ETV Bharat / sports

ଆଇ-ଲିଗ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚରେ ମିଡିଆକୁ ମନା

author img

By

Published : Oct 6, 2020, 10:12 PM IST

ଆଇ-ଲିଗର ଯୋଗ୍ୟତା ପର୍ଯ୍ୟାୟ ପଶ୍ଚିମବଙ୍ଗର ଦୁଇଟି ସ୍ଥାନରେ 8ରୁ 19 ଅକ୍ଟୋବର ମଧ୍ୟ ଆୟୋଜିତ ହେବ ।

There will be no media entry for I league due to COVID
ଆଇ-ଲିଗର ଯୋଗ୍ୟତା ପର୍ଯ୍ୟାୟରେ ଗଣମାଧ୍ୟମକୁ ବାରଣ

ନୂଆଦିଲ୍ଲୀ: ଅଖିଳ ଭାରତୀୟ ଫୁଟବଲ ମହାସଂଘ ମଙ୍ଗଳବାର ବଡ ଘୋଷଣା କରିଛି । ହିରୋ ଆଇ-ଲିଗ ଯୋଗ୍ୟତା ପର୍ଯ୍ୟାୟ ପ୍ରସାରଣ କରିବାକୁ ଗଣମାଧ୍ୟମକୁ ଅନୁମତି ପ୍ରଦାନ କରାଯାଇନାହିଁ । କୋରୋନା ଭାଇରସ ମହାମାରୀ କାରଣରୁ ସୁରକ୍ଷା ନିୟମାବଳୀକୁ ଦୃଷ୍ଟିରେ ରଖି ଏହି ନିଷ୍ପତି ହୋଇଥିବା ସଂଘ ପକ୍ଷରୁ କୁହାଯାଇଛି ।

ଆଇ-ଲିଗର ଯୋଗ୍ୟତା ପର୍ଯ୍ୟାୟ ପଶ୍ଚିମବଙ୍ଗର ଦୁଇଟି ସ୍ଥାନରେ 8ରୁ 19 ଅକ୍ଟୋବର ମଧ୍ୟ ଆୟୋଜିତ ହେବ । ଏଥିସହିତ ଫୁଟବଲର ଆରମ୍ଭ ମଧ୍ୟ ହେବ ।

AIFF ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି, "ଦୁଃଖର ସହ ଘୋଷଣା କରାଯାଉଛି ଯେ, କୋରୋନା ମହାମାରୀ କାରଣରୁ ଓ କଡା ସୁରକ୍ଷା କଟକଣା ପାଇଁ ପ୍ରେସ, ସାମ୍ବାଦିକ, ଫଟୋଗ୍ରାଫର ବା କୌଣସି ଅନ୍ୟ ବ୍ୟକ୍ତିଙ୍କୁ ଷ୍ଟାଡିୟମରେ ପ୍ରବେଶ ଅନୁମତି ମିଳିବ ନାହିଁ ।''

ଆଇ-ଲିଗର ଗୋଟିଏ ସ୍ଥାନ ପାଇଁ 5ଟି ଟିମ ମଧ୍ୟରେ ମୁକାବିଲା ହେବ । ବିବେକାନନ୍ଦ ଯୁବ ଭାରତୀ କିଙ୍ଗଡମ ଓ କଲ୍ୟାଣୀ ମ୍ୟୁନିସପାଲ ଷ୍ଟାଡିୟମରେ ମ୍ୟାଚ ଖେଳାଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.