ETV Bharat / sports

ହକି ସିରିଜ ଫାଇନାଲ: ପହଞ୍ଚିଲେ ଆମେରିକା ଓ ଉଜବେକିସ୍ତାନ

ହକି ମେନ୍ସ ସିରିଜ ଫାଇନାଲ ପାଇଁ ପ୍ରସ୍ତୁତ କଳିଙ୍ଗ ଷ୍ଟାଡିୟମ । ଗୋଟିଏ ପରେ ଗୋଟିଏ ଦଳ ଆସି ପହଞ୍ଚୁଛନ୍ତି ଭୁବନେଶ୍ବରରେ । ଶନିବାର ଆଉ 2ଟି ବିଦେଶୀ ଦଳ ଆମେରିକା ଓ ଉଜବେକିସ୍ତାନ ପହଞ୍ଚିଛନ୍ତି ।

author img

By

Published : Jun 1, 2019, 3:23 PM IST

ଫଟୋ ସୌଜନ୍ୟ- ପ୍ରତିନିଧି, ଭୁବନେଶ୍ବର

ଭୁବନେଶ୍ବର: ବାସ ଆଉ କିଛି ଦିନର ଅପେକ୍ଷା । କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବ ପୁରୁଷ ହକି ସିରିଜ ଫାଇନାଲ ପ୍ରତିଯୋଗିତା । ଏଥିପାଇଁ ଶନିବାର ଦୁଇଟି ବିଦେଶୀ ଦଳ ଆମେରିକା ଓ ଉଜବେକିସ୍ତାନ ଆସି ପହଞ୍ଚିଛନ୍ତି ।

ଭିଡିଓ ସୌଜନ୍ୟ- ପ୍ରତିନିଧି, ଭୁବନେଶ୍ବର

ଆସନ୍ତା 6 ତାରିଖରୁ ଆରମ୍ଭ ହେବାକୁ ଥିବା ଏହି ମ୍ୟାଚରେ ଭାରତ ସମେତ 8ଟି ଦଳ ଭାଗ ନେଉଛନ୍ତି । ଏଥିଲାଗି ଆଉ 2ଟି ବିଦେଶୀ ଦଳ ଆସି ଭୁବନେଶ୍ବରରେ ପହଞ୍ଚିଯାଇଛନ୍ତି ।

ଏହି ଅବସରରେ ଆମେରିକା ଦଳର ଅଧିନାୟକ ଓ କୋଚ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ‘ଏହା ଦଳ ପାଇଁ ଏକ ସୁଯୋଗ । ଯେଉଁଥିରେ ସେମାନେ ବିନା ଚାପରେ ଉନ୍ନତ ପ୍ରଦର୍ଶନ କରି ଦଳର ମାନ୍ୟତାରେ ସୁଧାର ଆଣିବାକୁ ଚେଷ୍ଟା କରିବେ ।’

ସେମାନେ ଆହୁରି କହିଛନ୍ତି ଯେ, ଏହା ଅଲମ୍ପିକ ପାଇଁ କ୍ବାଲିଫାଇଙ୍ଗ ମ୍ୟାଚ ହୋଇଥିବାରୁ ଦଳ ବିପକ୍ଷ ଟିମ ବିରୋଧରେ ଭଲ ପ୍ରଦର୍ଶନ କରିବା ସହିତ ଅଲମ୍ପିକ ଟିକେଟ ହାସଲ ପାଇଁ ସମ୍ପୂର୍ଣ୍ଣ ଚେଷ୍ଟା କରିବେ ।

ମ୍ୟାଚ ଆରମ୍ଭ ହେବାକୁ ଆହୁରି କିଛିଦିନ ବାକି ଥିବାରୁ ଏହା ମଧ୍ୟରେ ଏଠାକାର ଜଳବାୟୁ ସହିତ ଖାପ ଖୁଆଇ ଖେଳ ଉପରେ ମନୋନିବେଶ କରିବାକୁ ସେମାନେ ପ୍ରକାଶ କରିଛନ୍ତି। ସେହିପରି ଉଜବେକିସ୍ଥାନ ଟିମ ମଧ୍ୟ ସମ୍ପୂର୍ଣ୍ଣ ରଣନୀତି ସହ ନିଜ ପ୍ରଦର୍ଶନ ଉପରେ ଗୁରୁତ୍ୱ ଦେଉଥିବା କହିଛି ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ଭୁବନେଶ୍ୱର:ଆଉ କିଛି ଦିନର ବ୍ୟବଧାନ ପରେ କଳିଙ୍ଗ ଷ୍ଟାଡିୟମ ରେ ଅନୁଷ୍ଠିତ ହେବାକୁ ଯାଉଛି ପୁରୁଷ ହକି ସିରିଜ ର ଫାଇନାଲ ପ୍ରତିଯୋଗିତା।ଆସନ୍ତା 6 ତାରିଖ ରୁ ଆରମ୍ଭ ହେବାକୁ ଥିବା ଏହି ମ୍ୟାଚ ରେ ଭାରତ ସମେତ 8 ଟି ଦଳ ଭାଗ ନେଉଥିବ ବେଳେ ପୂର୍ବରୁ ଦୁଇଟି ବିଦେଶି ଦଳ ଆସି ପହଞ୍ଚି ସାରିଛି।ଆଜି ଆଉ ଦୁଇଟି ବିଦେଶୀ ଦଳ ଯଥା ଆମେରିକା ଓ ଉଜବେକିସ୍ଥାନ ଆସି ପହଁଚିଛି।
ଏହି ଅବସରରେ ଆମେରିକା ଦଳର ଅଧିନାୟକ ଓ କୋଚ ଏହା ତାଙ୍କ ଦଳ ପାଇଁ ଏକ ସୁଯୋଗ।ଯେଉଁଥିରେ ସେମାନେ ବିନା ଚାପରେ ଉନ୍ନତ ପ୍ରଦର୍ଶନ କରି ଦଳର ରି ୟାଙ୍କ ରେ ସୁଧାର ଆଣିବାକୁ ଚେଷ୍ଟା କରିବେ ବୋଲି କହିଛନ୍ତି।ସେମାନେ ଆହୁରି କହିଛନ୍ତି କି ଏହା ଅଲମ୍ପିକ ପାଇଁ କ୍ବାଲିଫାଇ ମ୍ୟାଚ ହୋଇଥିବାରୁ ଦଳ ବିପକ୍ଷ ଟିମ ବିରୁଦ୍ଧରେ ଭଲ ପ୍ରଦର୍ଶନ କରିବା ସହିତ ଅଲମ୍ପିକ ଟିକେଟ ହାସଲ ପାଇଁ ସମ୍ପୂର୍ଣ୍ଣ ଚେଷ୍ଟାକରିବ ବୋଲି କହିଛନ୍ତି।ମ୍ୟାଚ ଆରମ୍ଭ ହେବାକୁ ଆହୁରି କିଛିଦିନ ବାକି ଥିବାରୁ ଏହାରି ମଧ୍ୟରେ ଏଠାକାର ଜଳବାୟ ସହିତ ଖାପ ଖୁଆଇ ଖେଳ ଉପରେ ମନୋନିବେଶ କରିବାକୁ ସେମାନେ ପ୍ରକାଶ କରିଛନ୍ତି।ସେହିପରି ଉଜବେକିସ୍ଥାନ ଟିମ ମଧ୍ୟ ସମ୍ପୂର୍ଣ୍ଣ ରଣନୀତି ସହକାରେ ନିଜ ପ୍ରଦର୍ଶନ ଉପରେ ଗୁରୁତ୍ୱ ଦେଉଥିବା କହିଛନ୍ତି।
Laxmikanta Das
Bhubaneswar
Visual already sent by WhatsApp
Byte 1-Usa captain-
Byte 2-Usa coach-USA Team: Head Coach - Rutger Wiese
Captain - Ajai Dhadwal
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.