ନୂଆଦିଲ୍ଲୀ: ଛତିଶଗଡ ହକି ଏକାଡେମୀକୁ ସ୍ପୋର୍ଟ୍ସ ଅଥରିଟି ଅଫ ଇଣ୍ଡିଆ(SAI) ପକ୍ଷରୁ ମିଳିଲା ଅନୁମୋଦନ। ଶୁକ୍ରବାର ଏନେଇ ଅଧିକାରୀ ସୂଚନା ଦେଇଛନ୍ତି ।
କ୍ରୀଡା ଓ ଯୁବ ବ୍ୟାପାର ବିଭାଗର ଖେଲୋ ଇଣ୍ଡିଆ ଯୋଜନା ଅନ୍ତର୍ଗତ, ରାୟପୁରରେ ଏକ ଘରୋଇ ଏକାଡେମୀ, ବିଳାଶପୁରରେ ଆଥଲେଟିକ୍ସ, କୁସ୍ତିଯୋଦ୍ଧା ଓ ସୁଇମିଂ ପାଇଁ ଉତ୍କର୍ଷ କେନ୍ଦ୍ର(ସେଣ୍ଟର ଅଫ ଏକ୍ସଲେନ୍ସ) ଅନୁମୋଦନ ପ୍ରସ୍ତାବ ସ୍ପୋର୍ଟ୍ସ ଅଥରିଟି ଅଫ ଇଣ୍ଡିଆକୁ ପଠାଇଯାଇଥିଲା । ଅଥରିଟି ପକ୍ଷରୁ ଏହି ପ୍ରସ୍ତାବକୁ ଅନୁମୋଦନ ମିଳିଛି ।
ରାଜ୍ୟର କ୍ରୀଡା ପ୍ରତିଭାଙ୍କ ପାଇଁ ସମସ୍ତ ଆବଶ୍ୟକୀୟ ଅଭ୍ୟାସ ବ୍ୟବସ୍ଥା ଉପଲବ୍ଧ କରିବାକୁ ଛତିଶଗଡ ପ୍ରତିବଦ୍ଧ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ । ଛତିଶଗଡ ହକି ଏକାଡେମୀ ରାୟପୁରରେ ନିର୍ମିତ ହୋଇଛି । ଏଠାରେ ପୁରୁଷ ଓ ମହିଳା ଖେଳାଳିଙ୍କ ପାଇଁ ରହିବାର ବନ୍ଦୋବସ୍ତ ରହିଛି । ଏଥିସହିତ ଦୁଇଟି ଅନ୍ତର୍ଜାତୀୟ ସ୍ତରୀୟ ହକି ଷ୍ଟାଡିୟମ ରାୟପୁରରେ ନିର୍ମାଣ ହୋଇସାରିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ