ETV Bharat / sports

ରାମନନ୍ଦ ନିଙ୍ଗଥୁଜାମଙ୍କ ଚିକିତ୍ସା ପାଇଁ 5 ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ କ୍ରୀଡାମନ୍ତ୍ରୀ - ରାମନନ୍ଦ ନିଙ୍ଗଥୁଜାମ

ବୁଧବାର କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ଭାରତୀୟ ଜୁନିଅର ଫୁଟବଲର ରାମନନ୍ଦ ନିଙ୍ଗଥୁଜାମଙ୍କ ଚିକିତ୍ସା ପାଇଁ 5 ଲକ୍ଷ ଟଙ୍କା ଆର୍ଥିକ ସହାୟତା ଘୋଷଣା କରିଛି । ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଜାତୀୟ କଲ୍ୟାଣ ପାଣ୍ଠି ଅଧୀନରେ ଏହି ଅର୍ଥ ପ୍ରଦାନ କରାଯିବ । ଏନେଇ କେନ୍ଦ୍ର କ୍ରୀଡାମନ୍ତ୍ରୀ କିରଣ ରିଜ୍ଜୁ ଟ୍ବିଟରରେ ପ୍ରକାଶ କରିଛନ୍ତି ।

ରାମନନ୍ଦ ନିଙ୍ଗଥୁଜାମଙ୍କ ଚିକିତ୍ସା ପାଇଁ  5 ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ କ୍ରୀଡାମନ୍ତ୍ରୀ

author img

By

Published : Sep 10, 2020, 12:45 AM IST

ନୂଆଦିଲ୍ଲୀ: ବୁଧବାର କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ଭାରତୀୟ ଜୁନିଅର ଫୁଟବଲର ରାମନନ୍ଦ ନିଙ୍ଗଥୁଜାମଙ୍କ ଚିକିତ୍ସା ପାଇଁ 5 ଲକ୍ଷ ଟଙ୍କା ଆର୍ଥିକ ସହାୟତା ଘୋଷଣା କରିଛି । ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଜାତୀୟ କଲ୍ୟାଣ ପାଣ୍ଠି ଅଧୀନରେ ଏହି ଅର୍ଥ ପ୍ରଦାନ କରାଯିବ । ଏନେଇ କେନ୍ଦ୍ର କ୍ରୀଡାମନ୍ତ୍ରୀ କିରଣ ରିଜ୍ଜୁ ଟ୍ବିଟରରେ ପ୍ରକାଶ କରିଛନ୍ତି ।

ଜଣେ ରିକ୍ସା ଚାଳକଙ୍କ ପୁଅ ରାମାନନ୍ଦ 2017ରେ ଗୌହାଟୀରେ ଅନୁଷ୍ଠିତ ଅଣ୍ଡର-17 ଏସୀୟ ଫୁଟବଲ୍ ଚାମ୍ପିଅନସିପ୍ ତଥା 2013ରେ କଲ୍ୟାଣୀରେ ଅଣ୍ଡର-12 / ଅଣ୍ଡର-13 ଜାତୀୟ ସବ୍-ଜୁନିଅର୍ ଚାମ୍ପିଅନସିପରେ ଭାରତକୁ ପ୍ରତିନିଧିତ୍ୱ କରିଛନ୍ତି । ସେହିପରି 2015ରେ ଦିଲ୍ଲୀରେ ଅନୁଷ୍ଠିତ ଅଣ୍ଡର-15 ଜାତୀୟ ଚାମ୍ପିଅନସିପରେ ମଧ୍ୟ ଭାଗ ନେଇଛନ୍ତି । |

ରାମନନ୍ଦ ନିଙ୍ଗଥୁଜାମ କିଡନୀ ଜନିତ ସମସ୍ୟା ପାଇଁ ମଣିପୁରର ଏକ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ତାଙ୍କର ଗୁରୁତର ଅବସ୍ଥା ଏବଂ ପରିବାରର ଆର୍ଥିକ ସ୍ଥିତିକୁ ଅନୁଧ୍ୟାନ କରି କେନ୍ଦ୍ର ଯୁବ ମନ୍ତ୍ରୀ ତଥା କ୍ରୀଡ଼ା ମନ୍ତ୍ରୀ କିରଣ ରିଜିଜୁ ସହାୟତା ଘୋଷଣା କରିଛନ୍ତି ।

ରିଜିଜୁ କହିଛନ୍ତି, "ଆମ ଆଥଲେଟଙ୍କ କଲ୍ୟାଣ ସରକାରଙ୍କ ପାଇଁ ପ୍ରାଥମିକତା । ରାମାନନ୍ଦ ବିଭିନ୍ନ ସମୟରେ ଦେଶକୁ ପ୍ରତିନିଧିତ୍ୱ କରିଛନ୍ତି ଏବଂ ଭାରତୀୟ କ୍ରୀଡ଼ାରେ ସହଯୋଗ କରିଛନ୍ତି। ପଡ଼ିଆ ତଥା ବାହାରେ ସେମାନଙ୍କୁ ସର୍ବୋତ୍ତମ ସୁବିଧା ଯୋଗାଇବା ଗୁରୁତ୍ୱପୂର୍ଣ୍ଣ । କାରଣ ଆଥଲେଟମାନେ କେବଳ ଆମର ଜାତୀୟ ସମ୍ପତ୍ତି ନୁହଁନ୍ତି, ସେମାନେ ମଧ୍ୟ ଜାତୀୟ ଆଇକନ୍ ଅଟନ୍ତି । ତେଣୁ ଯଦି ଆମେ ସେମାନଙ୍କ ପାଇଁ ସମ୍ମାନର ସହ ବଞ୍ଚିବାକୁ ନିଶ୍ଚିତ କରିବୁ । ଆବଶ୍ୟକ ହେଲେ ଅଧିକ ଅର୍ଥ ତାଙ୍କୁ ଯୋଗାଇ ଦିଆଯିବ ବୋଲି ରିଜିଜୁ କହିବା ସହ ତାଙ୍କର ଆରୋଗ୍ୟ କାମନା କରିଛନ୍ତି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.