ETV Bharat / sports

କୋରୋନା ଭୟ, ଇଂଲଣ୍ଡରେ ସମସ୍ତ ଫୁଟବଲ ମ୍ୟାଚ ବାତିଲ

author img

By

Published : Mar 13, 2020, 11:39 PM IST

ଇଂଲଣ୍ଡରେ ସମସ୍ତ ପ୍ରଫେସନାଲ୍ କ୍ଲବ ଫୁଟବଲ କାର୍ଯ୍ୟକଳାପକୁ ଏପ୍ରିଲ 3 ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି । ଏନେଇ ଇଂଲଣ୍ଡ ଫୁଟବଲ ଆସୋସିଏସନ (ଏଫଏ) ଶୁକ୍ରବାର ଘୋଷଣା କରିଛି ।

premier-league-suspended-till-at-least-april-3
କୋରୋନା ଭୟ, ଇଂଲଣ୍ଡରେ ସମସ୍ତ ଫୁଟବଲ ମ୍ୟାଚ ବାତିଲ

ଲଣ୍ଡନ: ଦେଶର ସମସ୍ତ ପ୍ରଫେସନାଲ୍ କ୍ଲବ ଫୁଟବଲ କାର୍ଯ୍ୟକଳାପକୁ ଏପ୍ରିଲ 3 ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି । ଏନେଇ ଇଂଲଣ୍ଡ ଫୁଟବଲ ଆସୋସିଏସନ (ଏଫଏ) ଶୁକ୍ରବାର ଘୋଷଣା କରିଛି । ଏଥିରେ ହାଇ-ପ୍ରୋଫାଇଲ୍ ପ୍ରିମିୟର ଲିଗ୍, ଫୁଟବଲ୍ ଲିଗ୍ ଏବଂ ଏଫ୍ ଓମେନ୍ସ ସୁପର ଲିଗ୍ ଏବଂ ଏଫ୍ ଓମେନ୍ସ ଚମ୍ପିଆନସିପ୍ ଆଦି ଅନ୍ତର୍ଭୁକ୍ତ ରହିଛି |

ଏଥିସହିତ କପ୍ ପ୍ରତିଯୋଗିତା ଯେପରିକି, ଏଫ୍ କପ୍ ଏବଂ ଜୁନିୟର ପ୍ରତିଯୋଗିତା ସହିତ ମହିଳା ଏଫ୍ କପ୍ ଟୁର୍ଣ୍ଣାମେଣ୍ଟକୁ ମଧ୍ୟ ଏପ୍ରିଲ 3 ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି । ତେବେ ଏହି ସମସ୍ତ ନିଷ୍ପତ୍ତି ବିଶ୍ବରେ ବ୍ୟାପୁଥିବା କୋରୋନା ଭାଇରସର ପ୍ରଭାବ ବୋଲି ଇଂଲଣ୍ଡ ଫୁଟବଲ ଆସୋସିଏସନ (ଏଫଏ) ପ୍ରକାଶ କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.