ETV Bharat / sports

ISL-7: SC ଇଷ୍ଟ ବେଙ୍ଗଲକୁ 2-0 ଗୋଲରେ ମାତ ଦେଲା ATK ମୋହନ ବାଗାନ

author img

By

Published : Nov 27, 2020, 10:27 PM IST

Updated : Nov 27, 2020, 10:46 PM IST

ଆଇଏସଏଲର ସପ୍ତମ ସଂସ୍କରଣର ଅଷ୍ଟମ ମ୍ୟାଚରେ ଏସସି ଇଷ୍ଟ ବେଙ୍ଗଲକୁ ମାତ ଦେଲା ଏଟିକେ ମୋହନ ବାଗାନ। 2-0 ଗୋଲରେ ପରାଜିତ ହୋଇଛି ଏସସି ଇଷ୍ଟ ବେଙ୍ଗଲ। ଅଧିକ ପଢ଼ନ୍ତୁ...

ISL-7: ATK ମୋହନ ବାଗାନର ଜାରି ରହିଛି ବିଜୟ ଯାତ୍ରା

ଭାସ୍କୋ: ଆଇଏସଏଲର ସପ୍ତମ ସଂସ୍କରଣର ଅଷ୍ଟମ ମ୍ୟାଚରେ ଏସସି ଇଷ୍ଟ ବେଙ୍ଗଲକୁ ମାତ ଦେଲା ଏଟିକେ ମୋହନ ବାଗାନ। 2-0 ଗୋଲରେ ପରାଜିତ ହୋଇଛି ଏସସି ଇଷ୍ଟ ବେଙ୍ଗଲ। ଗୋଆର ତିଲକ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ କଡ଼ା ପ୍ରତିଦ୍ବନ୍ଦିତା ହେବ ବୋଲି ଆଶା କରାଯ।ଉଥିଲା। ତେବେ ଏଟିକେ ମୋହନ ବାଗାନ ଏହି ମ୍ୟାଚକୁ ଏକ ପାଖିଆ ଭାବରେ ଜିତି ନେଇଛି ।

ମ୍ୟାଚ ଆରମ୍ଭରୁ ଏଟିକେ ମୋହନ ବାଗାନ ଓ ଏସସି ଇଷ୍ଟ ବେଙ୍ଗଲ ମଧ୍ୟରେ କଡ଼ା ପ୍ରତିଦ୍ବନ୍ଦୀ ଦେଖିବାକୁ ମଳିଥିଲା। ଖେଳର ପ୍ରଥମାର୍ଦ୍ଧ (first half) ପର୍ଯ୍ୟନ୍ତ ଦୁଇ ଦଳ ବରାବର ଖେଳ ଦେଖାଇଥିଲେ। ଇଷ୍ଟ ବେଙ୍ଗଲ ପକ୍ଷରୁ ଗୋଲ ଦେବା ପାଇଁ କେତେକ ସୁଯୋଗ ସୃଷ୍ଟି କରାଯାଇଥିଲା ସୁଦ୍ଧା ଏହାର ଫାଇଦା ଉଠାଇ ପାରନଥିଲା ଦଳ । ଏହି ସମୟରେ ଏଟିକେ ମୋହନ ବାଗାନ ପକ୍ଷରୁ ମଧ୍ୟ ବହୁ ସୁଯୋଗ ସୃଷ୍ଟି ହୋଇଥିଲା। ତେବେ ଇଷ୍ଟ ବେଙ୍ଗଲର ଗୋଲ କିପର ଦେବଜିତ ମଜୁମଦାରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଫାଷ୍ଟ ହାପରେ ମୋହନ ବାଗାନ ଦଳ କୌଣସି ଗୋଲ କରି ପାରନଥିଲା ।

ତେବେ ଦ୍ବିତୀୟାର୍ଦ୍ଧରେ ଏସସି ଇଷ୍ଟ ବେଙ୍ଗଲ କେତେକ ଛୋଟ ଛୋଟ ଭୁଲ କରିଥିଲା । ଏହାର ଫାଇଦା ଉଠାଇଥିଲା ଏଟିକେ ମୋହନ ବାଗାନ । ଦଳ ପକ୍ଷରୁ ରଏ କ୍ରୀଷ୍ଣା ଓ ମନବୀର ସିଂହ ଗୋଟିଏ ଲେଖାଏଁ ଗୋଲ ଦେଇଥିଲେ । ମିଡ ଫିଲ୍ଡରୁ ଏକାକୀ ବଲକୁ ନେଇ ଗୋଲ ପୋଷ୍ଟ ପର୍ଯ୍ୟନ୍ତ ପହାଞ୍ଚାଇଥିଲେ ମନବୀର ସିଂହ। ସାଇଡଲାଇନ ଟ୍ରିକ ବ୍ୟବହାର କରି ସେ ଏହି ଗୋଲ ଦେବାରେ ସକ୍ଷମ ହୋଇଥିଲେ । ଏହାପରେ ରଏ କ୍ରୀଷ୍ଣା ଆଇଏସଏଲରେ ପ୍ରଥମ ଗୋଲ ନିଜ ନାମରେ କରାଇଥିଲେ । ଜାଭି ହେର୍ଣ୍ଣାଣ୍ଡେଜଙ୍କଠାରୁ ଏକ ଟର୍ନଆରାଉଣ୍ଡ ପାସ ପାଇବା ପରେ ସେ ଏହି ଗୋଲ ଦେବାରେ ସକ୍ଷମ ହୋଇଥିଲେ ।

ବର୍ତ୍ତମାନେ ପଏଣ୍ଟ ତାଲିକାରେ ଶୀର୍ଷରେ ରହିଛି ଏଟିକେ ମହୋନବାଗାନ। ସେପଟେ ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ ହାରିବା ପରେ ପଏଣ୍ଟ ତାଲିକାର ଶେଷରେ ରହିଛି ଏସସି ଇଷ୍ଟ ବେଙ୍ଗଲ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Nov 27, 2020, 10:46 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.