ETV Bharat / sports

ସାଫ୍ ଚମ୍ପିଆନସିପ୍: ନେପାଳକୁ ୩-୦ ଗୋଲରେ ହରାଇଲା ଭାରତ

author img

By

Published : Oct 17, 2021, 11:10 AM IST

ନେପାଳକୁ ହରାଇ ଅଷ୍ଟମ ଥର ପାଇଁ ସାଫ୍ ଚମ୍ପିଆନସିପ୍ ଟାଇଟଲ୍ ହାତେଇଲା ଭାରତ । ଅଧିକ ପଢନ୍ତୁ...

SAFF Championship 2021 Final: India defeats Nepal 3-0 to lift title for the eighth time
ସାଫ୍ ଚମ୍ପିଆନସିପ୍: ନେପାଳକୁ ୩-୦ ଗୋଲରେ ହରାଇଲା ଭାରତ

ମାଲେ: ଅଷ୍ଟମ ଥର ପାଇଁ ସାଫ୍ ଚମ୍ପିଆନସିପ୍ ଟାଇଟଲ୍ ହାତେଇଲା ଭାରତ । ଶନିବାର ମାଳଦ୍ୱୀପର ମାଲେ ସ୍ଥିତ ‘ନ୍ୟାସ୍‌ନାଲ୍‌ ଷ୍ଟାଡିୟମ୍‌’ରେ ଆୟୋଜିତ ଫାଇନାଲ ମ୍ୟାଚରେ ନେପାଳକୁ ୩-୦ରେ ପରାସ୍ତ କରିଛି ଭାରତ ।

ଖେଳର ପ୍ରଥମାର୍ଦ୍ଧରେ ଭାରତୀୟ ଟିମ୍‌ ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ମୁକାବିଲା ଅମୀମାଂସିତ ରହିଥିଲା । କିନ୍ତୁ ଦ୍ୱିତୀୟାର୍ଦ୍ଧ ପ୍ରାରମ୍ଭରେ ଛେତ୍ରୀ ଗୋଲ୍‌ ଦେଇ ଭାରତକୁ ଅଗ୍ରଣୀ କରାଇଥିଲେ । ଦକ୍ଷିଣ ପାର୍ଶ୍ୱର ଖେଳାଳି ପ୍ରୀତମ୍‌ କୋଟଲାଙ୍କ ଠାରୁ ପାଇଥିବା ବଲ୍‌କୁ ଛେତ୍ରୀ ଏଭଳି ନୈପୁଣ୍ୟ ସହକାରେ ସଟ୍‌ ମାରିଥିଲେ ଯେ, ତାହାକୁ ଅଟକାଇବାକୁ ନେପାଳୀ ଗୋଲ୍‌କିପର୍‌ ବଲ୍‌ ଧରିବାକୁ ସୁଯୋଗ ପାଇନଥିଲେ ।

ଏହାର ଅଳ୍ପ ସମୟ ପରେ ସୁରେଶ ସିଂହ ଆଉ ଏକ ଚମତ୍କାର ସଟ୍‌ ମାରିଥିଲେ । ଜବାବରେ କୌଣସି ଗୋଲ କରିନପାରି ନେପାଳ ପରାସ୍ତ ହୋଇଛି । ମୁଖ୍ୟ ପ୍ରଶିକ୍ଷକ ଆଇଗୋର୍‌ ଷ୍ଟିମାକ୍‌ଙ୍କ ତତ୍ତ୍ୱାବଧାନରେ ଏହା ହେଉଛି ଭାରତୀୟ ଫୁଟ୍‌ବଲ୍‌ ଟିମ୍‌ର ପ୍ରଥମ ପଦକ ବିଜୟ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.