ETV Bharat / sports

ମେଜର ଧ୍ୟାନଚାନ୍ଦଙ୍କୁ ଭାରତ ରତ୍ନ ଦେବାକୁ ଦାବି - ଖେଳ ରତ୍ନ ପୁରସ୍କାର ନାଁ

ଖେଳ ରତ୍ନ ପୁରସ୍କାର ମେଜର ଧ୍ୟାନଚାନ୍ଦଙ୍କ ନାମରେ ନାମିତ ହେବାପରେ ପୁଣିଥରେ ଜୋର୍‌ଧରିଲା ହକିର ଯାଦୁଗରଙ୍କୁ ଭାରତ ରତ୍ନ ଦେବାକୁ ଦାବି । ଅଧିକ ପଢନ୍ତୁ...

DEMAND TO GIVE BHARAT RATNA TO HOCKEY PLAYER MAJOR DHYAN CHAND
ବଦଳିଲା ଖେଳ ରତ୍ନ ପୁରସ୍କାର ନାଁ, ଧ୍ୟାନଚାନ୍ଦଙ୍କୁ ଭାରତ ରତ୍ନ ଦେବାକୁ ଦାବି
author img

By

Published : Aug 6, 2021, 4:55 PM IST

ନୂଆଦିଲ୍ଲୀ: ଭାରତୀୟ ପୁରୁଷ ହକି ଟିମ ୪୧ ବର୍ଷ ପରେ ଇତିହାସ ରଚିବା ସହ ଟୋକିଓ ଅଲମ୍ପିକରେ ପଦକ ବିଜେତା ହୋଇଛି । ଏହାପରେ ହକି ଖେଳ ଚର୍ଚ୍ଚାରେ ରହିଛି । ଏହାମଧ୍ୟରେ ହକିର ଯାଦୁକର ଭାବେ ପରିଚିତ ମେଜର ଧ୍ୟାନଚାନ୍ଦଙ୍କ ନାମ ମଧ୍ୟ ଚର୍ଚ୍ଚାର ଶୀର୍ଷରେ ରହିଛି । ଏହାମଧ୍ୟରେ ପୁଣି ମେଜର ଧ୍ୟାନଚାନ୍ଦଙ୍କୁ ସର୍ବୋଚ୍ଚ ସମ୍ମାନ 'ଭାରତ ରତ୍ନ' ଦେବାକୁ ଦାବି ହୋଇଛି । ଅନେକ ଥର ଏହି ଦାବି ଉଠିଥିଲେ ମଧ୍ୟ କିଛି ସୁଫଳ ମିଳିନାହିଁ । ଇଟିଭି ଭାରତରେ ପ୍ରତିକ୍ରିୟା ରଖି ଧ୍ୟାନଚାନଙ୍କ ପୁଅ କହିଛନ୍ତି, "ଏହି ସମ୍ମାନ ଦେଶବାସୀଙ୍କର ହେବ, ଯେଉଁମାନେ ତାଙ୍କର ଖେଳକୁ ଭଲପାଆନ୍ତି ତାଙ୍କର ହେବ ।"

ମେଜର ଧ୍ୟାନଚାନ୍ଦଙ୍କ ପୁଅ ତଥା ହକି ଖେଳାଳି ଅଶୋକ କୁମାର କହିଛନ୍ତି, " ବର୍ଷ ୨୦୧୨ରେ ଭାରତ ରତ୍ନ ଦିଆଯିବା ନେଇ ନିୟମରେ ପରିବର୍ତ୍ତନ କରାଯାଇ ସେଥିରେ ଖେଳାଳିଙ୍କୁ ମଧ୍ୟ ସାମିଲ କରାଗଲା । ସେହି ସମୟର ଖେଳ ମନ୍ତ୍ରୀଙ୍କ ଦ୍ବାରା ଧ୍ୟାନଚାନ୍ଦଙ୍କ ନାମ ପ୍ରସ୍ତାବ ଦିଆଯାଇଥିଲା ।" ଏଥିସହ ସେ କହିଛନ୍ତି, ବିଶନ ସିଂହ ବେଦୀଙ୍କ ନେତୃତ୍ବରେ ଏକ କମିଟି ଜୁଲାଇ ୨୦୧୩ରେ ଖେଳ ମନ୍ତ୍ରୀଙ୍କୁ ଭେଟି ମେଜର ଧ୍ୟାନଚାନ୍ଦଙ୍କ ବାୟୋଡାଟା ଦିଆଯାଇଥିଲା ଓ ଭାରତ ରତ୍ନ ଦେବାକୁ ଦାବି କରାଯାଇଥିଲା ।

ତତ୍କାଳୀନ ଖେଳମନ୍ତ୍ରୀ ବାୟୋଡାଟାକୁ ମଥାରେ ଲଗାଇଥିଲେ ଓ କହିଥିଲେ ଯେ, ସେ ନିଜେ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ଓ ପ୍ରଧାନମନ୍ତ୍ରୀଙ୍କ ପର୍ଯ୍ୟନ୍ତ ଏହାକୁ ନେଇଯିବି । ପରବର୍ତ୍ତୀ ସମୟରେ କେଉଁ କାରଣ ପାଇଁ ତାଙ୍କୁ ଭାରତ ରତ୍ନ ମିଳିପାରିଲାନି ଜଣାନାହିଁ, ମାତ୍ର ମେଜର ଧ୍ୟାନଚାନ୍ଦଙ୍କୁ 'ଭାରତ ରତ୍ନ' ମିଳୁ ବୋଲି କହିଛନ୍ତି ପୁଅ ଅଶୋକ କୁମାର ।

ମେଜର ଧ୍ୟାନଚାନ୍ଦଙ୍କ ଜନ୍ମ ପ୍ରୟାଗରାଜରେ ହୋଇଥିଲା । ତାଙ୍କର ଜନ୍ମ ଦିବସ ଅର୍ଥାତ ଅଗଷ୍ଟ ୨୯କୁ ଭାରତରେ ଖେଳ ଦିବସ ବୋଲି ପାଳନ କରାଯାଇଥାଏ । ୧୯୨୮, ୧୯୩୨ ଓ ୧୯୩୬ ଅଲମ୍ପିକରେ ଲଗାତାର ହ୍ୟାଟ୍ରିକ ପଦକ ଜିତିଥିବା ଭାରତୀୟ ପୁରୁଷ ହକି ବିଜୟୀ ଟିମର ସେ ସଦସ୍ୟ ଥିଲେ । ୧୯୩୬ ଅଲମ୍ପିକ୍‌ରେ ତାଙ୍କର ନେତୃତ୍ବରେ ଖେଳିଥିଲା ଭାରତ ଓ ପଦକ ଜିତିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.