ETV Bharat / sports

ISL-6: ଲକି କଳିଙ୍ଗ ଷ୍ଟାଡିୟମ, ଏକତରଫା ମ୍ୟାଚ ଜିତିଲା ଓଡିଶା FC

ପୁଣି ଘରୋଇ ଷ୍ଟାଡିୟମରେ ଓଡିଶା ଏଫସିର ବାଜିମାତ୍‌ । ଘରୋଇ ଗ୍ରାଉଣ୍ଡରେ 2-0 ଗୋଲ୍‌ରେ ବିପକ୍ଷ ଦଳ ଚେନ୍ନାଇନ ଏଫସିକୁ ମାତ୍‌ ଦେଇଛି ଓଡିଶା । ଅଧିକ ଖବର ପଢନ୍ତୁ...

isl-6
isl-6
author img

By

Published : Jan 6, 2020, 10:02 PM IST

Updated : Jan 6, 2020, 10:31 PM IST

ଭୁବନେଶ୍ବର: ଚଳିତ ଆଇଏସଏଲ ସଂସ୍କରଣରେ ଓଡିଶା ସୋମବାର ତା'ର ଦ୍ବିତୀୟ ଘରୋଇ ମ୍ୟାଚକୁ ବି ନିଜ ନାଁରେ କରିଛି । କଳିଙ୍ଗ ଷ୍ଟାଡିୟମରେ ମ୍ୟାଚର ହାଫଟାଇମ୍ ସୁଦ୍ଧା ଚେନ୍ନାଇନ ଏଫସିକୁ 2ଟି ଗୋଲ୍‌ ଦେଇ ଆଗୁଆ ରହିଥିଲା ଓଡିଶା । ମ୍ୟାଚ ଶେଷ ସୁଦ୍ଧା ଅତିଥି ଦଳ ଚେନ୍ନାଇନ ଏଫସି କୌଣସି ଗୋଲ୍‌ କରି ପାରିନଥିଲା । ତେବେ 2-0ରେ ଚେନ୍ନାଇକୁ ମାତ୍‌ ଦେଇଛି ଓଡିଶା ।

isl-6
ଟ୍ବିଟ

ଘରୋଇ ଦର୍ଶକଙ୍କ ସାମ୍ନାରେ ଓଡିଶା ଟିମ ବେଶ୍‌ ଉତ୍ସାହିତ ସହ ଦମ୍‌ଦାର ପ୍ରଦର୍ଶନ କରିଛି । ମ୍ୟାଚର 37ମିନିଟ୍‌ରେ ଓଡିଶା ପକ୍ଷରୁ ଜେରୀ ବିପକ୍ଷ ଗୋଲ୍‌ପୋଷ୍ଟରେ ଗୋଲ୍‌ କରି ସ୍କୋରବୋର୍ଡକୁ 1-0କୁ ଆଣିଥିଲେ । ପୁଣି 41ମିନିଟ୍‌ରେ ଘରୋଇ ଦଳ ପକ୍ଷରୁ ବିନିତ ଗୋଲ୍‌ କରି ଓଡିଶା ଏଫସି 2-0ରେ ଅଗ୍ରଣୀ ରହିଥିଲା ।

isl-6
ଟ୍ବିଟ

ତେବେ ଚେନ୍ନାଇନକୁ ହରାଇ ଓଡିଶା ଟିମ ପଏଣ୍ଟ ଟେବୁଲରେ 5ସ୍ଥାନକୁ ଉଠିଛି ।

isl-6
ଫଟୋ ସୌଜନ୍ୟ: ସୋସିଆଲମିଡିଆ@IndSuperLeague

ଚଳିତ ସଂସ୍କରଣରେ ବର୍ତ୍ତମାନ ଓଡିଶା 11ଟି ମ୍ୟାଚ ଖେଳି 4ଟିରେ ବିଜୟ,4ଟିରେ ପରାଜୟ ଓ 3ଟି ଡ୍ର ଖେଳିଛି । ପଏଣ୍ଟ ଟେବୁଲରେ 15ପଏଣ୍ଟ ସହ 5ମ ସ୍ଥାନରେ ରହିଛି । ସୂଚନାଥାଉକି ଓଡିଶା ତା'ର ପ୍ରଥମ ଘରୋଇ ମ୍ୟାଚରେ ଜାମସେଦପୁର ଏଫସିକୁ 2-1ରେ ପରାସ୍ତ କରିଥିଲା ।

ତୃତୀୟ ଘରୋଇ ମ୍ୟାଚ 11 ତାରିଖ ଦିନ ମୁମ୍ବାଇ ସିଟି ବିପକ୍ଷରେ ଓଡିଶା ଏଫ୍‌ସି ଖେଳିବ ।

Last Updated : Jan 6, 2020, 10:31 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.