ଭୁବନେଶ୍ବର: ଓଡିଶା ଫୁଟବଲ ପ୍ରେମୀଙ୍କ ପାଇଁ ଆଜି ଏକ ଖୁସିର ଦିନ । ଓଡିଶାର ନିଜର ଫୁଟବଲ ଦଳ ମଙ୍ଗଳବାର ଇଣ୍ଡିଆନ ସୁପର ଲିଗରେ ଖେଳିବ । ଜାମସେଦପୁର ଏଫସି ବିପକ୍ଷରେ ଓଡିଶା ଅଭିଯାନ ଆରମ୍ଭ କରିବ ।
ପ୍ରଥମ ଥର ପାଇଁ ନୂଆ ଦଳ ଭାବେ ଓଡିଶା ଏଫସି ଏହି ଟୁର୍ଣ୍ଣାମେଣ୍ଟରେ ଖେଳିବ । ସେଥିପାଇଁ ଖେଳାଳି, କୋଚ ଓ ପ୍ରଶଂସକ ଉତ୍ସାହିତ ଅଛନ୍ତି । ମ୍ୟାଚ ପୂର୍ବରୁ ଓଡିଶା ଏଫସି ଦଳର ମୁଖ୍ୟ କୋଚ ଜୋସେପ ଗୋମ୍ବାଉ, କ୍ୟାପଟେନ ମାର୍କୋସ ତେବାର, ଓ ସହ ନାରାୟଣ ଦାସ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି । ଓଡିଶା ଦଳରେ 5ଜଣ ଅଭିଜ୍ଞ ସ୍ପାନିସ ଫୁଟବଲ ଖେଳାଳି ଅଛନ୍ତି । ତେବେ ଅନ୍ୟମାନଙ୍କ ମଧ୍ୟରେ ଅଧିକାଂଶ ଯୁବ ଭାରତୀୟ ଖେଳାଳି ମଧ୍ୟ ଅଛନ୍ତି ।
ଇଣ୍ଡିଆନ ସୁପର ଲିଗର ଚଳିତ ସଂସ୍କରଣରେ ସବୁଠୁ ଯୁବ ଟିମ ହେଉଛି ଓଡିଶା ଏଫସି । ତେବେ ଦଳ ଭଲ ପ୍ରଦର୍ଶନ କରିବ ବୋଲ ଦୃଢୋକ୍ତି କରିଛନ୍ତି କ୍ୟାପଟେନ ଜୋଶେପ । ପୂର୍ବଥର ଜୋଶେପ ଦିଲ୍ଲୀ ଡାଇମଣ୍ଡର କ୍ୟାପଟେନ ରହିଥିଲେ ।