୍ଲାର ହକି ଖେଳର ଭୀଷ୍ମ ପିତାମହ ବଅସ ଗୁଡିଆ । ଘର ଉଲୁଣ୍ଡା ବ୍ଲକ ମାଟୁ ପାଲି ଗାଁରେ, ବୟସ ପ୍ରାୟ 70 ବର୍ଷ ।ହେଲେ ଆଜି ବି ହକି ଖେଳ ପାଇଁ ତାଙ୍କ ଶରୀର ଓ ମନରେ ଅଛି ଶତ ବଳ । ସ୍ଥାନୀୟ ଅଞ୍ଚଳର ଯୁବପିଢିଙ୍କୁ ମଧ୍ୟ ଯୋଗାଇଛନ୍ତି ପ୍ରେରଣା । ହକିର ପିତାମହ ଭୀଷ୍ମ କୁହାଯାଉଥିବା ବଅସ ଗୁଡିଆ ସ୍ଥାନୀୟ ଅଞ୍ଚଳରେ ଏକ ଷ୍ଟାଡିୟମ ପାଇଁ ଦାବି କରିଛନ୍ତି ।

ସୁବର୍ଣ୍ଣପୁରରେ ହକିର ଭୀଷ୍ମ ପିତାମହ ବଅସ ଗୁଡ଼ିଆ, ଷ୍ଟାଡିୟମ ପାଇଁ କଲେ ଦାବି

ତେବେ ବଅସ ଗୁଡିଆ ଦୀର୍ଘ 23 ବର୍ଷ ହେବ ଉଲୁଣ୍ଡା ବ୍ଲକର ଚଡେଇପଙ୍କ, ଯଉଁରାଭଉଁରା, ସିଣ୍ଢୋଲ ଆଦି ପଞ୍ଚାୟତର ପ୍ରାୟ 22 ଖଣ୍ଡ ଗାଁର ଯୁବକମାନଙ୍କୁ ହକି ଖେଳ ଶିକ୍ଷାଛନ୍ତି । ସୁନ୍ଦରଗଡ ଜିଲ୍ଲାରୁ ହଜାର ହଜାର ଆଦିବାସୀ ସମ୍ପ୍ରଦାୟର ଲୋକେ ଉଲୁଣ୍ଡା ବ୍ଳକ ଅଞ୍ଚଳକୁ ଆସି ବସବାସ କରିବା ପରେ ଜିଲ୍ଲାରେ ହକି ଆରମ୍ଭ ହୋଇଥିଲା । ବଅସ ଗୁଡିଆ ବଙ୍କା ବାଉଁଶ ବାଡିକୁ ନେଇ ହକିଷ୍ଟିକ ତିଆରି କରି ପିଲାମାନଙ୍କୁ ହକି ଶିକ୍ଷାଇବା ଆରମ୍ଭ କରିଥିଲେ । ବର୍ତ୍ତମାନ ସୁଦ୍ଧା ସେ ଅଞ୍ଚଳରେ ପ୍ରାୟ 22 ଟି ହକିଟିମ ତିଆରି କରିପାରିଛନ୍ତି ।

ବିଜୟୀ ଟିମକୁ କୁକୁଡା, ଖାସି ଆଦି ପୁରଷ୍କାର ଦେଇ ଆରମ୍ଭ କରିଥିଲେ ହକି ଟୁର୍ଣ୍ଣାମେଣ୍ଟ, ଯାହା ଆଜି ସ୍ଥାନୀୟ ଅଞ୍ଚଳରେ ପରିବ୍ୟାପ୍ତ ହୋଇଛି । ଏପରିକି ନିଜ ଗାଁ ମାଟୁପାଲିର ଆଖପାଖ ଗାଁର ଝିଅମାନଙ୍କୁ ନେଇ ୨ଟି ହକି ଦଳ ଗଠନ କରିଛନ୍ତି । ବୟସର ସାୟାହ୍ନରେ ମଧ୍ୟ ସେ ହକି ପାଇଁ ନିଜକୁ ସମର୍ପିତ କରିଛନ୍ତି । ଏଥିପାଇଁ ଜିଲ୍ଲା ହକି ଆସୋସିଏସନ ତାଙ୍କୁ ହକି ଟୁର୍ଣ୍ଣାମେଣ୍ଟରେ ସମ୍ମାନିତ କରିବା ପରେ ଗଣମାଧ୍ୟମର ଦୃଷ୍ଟିକୁ ଆସିଛନ୍ତି ହକିର ଭୀଷ୍ମ ପିତାମହ ବଅସ ଗୁଡିଆ ।

ତେବେ ଏହିଅବସରରେ ବଅସ ଗୁଡିଆ ନିଜସ୍ବ ଉଦ୍ୟମରେ ଦକ୍ଷିଣିପାଲି ଗାଁରେ ତିଆରି କରିଥିବା ଏକ ପଡିଆକୁ ଷ୍ଟାଡିୟମରେ ପରିଣତ କିରବାକୁ ସରକାରଙ୍କ ନିକଟରେ ଦାବି କରିଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.