ETV Bharat / sports

ବାର୍ଦ୍ଧକ୍ୟରେ ଏକାକି ଫୁଟବଲ କୋଚ ମହମ୍ମଦ ଇଦରିଶ

author img

By

Published : Aug 23, 2020, 8:10 PM IST

78 ବର୍ଷୀୟ ମହମ୍ମଦ ଇଦରିଶ ବାବା ଜୀବନର 50 ବର୍ଷ କୋଚ ଭାବେ ଫୁଟବଲକୁ ଦେବା ପରେ ଆଜି ପରିଣତ ବୟସରେ ପାଖରେ ସାହା ହେବାକୁ କେହି ନାହାନ୍ତି ।

poor-condition-of-football-coach-mohammad-idrish-of-almora
ବାର୍ଦ୍ଧକ୍ୟରେ ଏକାକି ଫୁଟବଲ କୋଚ ମହମ୍ମଦ ଇଦରିଶ

ଅଲମୋରା: ଏକାଧିକ ଯୁବକଙ୍କୁ ଫୁଟବଲ ଖେଳରେ ଦକ୍ଷ କରି ଜାତୀୟ ଖେଳାଳି ଭାବେ ପରିଚିତ କରିଥିବା ଜଣେ କୋଚ ଆଜି ଅବହେଳିତ ଓ କଷ୍ଟକର ଜୀବନ ଜିଇଁବାକୁ ବାଧ୍ୟ ହେଉଛି । ଯେଉଁଠି ଗୋଟିଏ ପଟରେ ରାଜ୍ୟରେ କ୍ରୀଡାକୁ ପ୍ରୋତ୍ସାହନ ଦେବାନେଇ ପୁଳାପୁଳା ପ୍ରତିଶ୍ରୁତି ମିଳୁଛି, ଅନ୍ୟପଟରେ ପ୍ରତିଭାକୁ ପରକ୍ଷୀ ପ୍ରଶିକ୍ଷଣ ଦେଉଥିବା ମଣିଷ ଅନାଦାର ହୋଇଛି ।

ଉତ୍ତରଖଣ୍ଡ ରାଜ୍ୟର ଅଲମୋରା ଜିଲ୍ଲା ଅନ୍ତର୍ଗତ ରାନୀଖେତ ଅଞ୍ଚଳରେ ରହୁଥିବା ଫୁଟବଲ କୋଚ ମହମ୍ମଦ ଇଦରିଶଙ୍କୁ କୌଣସି ସମ୍ମାନ ମିଳୁନଥିବା ଅଭିଯୋଗ ହୋଇଛି । ଜୀବନର 50 ବର୍ଷ କୋଚ ଭାବେ ଫୁଟବଲକୁ ଦେବା ପରେ ଫଳ ଶୂନ । ମାତ୍ର ତାଙ୍କଠାରୁ ପ୍ରଶିକ୍ଷଣ ନେଇଥିବା ଖେଳାଳି ସଫଳତାର ଶୀର୍ଷକୁ ଛୁଇଁଛନ୍ତି ।

78 ବର୍ଷୀୟ ମହମ୍ମଦ ଇଦରିଶଙ୍କର ଫୁଟବଲ ପ୍ରତି ଅହେତୁକ ଦୁର୍ବଳତା ଥିଲା । ଫଳରେ ଅବିବାହିତ ରହିବା ସହ ଫୁଟବଲରେ ସମସ୍ତ ସମୟ ସମର୍ପିତ କରିଥିଲେ । ରାନୀଖେତର ରାଜପୁରା ସ୍ଥିର ଏକ ଛୋଟ ପଡିଆରେ ଫୁଟବଲର ଆରମ୍ଭ କରିଥିବା ଇଦରିଶ ବାବା ବିନା ଦରମାରେ ବର୍ଷବର୍ଷ ଧରି କୋଚ ରହିଛନ୍ତି ।

ଇଦରିଶ ବାବାଙ୍କ ଫୁଟବଲ କୋଚିଂରେ ଜାତୀୟ ସ୍ତରରେ ପହଞ୍ଚିଥିବା ଖେଳାଳିଙ୍କ ମଧ୍ୟରେ ସିଂହ ପରମାର, ପୁସ୍କର ଅଧିକାରୀ, ଅବଦୁଲ ରିଜୱାନ, ବିଶନ ସିଂ ବିଷ୍ଟ, ପ୍ରତାପ ସିଂ ବିଷ୍ଟ, ଦିନେଶ ଭୈସୋଡା, ରହୁଲ ବର୍ମା, ମନୋଜ ଭଟ୍ଟ, କୁନ୍ଦନ ସିଂ, ଜତିନ ଜୁଆଲ, ଅମନ କନୋଜିଆ, ପଙ୍କଜ ଅଧିକାରୀ, ତ୍ରିଭୁବନ ଅସବାଲ, ପରମେଶ୍ବର କାଣ୍ଡପାଲ, ନରେନ୍ଦ୍ର ପୁରି ରହିଛନ୍ତି ।

ତେବେ ଗତ ଦୁଇବର୍ଷ ଧରି କୋଚ ଇଦରିଶ ଅସୁସ୍ଥ ରହୁଛନ୍ତି । ମାତ୍ର ପରିଣତ ବୟସରେ ତାଙ୍କ ଯତ୍ନ ନେବାକୁ ପାଖରେ କେହି ବି ନାହାନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.