ETV Bharat / sports

ISL-6 : ଦ୍ବିତୀୟ ଘରୋଇ ମ୍ୟାଚରେ ଓଡିଶା ଏଫ୍‌ସି ଦେଖାଇବ ଦମ୍‌

author img

By

Published : Jan 6, 2020, 6:46 PM IST

ପୁଣି ଥରେ 'କଳିଙ୍ଗ ଷ୍ଟାଡିୟମ' ଲକି ସାବ୍ୟସ୍ତ ଆଶାରେ ଓଡିଶା ଏଫସି ଟିମ । ସୋମବାର ଘରୋଇ ଗ୍ରାଉଣ୍ଡରେ 2ୟ ମ୍ୟାଚ ଚେନ୍ନାଇନ ବିପକ୍ଷରେ ଖେଳିବ ଓଡିଶା ଏଫସି ।

odisha fc
odisha fc

ଭୁବନେଶ୍ବର: ଚଳିତ ଆଇଏସଏଲ ସଂସ୍କରଣରେ ଓଡିଶା ସୋମବାର ତା'ର 2ୟ ଘରୋଇ ମ୍ୟାଚ ଖେଳିବ । କଳିଙ୍ଗ ଷ୍ଟାଡିୟମରେ ଚେନ୍ନାଇନ ଏଫସିକୁ ସନ୍ଧ୍ୟା 7ଟା30ରେ ଭେଟିବ । ଘରୋଇ ଦର୍ଶକଙ୍କ ସାମ୍ନାରେ ଖେଳିବାକୁ ନେଇ ଓଡିଶା ଟିମ ବେଶ୍‌ ଉତ୍ସାହିତ ଅଛି । ତେବେ ଚେନ୍ନାଇକୁ ହରାଇ ଓଡିଶା ଟପ୍‌-4ରେ ସ୍ଥାନ ସଂରକ୍ଷିତ କରିବାର ପ୍ରୟାସ କରିବ ।

ଏଥିସହ ବାକିଥିବା ଓଡିଶାର ସମସ୍ତ ମ୍ୟାଚ ଜିତିବା ଜରୁରୀ ଥିବାରୁ ବିପକ୍ଷ ଦଳ ଚେନ୍ନାଇନକୁ ହାଲୁକାରେ ନେବନି ଓଡିଶା । ସେହିପରି ଚେନ୍ନାଇନ ଓଡିଶାକୁ ହରାଇ 6ଷ୍ଠ ସ୍ଥାନରେ ପହଞ୍ଚିବାକୁ ଚେଷ୍ଟା କରିବ ।

odisha fc
ଫଟୋ ସୌଜନ୍ୟ: ସୋସିଆଲମିଡିଆ@IndSuperLeague

ଚଳିତ ସଂସ୍କରଣରେ ବର୍ତ୍ତମାନ ଓଡିଶା 10ଟି ମ୍ୟାଚ ଖେଳି 3ଟିରେ ବିଜୟ, 4ଟିରେ ପରାଜୟ ଓ 3ଟି ଡ୍ର ଖେଳିଛି । ପଏଣ୍ଟ ଟେବୁଲରେ 12ପଏଣ୍ଟ ସହ 6ଷ୍ଠ ସ୍ଥାନରେ ରହିଛି । ସେହିପରି ଚେନ୍ନାଇନ ଏଫସି 9ଟି ମ୍ୟାଚ ଖେଳି 2ଟିରେ ବିଜୟ, 3ଟିରେ ପରାଜୟ ଓ 4ଟି ଡ୍ର ଖେଳିଛି । ଏଥିସହ ପଏଣ୍ଟ ଟେବୁଲରେ 9 ପଏଣ୍ଟ ସହ ନବମ ସ୍ଥାନରେ ରହିଛି ।

ସୂଚନାଥାଉକି ଓଡିଶା ତା'ର ପ୍ରଥମ ଘରୋଇ ମ୍ୟାଚରେ ଜାମସେଦପୁର ଏଫସିକୁ 2-1ରେ ପରାସ୍ତ କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.