ଭୁବନେଶ୍ବର: ସ୍ମାର୍ଟସିଟି ସାଜିଛି ଭାରତର ସ୍ପୋର୍ଟ କ୍ୟାପିଟାଲ । କଳିଙ୍କ ଷ୍ଟାଡିୟମରେ ଆୟୋଜନ ହୋଇସାରିଛି ହକିର ଦୁଇ ଦୁଇଟି ମେଗା ଇଭେଣ୍ଟ । କଟକରେ ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ ଆୟୋଜନ ମଧ୍ୟ ଓଡିଶାକୁ ବିଶ୍ବସ୍ତରରେ ନୂଆ ପରିଚୟ ଦେଇଛି ।
ତେବେ ଇତି ମଧ୍ୟରେ ନୂଆ କରି କ୍ରୀଡା ବିଭାଗ ସମ୍ଭଳୁଥିବା ତୁଷାରକାନ୍ତୀ ବେହେରା ଆଗାମୀ ଦିନରେ ଓଡିଶାରେ ଫିଫା ଫୁଟବଲ ଚମ୍ପିଆନସିପ ହେବା ନେଇ ଆଶା ବାନ୍ଧିଛନ୍ତି । ଓଡିଶା କ୍ରୀଡା କ୍ଷେତ୍ରରେ ଆଗକୁ ବଢିବାରେ ଲାଗିଛି । ଫଳରେ ଓଡିଶାର ବିଭିନ୍ନ ସିଟିରେ ବଡ ବଡ ସ୍ପୋର୍ଟ କମ୍ପଲେକ୍ସ କରିବାକୁ ସେ ଲକ୍ଷ୍ୟ ରଖିଥିବା କହିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ