ଭୁବନେଶ୍ବର: ଓଡିଶା ଫୁଟବଲ ପାଇଁ ଖୁସି ଖବର । ରାଜ୍ୟର ଦୁଇ ଯୁବ ଫୁଟବଲ ଖେଳାଳି ସୁନୀଲ ସୋରେନ ଓ ରଞ୍ଜନ ସୋରେନ ଆଇ-ଲିଗରେ ଖେଳିବେ । ଆଇ-ଲିଗ ଟିମ ପଞ୍ଜାବ ଏଫସି ସହ 5 ବର୍ଷ ପାଇଁ ଚୁକ୍ତି କରିଛନ୍ତି ଏହି ଦୁଇ ଖେଳାଳି ।
ସୁନୀଲଙ୍କ ବୟସ 15 ଓ ରଞ୍ଜନଙ୍କୁ 16 ବର୍ଷ । ତେବେ ଏତେ କମ ବୟସରେ ପ୍ରତିଷ୍ଠିତ କ୍ଳବ ସହ ଚୁକ୍ତି କରିବା ଓଡିଶା ଫୁଟବଲ ଇତିହାସରେ ପ୍ରଥମ । ଇଣ୍ଡିଆନ ସୁପର ଲିଗ ଟିମ ଓଡିଶା ଏଫସି ମଧ୍ୟ ସୁନୀଲ ଓ ରଞ୍ଜନଙ୍କୁ ଟିମରେ ସାମିଲ ପାଇଁ ଇଚ୍ଛା ପ୍ରକାଶ କରିଥିଲା । ମାତ୍ର ସେମାନେ ପଞ୍ଜାବ ଏଫସିକୁ ଚୟନ କରିଛନ୍ତି । ରାଜ୍ୟ ସଭା ସାଂସଦ ଅମର ପଟ୍ଟନାୟକ ଟ୍ବିଟ ଯୋଗେଁ ଉଭୟ ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇନ୍ତି ।
ସୁନୀଲ ଓ ରଞ୍ଜନଙ୍କ ଘର ଭୁବନେଶ୍ବର ସାଲିଆ ସାହି ଅଞ୍ଚଳରେ । କୋଚ ଜୟଦେବ ମହାପାତ୍ର ଏହି ଫୁଟବଲ ପ୍ରତିଭାଙ୍କୁ ସ୍କୁଲ ସମୟରୁ ଚିହ୍ନଟ କରି କୋଚିଂ ଦେଇଛନ୍ତି । ପରେ ବାଇଚୁଙ୍ଗ ଭୁତିଆ ଫୁଟବଲ ଏକାଡେମୀ ପକ୍ଷରୁ ଚୟନ ହୋଇଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ