ETV Bharat / sports

ଗୋଲକିପର ରବି କୁମାରଙ୍କୁ ସାଇନ କଲା ଓଡ଼ିଶା ଏଫସି

author img

By

Published : Jun 29, 2020, 10:17 PM IST

ଦୁଇ ବର୍ଷ ପାଇଁ ଓଡ଼ିଶା ଏଫସିରେ ଖେଳିବେ ଗୋଲକିପର ରବି କୁମାର । କହିଲେ ‘ଆମ ଟିମ’ରେ ଯୋଗ ଦେବାକୁ ଉତ୍ସାହିତ ଅଛି । ଅଧିକ ପଢ଼ନ୍ତୁ...

Odisha FC signs goalkeeper Ravi Kumar, Ravi Kumar in OFC  for two years, Odisha FC, ରବି କୁମାରଙ୍କୁ ସାଇନ କଲା ଓଡ଼ିଶା ଏଫସି, ଗୋଲକିପର ରବି କୁମାର, ଓଡ଼ିଶା ଏଫସି
ଗୋଲକିପର ରବି କୁମାରଙ୍କୁ ସାଇନ କଲା ଓଡ଼ିଶା ଏଫସି

ଭୁବନେଶ୍ବର: ଇଣ୍ଡିଆନ ସୁପର ଲିଗର ସପ୍ତମ ସଂସ୍କରଣ ପୂର୍ବରୁ ଗୋଲକିପର ରବି କୁମାରଙ୍କୁ ସାଇନ କରିଥିବା ନେଇ ସୋମବାର ଓଡ଼ିଶା ଏଫସି ଘୋଷଣା କରିଛି ।

ଦୁଇବର୍ଷ ପାଇଁ ଉତ୍ତର ପ୍ରଦେଶର ଏହି ଖେଳାଳିଙ୍କୁ ଓଡ଼ିଶା ଏଫସି ସାଇନ କରିଥିବା ସୂଚନା ରହିଛି । ଇଣ୍ଡିଆନ ଏରୋସ ଓ ସ୍ପୋର୍ଟିଂ କ୍ଲବ ଡି ଗୋଆ ପାଇଁ ଖେଳିବା ପରେ ଆଇଏସଏଲର ଦ୍ବିତୀୟ ସଂସ୍କରଣରେ ସେ ଦିଲ୍ଲୀ ଡାଇନାମୋସ ପାଇଁ ଚୟନ ହୋଇଥିଲେ ।

ସେ ଲିଗରେ ନର୍ଥଇଷ୍ଟ ୟୁନାଇଟେଡ ଓ ମୁମ୍ବାଇ ସିଟି ଏଫସି ପାଇଁ ଯଥାକ୍ରମେ ବର୍ଷ 2017-18 ଓ 2018-19ର ସିଜନରେ ଖେଳିଥିଲେ । ଏହାସହ 26 ବର୍ଷୀୟ ଗୋଲକିପର କ୍ୟାରିଅର ଆରମ୍ଭରୁ ମିନର୍ଭା ପଞ୍ଜାବ ପାଇଁ ମଧ୍ୟ ଖେଳିଛନ୍ତି ।

ତେବେ ଓଡ଼ିଶା ଏଫସି ସହ ସାଇନ କରିବା ପରେ ଖୁସି ବ୍ୟକ୍ତ କରି ରବି କହିଛନ୍ତି ଯେ, ‘‘ମୁଁ ଓଡ଼ିଶା ଏଫସିରେ ଯୋଗ ଦେବା ପାଇଁ ଖୁବ ଉତ୍ସାହିତ ଅଛି, ଆଶା କରୁଛି କ୍ଲବକୁ ମୁଁ ଟାଇଟଲ ପାଇଁ ପ୍ରତିଦ୍ବନ୍ଦ୍ବିତା କରିବାରେ ଓ ଟ୍ରଫି ଜିତିବାରେ ସହାୟକ ହେବି । ‘ଆମ ଟିମ’ ପାଇଁ ଶୀଘ୍ର ଖେଳିବାକୁ ଆଶାବାଦୀ ରହିଛି ।’’

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.