ETV Bharat / sports

ପ୍ରିୟିମର ଲିଗ: ଲିଭରପୁଲ-ମାଞ୍ଚେଷ୍ଟର ସିଟି ମ୍ୟାଚ ଡ୍ର

author img

By

Published : Nov 9, 2020, 3:47 AM IST

ପ୍ରିମିୟର ଲିଗର 2020-21 ସିଜିନର ଲିଭରପୁଲ ଓ ମାଞ୍ଚେଷ୍ଟର ସିଟି ମ୍ୟାଚ ଅମୀମାଂସିତ ଭାବେ ଶେଷ ହୋଇଛି । ଅଧିକ ପଢନ୍ତୁ...

Premier League: Liverpool, Manchester City's match ends in 1-1 draw
ପ୍ରିୟିମର ଲିଗ: ଲିଭରପୁଲ-ମାଞ୍ଚେଷ୍ଟର ସିଟି ମ୍ୟାଚ ଡ୍ର

ମାଞ୍ଚେଷ୍ଟର: ପ୍ରିମିୟର ଲିଗର 2020-21 ସିଜିନର ଲିଭରପୁଲ ଓ ମାଞ୍ଚେଷ୍ଟର ସିଟି ମ୍ୟାଚ ଅମୀମାଂସିତ ଭାବେ ଶେଷ ହୋଇଛି । ଫଳରେ 17 ପଏଣ୍ଟ ସହ ଲିଭରପୁଲ ପଏଣ୍ଟ ଟେବୁଲର 3ୟ ସ୍ଥାନରେ ଓ 12 ପଏଣ୍ଟ ସହ ମାଞ୍ଚେଷ୍ଟର ସିଟି 11ତମ ସ୍ଥାନରେ ରହିଛି ।

ମ୍ୟାଚ 12ତମ ମିନିଟରେ ଲିଭରପୁଲକୁ ପେନାଲିଟି ସୁଯୋଗ ମିଳିଥିଲା । ଫଳରେ 13ତମ ମିନିଟରେ ମହମ୍ମଦ ସଲହା ଏହି ସୁଯୋଗକୁ ହାତଛଡା ନକରି ଗୋଲ କରିବା ସହ ଲିଭରପୁଲକୁ 1-0ରେ ଆଗୁଆ କରିଥିଲେ । ତେବେ 31ତମ ମିନିଟରେ ଗାବ୍ରିଏଲ ଜେସସ ମାଞ୍ଚେଷ୍ଟର ପକ୍ଷରୁ ଗୋଲ କରି ସ୍କୋର ବରାବର କରିଥିଲେ ।

ମ୍ୟାଚର ଶେଷ ମିନିଟ ପର୍ଯ୍ୟନ୍ତ ଉଭୟ ଟିମ ମଧ୍ୟରେ ଛକାପଞ୍ଚା ଲାଗିରହିଥିଲା । ମାତ୍ର ଡ୍ରରେ ମ୍ୟାଚ ଶେଷ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.