ETV Bharat / sports

ପାଓଲୋ ରୋସିଙ୍କ ଅନ୍ତିମ ସଂସ୍କାରରେ ସାମିଲ ହେଲେ ହଜାରରୁ ଊର୍ଦ୍ଧ୍ବ ଲୋକ

ଆଉ ନାହାଁନ୍ତି 1982 ଫିଫା ବିଶ୍ବକପ୍‌ର ହିରୋ ପାଓଲୋ ରୋସି । ଇଟାଲୀର ଏହି ମହାନ ଖେଳାଳିଙ୍କୁ ଝୁରୁଛି ଫୁଟବଲ ଜଗତ । ଏହି ମହାନ ଖେଳାଳିଙ୍କ ଅନ୍ତିମ ଦର୍ଶନ ଲାଗି ହଜାରରୁ ଅଧିକ ଲୋକ ସାମିଲ ହୋଇଥିଲେ । ପଢନ୍ତୁ ସମ୍ପୂର୍ଣ୍ଣ ଖବର..

author img

By

Published : Dec 14, 2020, 9:12 AM IST

ପାଓଲୋ ରୋସିଙ୍କ ଅନ୍ତିମ ସଂସ୍କାରରେ ସାମିଲ ହେଲେ ହଜାରରୁ ଅଧିକ ଲୋକ

ରୋମ:ଆଉ ନାହାଁନ୍ତି 1982 ଫିଫା ବିଶ୍ବକପ୍‌ର ହିରୋ ପାଓଲୋ ରୋସି । ଇଟାଲୀର ଏହି ମହାନ ଖେଳାଳିଙ୍କୁ ଝୁରୁଛି ଫୁଟବଲ ଜଗତ । ଗତ ବୁଧବାର ଦିନ ତାଙ୍କର ନିଧନ ଖବର ସାମ୍ନା ଆସିଥିଲା । ତେବେ ତାଙ୍କର ଶେଷ ଦର୍ଶନ ପାଇଁ ରୋସିଙ୍କ ପାର୍ଥିବ ଶରୀରକୁ ଓ୍ବିସେଂଜା ସ୍ଥିତ ଷ୍ଟାଡିୟମରେ ରଖାଯାଇଥିଲା ଓ କୋରୋନା କଟକଣା କାରଣରୁ ଅନ୍ତିମ ଯାତ୍ରାରେ 300ଜଣଙ୍କୁ ଅନୁମତି ରହିଥିଲା ।

ପାଓଲୋ ରୋସିଙ୍କ ଅନ୍ତିମ ସଂସ୍କାର
ପାଓଲୋ ରୋସିଙ୍କ ଅନ୍ତିମ ସଂସ୍କାର

କିନ୍ତୁ ଏହି ମହାନ ଖେଳାଳିଙ୍କ ଅନ୍ତିମ ଦର୍ଶନ ଲାଗି ହଜାରରୁ ଅଧିକ ଲୋକ ସାମିଲ ହୋଇଥିଲେ । ଏଥିସହ ରୋସିଙ୍କ କଫିନ୍‌କୁ ଟିମର ସାଥୀ ଖେଳାଳି କାନ୍ଧ ଦେଇଥିଲେ । ଇଟାଲୀର ଏକ ସ୍ଥାନୀୟ ଖବର କାଗଜ ମୁତାବକ, ରୋସିଙ୍କ ପୁଅ ଏଲସୈଡ୍ରୋଙ୍କ ସହ ବିଶ୍ବକପ ବିଜେତାଟିମର ରୋସିଙ୍କ ସାଥୀ ଖେଳାଳି ଟେରଡେଲ୍ଲି ଓ ଏଣ୍ଟୋନିୟୋ କାବରିନି ତାଙ୍କର କଫିନକୁ ଉଠାଇଥିଲେ । ତାଙ୍କର କଫିନଙ୍କ ଉପରେ ବିଶ୍ବକପ୍‌ ବିଜୟ ବଳର ଜର୍ସି ରଖାଯାଇଥିଲା ।

ପାଓଲୋ ରୋସିଙ୍କ ଅନ୍ତିମ ସଂସ୍କାର
ପାଓଲୋ ରୋସିଙ୍କ ଅନ୍ତିମ ସଂସ୍କାର

ତାଙ୍କର ଟିମ୍‌ ସାଥୀ କାବରିନି କହିଛନ୍ତି ଯେ, ମୁଁ କେବଳ ଟିମର ସଦସ୍ୟକୁ ନୁହେଁ ମୋର ଭାଇ ଓ ସାଙ୍ଗକୁ ହରାଇଛି ।

ଅନ୍ୟପଟେ ରୋସିଙ୍କୁ ସମ୍ମାନ ଜଣାଇ ସିରିଏ (ଇଟାଲୀର ଘରୋଇ ଲିଗ)ର ମ୍ୟାଚରେ ଖେଳାଳିମାନେ ଏକ ମିନିଟ୍‌ର ମୌନ ରଖିବା ସହ ହାତେ କଳାପଟି ବାନ୍ଧି ଖେଳିବେ ।

1982 ଫିଫା ବିଶ୍ବକପ୍‌ରେ ଦେଶ ପାଇଁ ସର୍ବାଧିକ ଗୋଲ୍‌ କରିଥିଲେ ପାଓଲୋ । ସେ 6ଟି ଗୋଲ କରି ଗୋଲ୍ଡେନ ବୁଟ ଓ ଗୋଲ୍ଡେନ ବଲ୍‌ ନିଜ ନାଁରେ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.