ETV Bharat / sports

'ଆମକୁ ଯେପରି ଶ୍ରେୟ ମିଳିବା କଥା, ସେପରି ମିଳି ନାହିଁ ' - କୁଆଲାଲମ୍ପୁରରେ ପୁରୁଷ ହକି ବିଶ୍ବ କପ

45ବର୍ଷ ତଳେ ଭାରତ ପ୍ରଥମ ହକି ବିଶ୍ବ କପ୍‌ ଜିତିଥିଲା । 45ବର୍ଷ ତଳର ଐତିହାସିକ ବିଜୟକୁ ସମସ୍ତେ ଯେପରି ଭୁଲି ଯାଇଛନ୍ତି । ଅଶୋକ କୁମାର ଏହି ଐତିହାସିକ ମ୍ୟାଚର ସଦସ୍ୟ ଥିଲେ । ସେ ଏବେ କହିଛନ୍ତି ଯେ, ସେଲିବ୍ରେଟ କରିବା ତ ଦୂରର କଥା ଆମକୁ କେହି ଶୁଭେଚ୍ଛା ମଧ୍ୟ ଜଣାଇ ନାହାଁନ୍ତି । ନା କାହାକୁ ମନେ ଅଛି । ଆଜିର ଏହି କ୍ରିକେଟ ଗ୍ଲାମରରେ ଆମେ ତାହାର ସମକକ୍ଷ କିପରି ହୋଇପାରିବୁ ।

hockey
hockey
author img

By

Published : Mar 16, 2020, 8:34 PM IST

ନୂଆଦିଲ୍ଲୀ: 45ବର୍ଷ ତଳେ କ୍ବାଲାଲାମପୁରରେ ପୁରୁଷ ହକି ବିଶ୍ବ କପ ଫାଇନାଲରେ ଭାରତ ଚିରପ୍ରତିଦ୍ବନ୍ଦୀ ପାକିସ୍ତାନକୁ ମାତ୍‌ ଦେଇ ପ୍ରଥମ ଥର ପାଇଁ ବିଶ୍ବ ବିଜେତା ହୋଇଥିଲା । ଏହା ଭାରତର ଏକମାତ୍ର ବିଶ୍ବକପ୍‌ ।

hockey
1975 ହକି ବିଶ୍ବକପ ଟ୍ରଫି ସହ ଭାରତୀୟଟିମ

15ମାର୍ଚ୍ଚ 1975ରେ ଦେଶ ପାଇଁ ଏହି ଗୌରବ ଆଣି ଦେଇଥିଲେ ଭାରତୀୟ ହକି ଦଳ । ତେବେ ସେହି ବିଶ୍ବ ବିଜେତା ଦଳର ମହାନ ଖେଳିଙ୍କ ମନରେ ଦୁଃଖ । 45ବର୍ଷ ତଳର ଐତିହାସିକ ବିଜୟକୁ ସମସ୍ତେ ଯେପରି ଭୁଲି ଯାଇଛନ୍ତି । ହକି ଯାଦୁଗର ଧ୍ୟାନଚାନ୍ଦଙ୍କ ପୁଅ ଅଶୋକ କୁମାର ଏହି ଐତିହାସିକ ମ୍ୟାଚର ସଦସ୍ୟ ଥିଲେ । ସେ ଏବେ କହିଛନ୍ତି ଯେ, ଆମେ ଏଯାଏଁ 2ୟ ବିଶ୍ବକପ ଜିତି ନାହୁଁ । କିନ୍ତୁ ବିଶ୍ବ ବିଜେତା ଟିମକୁ ସେହି ଶ୍ରେୟ ମିଳି ନାହିଁ , ଯେପରି ମିଳିବାର କଥା । ସେଲିବ୍ରେଟ କରିବା ତ ଦୂରର କଥା ଆମକୁ କେହି ଶୁଭେଚ୍ଛା ମଧ୍ୟ ଜଣାଇ ନାହାଁନ୍ତି । ନା କାହାକୁ ମନେ ଅଛି । ଆଜିର ଏହି କ୍ରିକେଟ ଗ୍ଲାମରରେ ଆମେ ତାହାର ସମକକ୍ଷ କିପରି ହୋଇପାରିବୁ ।

hockey
1975 ହକି ବିଶ୍ବକପ ବିଜେତା ଟିମର ସଦସ୍ୟ ଅଶୋକ କୁମାର

45ବର୍ଷ ପୂର୍ବେ 15ମାର୍ଚ୍ଚରେ କୁଆଲାଲମ୍ପୁରରେ ବିଶ୍ବକପ ଫାଇନାଲରେ ଯେତେବେଳେ ଭାରତୀୟ ହକି ଟିମ ପାକିସ୍ତାନ ବିପକ୍ଷରେ ଓହ୍ଲାଇଥିଲେ, ସେତେବେଳେ ଭାରତରେ ସମସ୍ତଙ୍କ କାନ ରେଡିଓ ପାଖରେ ଥିଲା । ସେପଟେ ମଇଦାନରେ ଓହ୍ଲେଇଥିବା ଭାରତୀୟ ଖେଳାଳିଙ୍କ ମନରେ ଗୋଟିଏ କଥା ଚାଲିଥିଲା 2ବର୍ଷ ତଳର ପ୍ରଥମ ପରାଜୟର ପ୍ରତିଶୋଧ ନେବାର । ସେହି ମ୍ୟାଚରେ ପାକିସ୍ତାନକୁ 2-1ରେ ପରାସ୍ତ କରିଥିଲା ଟିମ୍‌ ଇଣ୍ଡିଆ ।

1975 ପୂର୍ବରୁ 1973ର ବିଶ୍ବକପ ଫାଇନାଲରେ ନେଦରଲ୍ୟାଣ୍ଡ ଠାରୁ ଭାରତ ପରାସ୍ତ ହୋଇଥିଲା ।

45ବର୍ଷ ପୂର୍ବେ 15ମାର୍ଚ୍ଚରେ ବିଶ୍ବକପ ଫାଇନାଲର 51ମିନିଟ୍‌ରେ ବିଜୟ ଗୋଲ୍‌ ମାରିଥିବା ଅଶୋକ କୁମାର ସେହି ଦିନ ସ୍ମୃତିକୁ ମନେ ପକାଇ କହିଛନ୍ତି ଯେ, ଆମେ 1973ରେ ବିଜୟର ଦ୍ବାରରେ ଥାଇ ହାରିଥିଲୁ ଓ ସେହି ମୁହୂର୍ତ୍ତକୁ କେହି ଭୁଲି ନଥିଲୁ । ଏବେ ଆମ ପାଖରେ ସୁଯୋଗ ଥିଲା ।

ଏହି ବିଶ୍ବ ବିଜେତା ଦଳର ସଦସ୍ୟ ଅସଲମ କହିଛନ୍ତି ଯେ, ବିଜୟ ପରେ ମଲେସିଆରେ ଥିବା ଭାରତୀୟ ସମୁଦାୟ ସେଲିବ୍ରେଟ କରିବା ଆରମ୍ଭ କରି ଦେଇଥିଲେ । ସମସ୍ତ ସ୍ଥାନରେ ଭାରତୀୟ ଟିମକୁ ସ୍ବାଗତ କରିବା ପାଇଁ ହଜାର ହଜାର ଲୋକ ଏକତ୍ରିତ ହୋଇଥିଲେ ଓ ଅଟୋଗ୍ରାଫ ସହ ଫଟୋ ନେବାକୁ ଲାଗିଥିଲେ । ସ୍ବଦେଶ ଫେରିବା ପରେ ହିରୋଙ୍କୁ ସ୍ବାଗତ କରିବା ଭଳି ଲାଗୁଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.