ETV Bharat / sports

ଓଡ଼ିଶା ମହିଳା ଲିଗ୍: ସ୍ପୋର୍ଟସ ହଷ୍ଟେଲ ବିପକ୍ଷରେ ରାଇଜିଙ୍ଗ ସ୍ପୋର୍ଟସ କ୍ଳବ ବିଜୟୀ

ଓଡ଼ିଶା ମହିଳା ଫୁଟବଲ ଲିଗର ଖେଳାଯାଇଛି ତୃତୀୟ ମ୍ୟାଚ। ରାଇଜିଙ୍ଗ ଷ୍ଟୁଡେଣ୍ଟସ କ୍ଳବ ସ୍ପୋର୍ଟସ ହଷ୍ଟେଲ ମଧ୍ୟ ହୋଇଥିଲା ଟକ୍କର। ଅଧିକ ପଢ଼ନ୍ତୁ...

author img

By

Published : Mar 3, 2021, 9:40 PM IST

ଓଡ଼ିଶା ମହିଳା ଲିଗ୍: ସ୍ପୋର୍ଟସ ହଷ୍ଟେଲ ବିପକ୍ଷରେ ରାଇଜିଙ୍ଗ ସ୍ପୋର୍ଟସ କ୍ଳବ ବିଜୟୀ
ଓଡ଼ିଶା ମହିଳା ଲିଗ୍: ସ୍ପୋର୍ଟସ ହଷ୍ଟେଲ ବିପକ୍ଷରେ ରାଇଜିଙ୍ଗ ସ୍ପୋର୍ଟସ କ୍ଳବ ବିଜୟୀ

ଭୁବନେଶ୍ବର: ଓଡ଼ିଶା ମହିଳା ଫୁଟବଲ ଲିଗର ଖେଳାଯାଇଛି ତୃତୀୟ ମ୍ୟାଚ। ଆଜି (ବୁଧବାର) ରାଇଜିଙ୍ଗ ଷ୍ଟୁଡେଣ୍ଟସ କ୍ଳବ ଓ ସ୍ପୋର୍ଟସ ହଷ୍ଟେଲ ମଧ୍ୟ ହୋଇଥିଲା ଟକ୍କର। ଏହି ମ୍ୟାଚରେ ସ୍ପୋର୍ଟସ ହଷ୍ଟେଲକୁ ମାତ୍ ଦେଇଛି ରାଇଜିଙ୍ଗ ଷ୍ଟୁଡେଣ୍ଟସ କ୍ଳବ। ମ୍ୟାଚ ହାତେଇବାକୁ ରାଇଜିଙ୍ଗ ଷ୍ଟୁଡେଣ୍ଟସ କ୍ଳବକୁ କଡ଼ା ସଂଘର୍ଷ କରିବାକୁ ପଡ଼ିଥିଲା। ଏହି ମ୍ୟାଚକୁ 3-2ରେ ଜିତି ନେଇଛି ରାଇଜିଙ୍ଗ ଷ୍ଟୁଡେଣ୍ଟସ କ୍ଳବ ।

କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ଉଭୟ ପକ୍ଷର କ୍ରୀଡ଼ାବିତମାନେ ଜୋଶରେ ଥିବା ଦେଖାଯାଇଥିଲା । ରାଇଜିଙ୍ଗ କ୍ଳବର ସୁଭଦ୍ରା ସାହୁ ଖେଳ ଆରମ୍ଭ ହେବାର ତୃତୀୟ ମିନିଟରେ ସ୍ପୋର୍ଟସ ହଷ୍ଟେଲକୁ ପ୍ରଥମ ଗୋଲ ଦେବାରେ ସମର୍ଥ ହୋଇଥିଲେ। ଯାହାକୁ ବରାବର କରିବା ପାଇଁ ଯାଇ ସ୍ପୋର୍ଟସ ହଷ୍ଟେଲର ଗୀତା କିଷାନ ଖେଳର 5 ମିନିଟରେ ଦଳ ପାଇଁ ଗୋଲ ସ୍କୋର କରିଥିଲେ।

ରାଇଜିଙ୍ଗ କ୍ଳବର ଯଶୋଦା ମୁଣ୍ଡା ମ୍ୟାଚର 17ତମ ମିନିଟରେ ଦଳ ପକ୍ଷରୁ ଆଉ ଏକ ଗୋଲ ସ୍କୋର କରିବା ସହ ଦଳକୁ ଆଉ ପାଦେ ବିଜୟ ପାଖକୁ ନେଇ ଯାଇଥିଲେ। ଏହାପରେ ମଧ୍ୟ ସ୍ପୋର୍ଟସ ହଷ୍ଟେଲ ଦଳ କଡ଼ା ଟକ୍କର ଦେଇଥିଲା। ଦଳର ବନ୍ୟା କବିରାଜ ଖେଳର 26ତମ ମିନିଟରେ ଗୋଲ ସ୍କୋର କରି ମ୍ୟାଚକୁ ବରାବର କରିଥିଲେ। ସମୟ ଗଡ଼ିବା ସହ ଖେଳ ରୋମାଞ୍ଚକ ମୋଡ଼କୁ ଗତି କରିଥିଲା।

ଏହାପରେ ରାଇଜିଙ୍ଗ କ୍ଳବର ଯଶୋଦା ମୁଣ୍ଡା ଖେଳର 67ତମ ମିନିଟରେ ନିଜର ଦ୍ଵିତୀୟ ତଥା ଦଳ ପକ୍ଷରୁ ତୃତୀୟ ଗୋଲ ସ୍କୋର କରିଥିଲେ। ଯାହାକୁ ବିପକ୍ଷ ଦଳ ସ୍ପୋର୍ଟସ ହଷ୍ଟେଲ ବରାବର କରିବାକୁ ଚେଷ୍ଟା କରିଥିଲେ ସୁଦ୍ଧା ସଫଳ ହୋଇ ନଥିଲା। ମ୍ୟାଚରେ ମ୍ୟାନ ଅଫ ଦି ମ୍ୟାଚ ହୋଇଛନ୍ତି ରାଇଜିଙ୍ଗ କ୍ଳବର ଯଶୋଦା ମୁଣ୍ଡା।

ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.