ମୁମ୍ବାଇ: ଅଣ୍ଡର 17 ଭାରତୀୟ ମହିଳା ଫୁଟବଲ୍ ଦଳଙ୍କ ସାନ୍ଦାର ପ୍ରଦର୍ଶନ । ଅଣ୍ଡର-17 ମହିଳା ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଆଜି ଭାରତ ଥାଇଲାଣ୍ଡକୁ ହରାଇ ଫାଇନାଲରେ ପ୍ରବେଶ କରିଛି । ଭାରତର କୃତିନା ଦେବୀ ଶେଷ ମୁହୁର୍ତ୍ତରେ ବିପକ୍ଷ ଗୋଲପୋଷ୍ଟରେ ଗୋଲ କରିଥିଲେ । ଫଳରେ 1-0 ଗୋଲରେ ଥାଇଲାଣ୍ଡକୁ ମାତ୍ ଦେଇଛି ଭାରତୀୟ ଟିମ ।
![football](https://etvbharatimages.akamaized.net/etvbharat/prod-images/5402348_screenshot-1637.jpg)
ତେବେ ଗୁରୁବାର ଦିନ ଭାରତ-ସ୍ବିଡେନ ମଧ୍ୟରେ ଫାଇନାଲ ମ୍ୟାଚ ଖେଳାଯିବ । ସୂଚନାଥାଉକି, ଭାରତ ଏହି ଟୁର୍ଣ୍ଣାମେଣ୍ଟରେ ପୂର୍ବରେ ସ୍ବିଡେନକୁ 3-0ରେ ପରାସ୍ତ କରିଥିଲା ।
![football](https://etvbharatimages.akamaized.net/etvbharat/prod-images/5402348_screenshot-1636.jpg)
ତେବେ ଆଜିର ମ୍ୟାଚରେ ଭାରତ ପକ୍ଷରୁ କୃତିକା 90+1ମିନିଟ୍ରେ ଗୋଲ କରିଥିଲେ ।
![football](https://etvbharatimages.akamaized.net/etvbharat/prod-images/5402348_el_swueuwaegxe8.jpg)