ରୋମ୍: ୟୁରୋପିଅନ ଚମ୍ପିଆନସିପ ବିଜୟ ପରେ ଇଟାଲିଆନ ଫୁଟବଲ ଟିମ ସୋମବାର ସ୍ବଦେଶ ଫେରିଛି । ରବିବାର ପେନାଲିଟି ସୁଟଆଉଟ୍ରେ ଇଂଲଣ୍ଡକୁ ହରାଇ ଦୀର୍ଘ 53 ବର୍ଷର ଅପେକ୍ଷାର ଅବସାନ ଘଟାଇଛି ଇଟାଲୀ ।
ଖେଳାଳିଙ୍କ ହୋଟେଲ ନିକଟରେ ଉତ୍ସାହିତ ଫ୍ୟାନ୍ସ ଏକତ୍ର ହୋଇ ସମସ୍ତେ ସ୍ବାଗତ କରିଥିଲେ । ଇଟାଲିବାସୀ କେବଳ ଯୁବ ଜାତୀୟ ଫୁଟବଲ ଟିମ Euro 2020 ଚମ୍ପିଆନସିପ ପାଇଁ ଖୁସି ମନାଇନାହାନ୍ତି ବରଂ ମହାମାରୀ କୋରୋନା ଭାଇରସ ଦ୍ବାରା ସର୍ବାଧିକ ପ୍ରଭାବିତ ହେବାପରେ ନୂଆ ଏକ ଖୁସିର ଆରମ୍ଭ କରିଛନ୍ତି ।
ରୋମର ରାସ୍ତାରେ ହଜାର ହଜାର ଇଟାଲୀବାସୀ କାର୍ର ହର୍ଣ୍ଣ ବଜାଇ, ନାଜି ଗାଇ ଖୁସିମନାଇଛନ୍ତି । 2006 ବିଶ୍ବକପ ପରେ ଏହା ଦେଶର ପ୍ରଥମ ବଡ ଟ୍ରଫି ବିଜୟ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ