ନୂଆଦିଲ୍ଲୀ: କୋରୋନା ଭାଇରସ ଯୋଗୁଁ ଆଇ-ଲିଗ ବାତିଲ ପରେ, ମୋହୁନ ବାଗନଙ୍କୁ ଚମ୍ପିଆନ ଘୋଷଣା ହୋଇଛି । ଶେଷ 28ଟି ମ୍ୟାଚ ବାକିଥାଇ 2019-20 ଆଇ-ଲିଗକୁ ବାତିଲ କରିଛି AIFF କମିଟି ।
ଭିଡିଓ କନଫରେନ୍ସି ଜରିଆରେ AIFF ଲିଗ କମିଟିର ବୈଠକ ହୋଇଥିଲା । ଅଲ ଇଣ୍ଡିଆ ଫୁଟବଲ ଫେଡେରେସନର ସିନିୟର ଉପ-ସଭାପତି ସୁବ୍ରତ ଦତ୍ତ ସଭାପତିତ୍ବ କରିଥିଲେ । ବୈଠକରେ ଚେୟାରମ୍ୟାନ ତଥା AIFF ସାଧାରଣା ସମ୍ପାଦକ କୁଶାଲ ଦାସ, ଲିଗ ସିଇଓ ସୁଦାନ୍ଦୋ ଧର, ଲାଲଙ୍ଗିନଗ୍ଳୋଭା ହମର, ସୌତର ଭଜ, ଅିଲ କୁମାର, ବିକେ ରୋକା, ଚିରାଗ ତନ୍ନା ଓ ରୋଚକ ଲାଙ୍ଗର ଉପସ୍ଥିତ ରହିଥିଲେ ।
ମାର୍ଚ୍ଚ 14ରେ ସ୍ଥିଗତ ଘୋଷଣା ହୋଇଥିଲା ଆଇ-ଲିଗ । ମୋହୁନ ବାଗନ ଟିମ ପଏଣ୍ଟ ଟେବୁଲର ଶୀର୍ଷ ସ୍ଥାନରେ ରହିଥିଲା । ତେବେ ହିରୋ ସବ-ଜୁନିୟର ଲିଗ, ହିରୋ ଜୁନିୟର ଲିଗ, ହିରୋ ଇଲିଟ ଲିଗ, ଓ 17 ବର୍ଷରୁ କମ ଖେଲୋ ଇଣ୍ଡିଆ ମହିଳା ଟୁର୍ଣ୍ଣାମେଣ୍ଟ ନେଇ କୌଣସି ନିଷ୍ପତି ହୋଇନାହିଁ ।