ETV Bharat / sports

କୋରୋନା ଭାଇରସ: ମେ 16ରୁ ଆରମ୍ଭ ହେବ ବୁନ୍ଦେସଲିଗା - Bundesliga to restart

ଜର୍ମାନି ଲିଗ ପକ୍ଷରୁ ମେ 16ରୁ ବୁନ୍ଦେସଲିଗା ଆରମ୍ଭ ନେଇ ଘୋଷଣା ହୋଇଛି । ଜର୍ମାନ ଫୁଟବଲ ଲିଗ(GFL)ର ସିଇଓ କ୍ରିଷ୍ଟିଆନ ସୈଫର୍ଟ ବୁନ୍ଦେସିଲିଗା ମେ 16(ଶନିବାର)ରୁ ଆରମ୍ଭ ନେଇ ଆନୁଷ୍ଠାନିକ ଭାବେ ଘୋଷଣା କରିଛନ୍ତି ।

OFFICIAL: Bundesliga to restart from May 16
କୋରୋନା ଭାଇରସ: ମେ 16ରୁ ଆରମ୍ଭ ହେବ ବୁନ୍ଦେସଲିଗା
author img

By

Published : May 8, 2020, 11:51 AM IST

ବର୍ଲିନ: ମହାମାରୀ କୋରୋନା ଭାଇରସର ପ୍ରଭାବ ଏଯାବତ କମ ହୋଇନାହିଁ । ତେବେ ଏହା ମଧ୍ୟରେ ଜର୍ମାନି ଲିଗ ପକ୍ଷରୁ ମେ 16ରୁ ବୁନ୍ଦେସଲିଗା ଆରମ୍ଭ ନେଇ ଘୋଷଣା ହୋଇଛି । ଜର୍ମାନ ଫୁଟବଲ ଲିଗ(GFL)ର ସିଇଓ କ୍ରିଷ୍ଟିଆନ ସୈଫର୍ଟ ବୁନ୍ଦେସିଲିଗା ମେ 16(ଶନିବାର)ରୁ ଆରମ୍ଭ ନେଇ ଆନୁଷ୍ଠାନିକ ଭାବେ ଘୋଷଣା କରିଛନ୍ତି ।

ଜର୍ମାନ ଚାନସେଲର ଆଞ୍ଜେଲା ମର୍କେଲ ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଅନୁମତି ପ୍ରଦାନ କରିଛନ୍ତି । ମାତ୍ର ବିନା ଦର୍ଶକରେ କଡା କଟକଣା ପାଳନ କରିବାକୁ ଗାଇଡଲାଇନ ଜାରି ହୋଇଛି । ଏହି ଫୁଟବଲ ଲିଗରେ ଅଶଂଗ୍ରହଣ କରୁଥିବା ସମସ୍ତ ଖେଳାଳି ଓ ବ୍ୟାକରୁମ ଷ୍ଟାଫଙ୍କ ଟେଷ୍ଟ ରିପୋର୍ଟ ନେଗେଟିଭ ଥିବା ଜରୁରୀ ବୋଲି କୁହାଯାଇଛି। ସେଥିପାଇଁ ସମସ୍ତ ଖେଳାଳି ଓ ଷ୍ଟାଫଙ୍କୁ ପ୍ରଥମେ କୋରୋନା ଭାଇରସ ଟେଷ୍ଟ କରାଇବାକୁ ହେବ ।

କୋରୋନା ଭାଇରସ ସଂକ୍ରମଣ ସତ୍ତ୍ବେ, ୟୁରୋପରେ ଖେଳାଯାଉଥିବା ଶ୍ରେଷ୍ଠ ଲିଗ ମଧ୍ୟରେ, ବୁନ୍ଦେସଲିଗା ପ୍ରଥମ ଲିଗ ଭାବେ ଆରମ୍ଭ ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.