ମିଲାନ: ଫୁଟବଲ ଖେଳାଳି କୋରୋନାରେ ଆକ୍ରାନ୍ତ । ପରୀକ୍ଷା ପରେ ଇଟାଲୀର ଡିଫେଣ୍ଡର ଡାନିଏଲ ରୁଗାନି ପ୍ରଥମ ଫୁଟବଲ ଖେଳାଳି ଭାବେ କୋରୋନା ଭାଇରସରେ ସଂକ୍ରମିତ ହୋଇଥିବା ଜଣାପଡିଛି । ଏନେଇ ଇଟାଲିୟନ ଚମ୍ପିଆନ୍ସ ସ୍ପଷ୍ଟ କରିଛି ।

25 ବର୍ଷିୟ ରୁଗାନିଙ୍କୁ ପୃଥକ ଭାବେ ରଖାଯାଇ ଚିକତ୍ସା କରାଯାଉଛି । ଇଟାଲୀରେ କୋରୋନା ଭାଇରସରେ 827 ଜଣ ଲୋକଙ୍କ ପ୍ରାଣହାନୀ ଘଟିଛି । 12 ହଜାରରୁ ଊର୍ଦ୍ଧ୍ବ ଲୋକ ଏହି ଭାଇରସରେ କେବଳ ଇଟାଲୀରେ ସଂକ୍ରମିତ ଅଛନ୍ତି । ଚଳିତ ସିଜିନରେ ସେ ରୁଗାନି ମାତ୍ର 3ଟି ମ୍ୟାଚ ଖେଳିଛନ୍ତି । ଫବୃଆରୀ 22ରେ ଶେଷ ମ୍ୟାଚ ଖେଳିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ