ଖୋର୍ଦ୍ଧା: ଆରମ୍ଭ ହେଲା 35ତମ ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ । କୁଶପଲ୍ଲା ମିନି ଷ୍ଟାଡିୟମ ଠାରେ ଉଦ୍ଘାଟିତ ହୋଇଛି ଏହି ରାଜ୍ୟସ୍ତରୀୟ ଟୁର୍ଣ୍ଣାମେଣ୍ଟ ।
ଟୁର୍ଣ୍ଣାମେଣ୍ଟରେ ଯାଜପୁର, ଢେଙ୍କାନାଳ, ଭୁବନେଶ୍ବର, ଭଞ୍ଜନଗର, ପୁରୀ, ନୟାଗଡ଼, କଟକର ଟିମ ଅଂଶଗ୍ରହଣ କରିଛନ୍ତି । ଏହି ଟୁର୍ଣ୍ଣାମେଣ୍ଟ ସୋମବାରଠାରୁ ଆରମ୍ଭ ହୋଇଥିବାବେଳେ ଆସନ୍ତା 14ରେ ଫାଇନାଲ ମ୍ୟାଚ ଖେଳାଯିବ ।
ଉଦ୍ଘାଟନୀ ମ୍ୟାଚରେ ଧର୍ମଶାଳା ଫୁଟବଲ ଆସୋସିଏସନ ଯାଜପୁର ବନାମ ପପୁଲାର କ୍ଲବ ଢେଙ୍କାନାଳ ମଧ୍ୟରେ ରୋମାଞ୍ଚକର ମ୍ୟାଚ ଖେଳା ଯାଇଥିବାବେଳେ, ଢେଙ୍କାନାଳ 1-0 ଗୋଲରେ ବିଜୟୀ ହୋଇଛି । ବହୁ ସଂଖ୍ୟାରେ ଦର୍ଶକ ଏହି ମ୍ୟାଚକୁ ଉପଭୋଗ କରିଥିଲେ ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ