କୋଲକାତା: ଚଳିତ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆଇ-ଲିଗ୍ ଏବେ ରୋମାଞ୍ଚକ ମୋଡରେ ରହିଛି । 4ଟି ରାଉଣ୍ଡ ବାକି ଥାଇ କୌଣସି ଦଳ ଟାଇଟଲ ହାତେଇବାକୁ ଯାଉଛି । ତେବେ ଟାଇଟଲ ଲଢେଇରୁ ମାତ୍ର ଆଉ ଗୋଟିଏ ମ୍ୟାଚ ଦୂରରେ ରହିଛି ମୋହନ ବାଗନ୍ । ଆଉ ଏମିତି କରିବାରେ ଟୁର୍ଣ୍ଣାମେଣ୍ଟର 2ୟ ଦଳ ହେବ ମୋହନ ବାଗାନ୍ ।
ତେବେ ମଙ୍ଗଳବାର ସ୍ଥାନୀୟ କଲ୍ୟାଣୀ ଷ୍ଟାଡିୟମରେ ଖେଳାଯାଇଥିବା ଆଇଜାୱଲ ବିପକ୍ଷ ମ୍ୟାଚରେ ଏହି କୃତିତ୍ବ ଅର୍ଜନ କରିଛି ଦଳ । ମ୍ୟାଚରେ ଆଇଜାୱଲକୁ 1-0 ଗୋଲରେ ପରାସ୍ତ କରିଛି ମୋହନ ବାଗାନ୍ । ତେବେ ଏହି ବିଜୟ ସହ ଦଳ ଚଳିତ ଟୁର୍ଣ୍ଣାମେଣ୍ଟରେ ଅପରାଜିତ ରହି 16ଟି ମ୍ୟାଚରୁ 39 ପଏଣ୍ଟ ହାସଲ କରିଛି ।