ଗୋଆ: ଇଣ୍ଡିଆନ ସୁପର ଲିଗ(ଆଇଏସଏଲ)ରେ ମଙ୍ଗଳବାର ଓଡିଶା ଏଫସି ସାମ୍ନାରେ ରହିଛି ନର୍ଥଇଷ୍ଟ ୟୁନାଇଟେଡ । ଜିଏମସି ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯିବାକୁ ଥିବା ଏହି ମ୍ୟାଚରେ ପ୍ରଥମ ବିଜୟ ଲକ୍ଷ୍ୟରେ ଖେଳିବ ଟିମ ଓଡିଶା ।
![ISL7: Odisha out for first win, NorthEast look to bounce back](https://etvbharatimages.akamaized.net/etvbharat/prod-images/m37_1_2212newsroom_1608599550_535.jpg)
ଏଯାବତ 6ଟି ମ୍ୟାଚ ଖେଳିସାରିଥିଲେ ମଧ୍ୟ ଗୋଟିଏ ବି ମ୍ୟାଚରେ କ୍ଳବ ବିଜୟୀ ହୋଇପାରିନାହିଁ । କେବଳ ଗୋଟିଏ ମ୍ୟାଚ ଅମୀଂମାସିତ ଖେଳିଥିବାରୁ 1 ପଏଣ୍ଟରେ ସନ୍ତୁଷ୍ଟ ରହିଛି ଓଡିଶା ଏଫସି । ଫଳରେ ଆଜିର ମ୍ୟାଚରେ ନିଶ୍ଚିନ୍ତ ବିଜୟ ଆଶାରେ ଖେଳିବ ଟିମ ।
![ISL7: Odisha out for first win, NorthEast look to bounce back](https://etvbharatimages.akamaized.net/etvbharat/prod-images/9967519_odfc.jpg)
ଭୁବନେଶ୍ବରସ୍ଥିତ କ୍ଳବ ଓଡିଶା ଏଫସି ଚଳିତ ଆଇଏସଏଲ ସଂସ୍କରଣରେ 5ଟି ପରାଜୟ ସହ ପଏଣ୍ଟ ଟେବୁଲର ଶେଷରେ ରହିଛି । ଅନ୍ୟପଟେ 4ର୍ଥ ସ୍ଥାନରେ ଥିବା ନର୍ଥଇଷ୍ଟ ୟୁନାଇଟେଡ ବିଜୟ ଧାରାକୁ ବଜାୟ ଲକ୍ଷ୍ୟରେ ରହିବ । ଫଳରେ ଶକ୍ତିଶାଳୀ ନର୍ଥଇଷ୍ଟ ୟୁନାଇଟେଡ ସାମ୍ନାରେ ଓଡିଶା କଡା ମୁକାବିଲାର ସାମ୍ନା କରିପାରେ ।
![ISL7: Odisha out for first win, NorthEast look to bounce back](https://etvbharatimages.akamaized.net/etvbharat/prod-images/9967519_odisha-fc.jpg)
ଓଭୟ ଆଟାକ ଓ ଡିଫେନ୍ସରେ ଖରାପ ପ୍ରଦର୍ଶନ ସହ ଫର୍ମ ପାଇଁ ସଂଘର୍ଷ କରୁଛି ଓଡିଶା । ଏଯାବତ ଓଡିଶା ବିପକ୍ଷରେ 9ଟି ଗୋଲ ହୋଇସାରିଛି, ଯାହାକି ଲିଗର ଦ୍ବିତୀୟ ସର୍ବାଧିକ ଖରାପ ପ୍ରଦର୍ଶନ । ଏହା ମଧ୍ୟରୁ 7ଟି ଗୋଲ୍ ମ୍ୟାଚର ପ୍ରଥମ ଅର୍ଦ୍ଧରେ ହୋଇଛି । ଷ୍ଟୁଆର୍ଟ ବକ୍ସଚରଙ୍କ ଟିମ ଏଯାବତ ମାତ୍ର 3ଟି ଗୋଲ କରିପାରେ ସମର୍ଥ ହୋଇଛି । ଯାହାକି ଯୁଗ୍ମସର୍ବନିମ୍ନ ଓ ସବୁଠୁ କମ ସଂଖ୍ୟକ ସୁଯୋଗ(42) ସୃଷ୍ଟି କରିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ