ଫୁଲବାଣୀ: ରାଜ୍ୟ ଜନଜାତି ଏସଡିସି କପ ଫୁଟବଲ ଟୁର୍ଣ୍ଣାମେଣ୍ଟର ଶୁକ୍ରବାର ଶେଷ ଲିଗ ମ୍ୟାଚ । ଗୁରୁବାର ଖେଳାଯାଇଥିବା ମ୍ୟାଚରେ କୋରାପୁଟ ଦଳ ଉଭୟ ପୁରୁଷ ଓ ମହିଳା ବର୍ଗରେ ମାଲକାନଗିରିକୁ ପରାସ୍ତ କରିଥିଲା । ରାଇରଙ୍ଗପୁର ଦଳ କେନ୍ଦୁଝରକୁ ଉଭୟ ବର୍ଗରେ ପରାସ୍ତ କରିଥିଲା ।
ମୋଟ 10ଟି ଟିମ ମଧ୍ୟରୁ ଶ୍ରେଷ୍ଠ 4ଟି ଟିମ କ୍ବାର୍ଟର ଫାଇନାଲକୁ ଉନ୍ନିତ ହେବ । ମାର୍ଚ୍ଚ 2ରେ ସେମିଫାଇନାଲ ବାରିପଦାରେ ଖେଳାଯିବ । ପାଞ୍ଚଟି ଜିଲ୍ଲାର 10ଟି ଦଳ ମଧ୍ୟରେ 20ଟି ମ୍ୟାଚ ମଧ୍ୟରୁ ମୋଟ ପନ୍ଦରଟି ମ୍ୟାଚ ଖେଳ ସରିଛି ।
ରାଇରଙ୍ଗପୁର ଓ କନ୍ଧମାଳ ଦଳ ଫେଭରେଟ ରହିଛନ୍ତି । ଉଭୟ ଖେଳାଳି ଓ ଦର୍ଶକଙ୍କ ମଧ୍ୟରେ ଫୁଟବଲ ପ୍ରତି ପ୍ରବଳ ଉତ୍ସାହ ଦେଖିବାକୁ ମିଳୁଛି ।
କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ