ETV Bharat / sports

ISL-7: ଆଜି SC ଇଷ୍ଟ ବେଙ୍ଗଲ ଓ ATK ମୋହନ ବାଗନ ମଧ୍ୟରେ ଟକ୍କର - ଏଟିକେ ମୋହନ ବାଗାନ

ଆଇଏସଏଲର ସପ୍ତମ ସଂସ୍କରଣରେ ଏସସି ଇଷ୍ଟ ବେଙ୍ଗଲ ଓ ଏଟିକେ ମୋହନ ବାଗନ ମଧ୍ୟରେ ହେବ ଟକ୍କର । ଟୁର୍ଣ୍ଣାମେଣ୍ଟରେ ନିଜର ପ୍ରଥମ ମ୍ୟାଚ ଖେଳିବ ଏସସି ଇଷ୍ଟ ବେଙ୍ଗଲ । ଅଧିକ ପଢ଼ନ୍ତୁ...

ISL-7: ଆଜି ଏସସି ଇଷ୍ଟ ବେଙ୍ଗଲ ଓ ଏଟିକେ ମୋହନ ବାଗାନ ମଧ୍ୟରେ ଟକ୍କର

author img

By

Published : Nov 27, 2020, 6:12 PM IST

ଭାସ୍କୋ: ଆଇଏସଏଲର ସପ୍ତମ ସଂସ୍କରଣରେ ଆଜି (ଶୁକ୍ରବାର) ଏସସି ଇଷ୍ଟ ବେଙ୍ଗଲ ଓ ଏଟିକେ ମୋହନ ବାଗନ ମଧ୍ୟରେ ହେବ ଟକ୍କର । ଟୁର୍ଣ୍ଣାମେଣ୍ଟରେ ନିଜର ପ୍ରଥମ ମ୍ୟାଚ ଖେଳିବ ଏସସି ଇଷ୍ଟ ବେଙ୍ଗଲ । ଗୋଆର ତିଲକ ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯିବ । ଏହି ମ୍ୟାଚରେ କଡ଼ା ପ୍ରତିଦ୍ବନ୍ଦ୍ବୀତା ଦେଖିବାକୁ ମିଳିପାରେ ବୋଲି ଆଶା କରାଯାଉଛି । ସନ୍ଧ୍ୟା 7.30 ମିନିଟରେ ଏହି ମ୍ୟାଚ ଆରମ୍ଭ ହେବ । ଟୁର୍ଣ୍ଣାମେଣ୍ଟର ଆଜି ଅଷ୍ଟମ ମ୍ୟାଚ ଖେଲାଯିବ ।

ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚରେ କେରଳ ବ୍ଲାଷ୍ଟର୍ସକୁ 1-0 ଗୋଲରେ ମାତ ଦେଇଥିଲା ଏଟିକେ ମୋହନ ବାଗନ । ଏହାପରେ ମୋହନ ବାଗନର ମନବୋଳ ଦୃଢ଼ ରହିଛି । ଆଟଲେଟିକୋ କୋଲକାତା ଓ ମହୋନ ବାଗନା ମିଳିତ ହୋଇ ଚଳିତ ଥର ଏଟିକେ ମୋହନ ବାଗନ ଭାବରେ ଟୁର୍ଣ୍ଣାମେଣ୍ଟ ଆରମ୍ଭ କରିଛନ୍ତି । କୋଲକାତାର ପୁରୁଣା ଦଳକୁ ନଜରରେ ରଖିଲେ ଦୁହେଁ ଦୁହିଁଙ୍କର ଚରମ ପ୍ରତଦ୍ବନ୍ଦ୍ବୀ ରହିଥିବା ରେକର୍ଡ ରହିଛି । ଏହାସହ ଦୁଇଟି ଯାକ ଦଳର କୋଲକାତାରୁ ବାହାରିଛନ୍ତି । ଏଥିପାଇଁ ଦୁଇ ଦଳରେ ଥିବା ଖେଳାଳି ପରସ୍ପର ବିଷୟରେ ବେଶ ଅବଗତ ରହିଛନ୍ତି ।

ଏସସି ଇଷ୍ଟ ବେଙ୍ଗଲରେ କେତେକ ନୂଆ ଖେଳାଳି ସାମିଲ ହୋଇଛନ୍ତି । ଏହାସହ ଏହି ଟିମ ପାଖରେ ଲିଭରପୁଲର ଜଣାଶୁଣା କୋଚ ରବି ଫୋଲର ରହିଛନ୍ତି । ସେ ଦଳର ମୁଖ୍ୟ କୋଚ ଭୂମିକାରେ ରହିଛନ୍ତି। ଏଥିପାଇଁ ଚଳିତ ଟୁର୍ଣ୍ଣାମେଣ୍ଟରେ ଦଳ ଦମଦାର ପ୍ରଦର୍ଶନ କରିବା ସହ ପଏଣ୍ଟ ହାତେଇବାକୁ ଚେଷ୍ଟା କରିବ। ଏହାସହ ଦଳରେ ରହିଛନ୍ତି ମ୍ୟାଚ ୱିନର ଖେଳାଳି ମର୍ସିସାଇଡ ଡର୍ବି । ଲିଭରପୁଲ ଦଳରେ ସେ ଦମଦାର ପ୍ରଦର୍ଶନ କରିଥିଲେ । ଗୋଲ ପାଇଁ ତାଙ୍କ ଉପରେ ଦଳର ଭରଷା ନିଶ୍ଚୟ ଭରସା କରିବ ।

ଅନ୍ୟପଟେ ଏଟିକେ ମୋହନବାଗାନର କୋଚ ରହିଛନ୍ତି ଆଣ୍ଟୋନିଓ ଲୋପେଜ । ଆଇଏସଏଲରେ ସବୁଠାରୁ ସଫଳ କୋଚ ରହିଛନ୍ତି ଆଣ୍ଟୋନିଓ ଲୋପେଜ । ଆଣ୍ଟୋନିଓ ଲୋପେଜ ଆଟଲେଟିକୋ କୋଲକାତା ଦଳର କୋଚ ଥିବା ବେଳେ ଦଳ ଭଲ ପ୍ରଦର୍ଶନ କରିଥିଲା । ଆଜି ଦଳ କିଭଳି ପ୍ରଦର୍ଶନ କରିବ ତାହାରି ସଭିଙ୍ଗ ନଜର ରହିବ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.