ଲଣ୍ଡନ: ମହାମାରୀ କୋରୋନା ଭାଇରସରେ ପୂର୍ବରୁ ଏକାଧିକ କ୍ରୀଡାବିତ ସଂକ୍ରମିତ ହେବାର ଦେଖାଯାଇଛି । ସଦ୍ୟ ସୂଚନା ଅନୁଯାୟୀ ଲିଭରପୁଲର ମହାନ ପୂର୍ବତନ ଖେଳାଳି କେନି ଡାଲଗିସଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିବା ଜଣାପଡିଛି ।
ସ୍କଟଲାଣ୍ଡର ପୂର୍ବତନ ଫରୱାର୍ଡ ଖେଳାଳି କେନି ଏପ୍ରିଲ 8ରେ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ । ଏହାପରେ 69 ବର୍ଷିୟ କେନି କୋରୋନା ସଂକ୍ରମଣର ଶୀକାର ହୋଇଥିବା ସ୍ପଷ୍ଟ ହୋଇଛି । ଏହାପରେ ସେଲଫ ଆଇସୋଲେସନରେ ରହିଛନ୍ତି କେନି ଡାଲଗିସ ।
ଫୁଟବଲ କ୍ୟାରିୟରରେ କେନି 8ଟି ଲିଗ ଚମ୍ପିଆନସିପ ଓ 3ଟି ୟୁରୋପିୟନ କପ ବିଜେତା ରହିଛନ୍ତି । 515ଟି ମ୍ୟାଚରୁ 172ଟି ଗୋଲ ମହାନ କେନିଙ୍କ ନାମରେ ରହିଛି ।