ETV Bharat / sports

ଫୁଟବଲ ପ୍ରିମିୟର ଲିଗ: ପଏଣ୍ଟ ତାଲିକା ଶୀର୍ଷରେ ଲିଭରପୁଲ, ଟାଇଟଲ ଆଶାରେ ଏଭର୍ଟନ

ପ୍ରିମିୟର ଲିଗ ଟୁର୍ଣ୍ଣାମେଣ୍ଟ ପଏଣ୍ଟ ତାଲିକାରେ ଶୀର୍ଷରେ ରହିଛି ଲିଭରପୁଲ। ତା' ପଛକୁ ଦ୍ବିତୀୟ ସ୍ଥାନରେ ରହିଛି ଏଭର୍ଟନ ଦଳ। ଅଧିକ ପଢ଼ନ୍ତୁ...

Liverpool and Everton back as EPL frontrunners after wins
ପ୍ରିମିୟର ଲିଗ: ପଏଣ୍ଟ ତାଲିକା ଶୀର୍ଷରେ ଲିଭରପୁଲ, ଟାଇଟଲ ଆଶାରେ ଏଭର୍ଟନ
author img

By

Published : Dec 20, 2020, 9:03 PM IST

ଲଣ୍ଡନ: ପ୍ରିମିୟର ଲିଗ ଟୁର୍ଣ୍ଣାମେଣ୍ଟ ପଏଣ୍ଟ ତାଲିକାରେ ଶୀର୍ଷରେ ରହିଛି ଲିଭରପୁଲ। ତା' ପଛକୁ ଦ୍ବିତୀୟ ସ୍ଥାନରେ ରହିଛି ଏଭର୍ଟନ ଦଳ। ପ୍ରିମିୟର ଲିଗରେ ଲିଭରପୁଲ ଶୀର୍ଷରେ ରହିବା ଏକ ଚିରପରିଚିତ କଥା। ତେବେ ଏହି ତାଲିକାରେ ଏଭର୍ଟନ ରହିବା ଏକ ଆଲୋଚନାର ବିଷୟ। ଗତ ଶନିବାର କ୍ରିଷ୍ଟାଲ ପାଲେଶକୁ 7-0 ଗୋଲ ଦେଇ ପରାଜିତ କରିଥିଲା ଲିଭରପୁଲ ।

Liverpool and Everton back as EPL frontrunners after wins
ପ୍ରିମିୟର ଲିଗ: ପଏଣ୍ଟ ତାଲିକା ଶୀର୍ଷରେ ଲିଭରପୁଲ, ଟାଇଟଲ ଆଶାରେ ଏଭର୍ଟନ

ଶନିବାର ଲିଭରପୁଲ ଆକ୍ରାମକ ପ୍ରଦର୍ଶନ କରିଥିଲା। ଲିଭରପୁଲ ପକ୍ଷରୁ ମହମ୍ମଦ ସଲାହ ଓ ରବୋର୍ଟ ଫେରମିନୋ ଦୁଇଟି ଲେଖାଏଁ ଗୋଲ ଦେଇଥିଲେ। ଏହାସହ ଜୋର୍ଡାନ ହେଣ୍ଡରସନ, ସାଡିଓ ମାନେ ଓ ଟାକୁମି ମିନାମିନୋ ଗୋଟିଏ ଲେଖାଏଁ ଗୋଲ ଦେଇଥିଲେ। ପ୍ରିମିୟର ଲିଗ ଇତିହାସରେ ଲିଭରପୁଲର ସର୍ବବୃହତ ବିଜୟ ହାସଲ କରିଛି। ଏହି ବିଜୟ ସହ ଲିଭରପୁଲର ଜରଗନ କ୍ଲପ ସବୁଠାରୁ ଅଧିକ ମ୍ୟାଚ ଜିତିବା ରେକର୍ଡ ମଧ୍ୟ ନିଜ ନାମରେ କରିଛନ୍ତି ।

ଚଳିତ ପ୍ରିମିୟର ଲଗିରେ ଏଭର୍ଟନ ମଧ୍ୟ ଭଲ ପ୍ରଦର୍ଶନ ଜାରି ରଖିଛି। 1985 ମସିହା ପରଠୁ ଏଭର୍ଟନ ପ୍ରିମିୟର ଲିଗ ଟୁର୍ଣ୍ଣାମେଣ୍ଟ ଜିତି ପାରିନାହିଁ। ଗତ 8 ଦିନ ମଧ୍ୟରେ 3ଟି ବିଜୟ ହାସଲ କରିଛି ଏଭର୍ଟନ। ଶେଷ ମ୍ୟାଚରେ ଆର୍ସେନାଲକୁ 2-1 ଗୋଲରେ ପରାଜିତ କରିଛି ଏଭର୍ଟନ । ଫଳରେ ଦଳ ପଏଣ୍ଟ ତାଲିକାରେ ଦ୍ବିତୀୟ ସ୍ଥାନରେ ରହିଛି। ରବିବାର ଟୋଟେନହାମ ଖେଳ ପରେ ପଏଣ୍ଟ ତାଲିକାରେ ତଳକୁ ଖସିପାରେ ଏଭର୍ଟନ। ଡିସେମ୍ବର 24ରେ କ୍ବାର୍ଟରଫାଇନାଲ ମ୍ୟାଚରେ ମ୍ୟାନ ୟୁନାଇଟେଡକୁ ଭେଟିବ ଏଭର୍ଟନ। ଚଳିତ ପ୍ରଦର୍ଶନକୁ ଦଳ ଟାଇଟଲ ହାତେଇବା ଆଶାରେ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.