ହାଇଦ୍ରାବାଦ: ବିଶ୍ବର ଏକ ପ୍ରମୁଖ ଫୁଟବଲ ଖେଳାଳି ଭାବରେ ସ୍ମରଣୀୟ ହୋଇ ରହିବାକୁ ଚାହୁଁଛନ୍ତି ଖ୍ରୀଷ୍ଟିଆନୋ ରୋନାଲ୍ଡୋ । ଟିମ୍ ପାଇଁ କଷ୍ଟ କରୁଥିବା ଜଣେ ଫୁଟବଲ ଖେଳାଳି ଭାବରେ ଫ୍ୟାନମାନେ ତାଙ୍କୁ ମନେ ପକାନ୍ତୁ ବୋଲି ସେ କହିଛନ୍ତି । ଏହାସହ ଆଗାମୀ ଦିନର ବିଶ୍ବର ପ୍ରମୁଖ ଫୁଟବଲ ଖେଳାଳିଙ୍କ ନାମ ମଧ୍ୟ କହିଛନ୍ତି ପର୍ତ୍ତୁଗାଲ ଅଧିନାୟକ ।
ଜୁଭେଣ୍ଟସର ଷ୍ଟାର ଖେଳାଳଇ ଖ୍ରୀଷ୍ଟିଆନୋ ରୋନାଲ୍ଡୋ ଦଳ ପାଇଁ ବର୍ତ୍ତମାନ ସୁଦ୍ଧା 100ତମ ଗୋଲ ଦେଇଛନ୍ତି । 2022ରେ କତାରରେ ଫିଫା ବିଶ୍ବକପ ଖେଳାଯିବ । ଏହାପୂର୍ବରୁ ଦୁଇଟି ଘରୋଇ ସିରିଜ ଖେଳିବାକୁ ସୁଯୋଗ ପାଇବେ ରୋନାଲ୍ଡ । ତେବେ ଏହା ପର୍ବୁରୁ ଏକ ସାକ୍ଷାତକାରରେ ବିଶ୍ବକପକୁ ନେଇ ମତାମତ ଦେଇଛନ୍ତି ରୋନାଲ୍ଡ । ଏହାସହ ଫ୍ୟାନମାନଙ୍କ ପ୍ରତି ତାଙ୍କ ଆଭିମୁଖ୍ୟ କଣ ହେବା ଆବଶ୍ୟକ ତାହା କହିଛନ୍ତି ।
ସାକ୍ଷାତକାରରେ ରୋନାଲ୍ଡୋ କହିଛନ୍ତି ଯେ, "ମୁଁ ଭାବୁଛି ମୋତେ ଫ୍ୟାନମାନେ ଏକ ଦାୟିତ୍ବବାନ ଟିମ ପାଇଁ କଷ୍ଟ କରୁଥିବା ଫୁଟବଲ ଖେଳାଳି ଭାବର ମନେ ରଖିବେ । ସବୁବେଳେ ଦଳର ଭଲ ପ୍ରଦର୍ଶନ ଉପରେ ନଜର ଦେଉଥିବା ଦମଦାର ଖେଳାଳି ଭାବରେ ଲୋକେ ମୋତେ ମନେ ପକାନ୍ତୁ ବୋଲି ମୁଁ ଚାହୁଁଛି ।"
ତେବେ ଆଗାମୀ ଦିନରେ କେଉଁ ଖେଳାଳିଙ୍କୁ ବିଶ୍ବସ୍ତୀରୟ ବୋଲି ଭାବୁଛନ୍ତି ପ୍ରଶ୍ନର ଉତ୍ତର ଦେଇ ରୋନାଲ୍ଡୋଙ୍କ କହିଛନ୍ତି ଯେ, "ବର୍ତ୍ତମାନ କୌଣସି ଖେଳାଳିଙ୍କ ନାମ ନେବା ଏକ କଠିନ କାର୍ଯ୍ୟ । ବହୁ ଯୁବ ଖେଳାଳିଙ୍କ ପାଖରେ ପ୍ରତିଭା ରହିଛି । ତେବେ ଏର୍ଲିଂ ହାଲାଣ୍ଡ ଓ କାଇଲିଆନ ଏମବାପେ ଆଗାମୀ ଦିନରେ ଫୁଟବଲ ଦୁନିଆରେ ନାଁ କରି ପାରନ୍ତି ।"
ବର୍ତ୍ତମାନ ସୁଦ୍ଧା ପର୍ତ୍ତୁଗାଲ ଅଧିନାୟକ ଖ୍ରୀଷ୍ଠିଆନୋ ରୋନାଲ୍ଡୋ କ୍ୟାରିଅରରେ 777ଟି ଗୋଲ ଦେଇ ସାରିଛନ୍ତି । ବିଶ୍ବର ଏକ ନମ୍ବର ଖେଳାଳି ଭାବରେ ପରିଚିତ ଖ୍ରୀଷ୍ଠିଆନୋ ରୋନାଲ୍ଡୋ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ