ETV Bharat / sports

ମାରାଡୋନାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ଜୋରିମାନା ଗଣିଲେ ମେସି - ମାରାଡୋନା

ବିଶ୍ବର ଲୋକପ୍ରିୟ ଫୁଟବଲର ଲିଓନେଲ୍‌ ମେସି ଓସାସୁନା ବିପକ୍ଷ ମ୍ୟାଚରେ ଭିନ୍ନ ଢଙ୍ଗରେ ମାରାଡୋନାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ । କିନ୍ତୁ ଏହାପରେ ତାଙ୍କୁ ସ୍ପାନିଶ୍‌ ଫୁଟବଲ ସଂଘ 600 ୟୁରୋର ଜୋରିମାନା ଲଗାଇଛି ।

ମାରାଡୋନାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ଜୋରିମାନା ଗଣିଲେ ମେସି

author img

By

Published : Dec 3, 2020, 1:49 PM IST

ବାର୍ସେଲୋନା: ବିଶ୍ବର ଲୋକପ୍ରିୟ ଫୁଟବଲର ଲିଓନେଲ୍‌ ମେସି ଓସାସୁନା ବିପକ୍ଷ ମ୍ୟାଚରେ ଭିନ୍ନ ଢଙ୍ଗରେ ମାରାଡୋନାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ । କିନ୍ତୁ ଏହାପରେ ତାଙ୍କୁ ସ୍ପାନିଶ୍‌ ଫୁଟବଲ ସଂଘ 600 ୟୁରୋର ଜୋରିମାନା ଲଗାଇଛି ।

ରବିବାର ଦିନ ବାର୍ସେଲୋନା ଟିମ୍‌ 4-0ଗୋଲ୍‌ରେ ଓସାସୁନାକୁ ପରାଜୟ କରିଥିଲା । ଏହି ମ୍ୟାଚରେ ଦଳ ପାଇଁ ମେସି ଅନ୍ତିମ ଗୋଲ କରିବା ପରେ ନିଜର ଜର୍ସି ଓହ୍ଲାଇଥିଲେ ଓ ଡିଏଗୋ ମାରାଡୋନାଙ୍କ ଜର୍ସି ଦେଖାଇ ଆର୍ଜେଣ୍ଟିନାର ଏହି ମହାନ ଖେଳାଳୁଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ ।

ଲିଓନେଲ୍‌ ମେସି
ଲିଓନେଲ୍‌ ମେସି

ନିୟମ ଅନୁସାରେ କୌଣସି ଖେଳାଳି ମ୍ୟାଚ ବେଳେ ଜର୍ସି ଖୋଲି ପାରିବେ ନାହିଁ । ଏପରି କଲେ ବିଶୃଙ୍ଖଳିତ ଆଚରଣ ଯୋଗୁଁ ଜୋରିମାନା ଦେବାକୁ ପଡିଥାଏ । ଏଥିସହ ଟିମ ଜର୍ସି ଖୋଲିଥିବାରୁ ତାଙ୍କୁ ୟେଲୋ କାର୍ଡ ମିଳିଥିଲା ।

ମ୍ୟାଚ ପରେ ସେ ଏକ ଫଟୋ ସେୟାର କରି ଲେଖିଥିଲେ , ଫେୟରଓ୍ବଲ, ଡିଏଗୋ । ସୂଚନାଥାଉକି, ଗତ ସପ୍ତାହରେ 60ବର୍ଷୀୟ ମହାନ ଫୁଟବଲର ମାରାଡୋନାଙ୍କ ନିଧନ ହୋଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.