ମାର୍ଗାଓ: ଇଣ୍ଡିଆନ ସୁପର ଲିଗର ସପ୍ତମ ସଂସ୍କରଣରେ ଇଗର ଆଙ୍ଗୁଲୋ ଗୋଲ୍ଡେନ ବୁଟ୍ ଓ ଅରିନ୍ଦମ ଭଟ୍ଟାଚାର୍ଯ୍ୟ ଗୋଲ୍ଡେନ ଗ୍ଲୋଭସ୍ ବିଜେତା ହୋଇଛନ୍ତି । ଶନିବାର ମୁମ୍ବାଇ ସିଟି ଏଫସି 2-1 ଗୋଲ୍ରେ ଫାଇନାଲରେ ATK ମୋହୁନ ହଗାନକୁ ହରାଇ ପ୍ରଥମ ଟାଇଟେଲ ହାସଲ କରିଛି ।
ଗୋଲ୍ଡେନ ବୁଟ୍- ଇଗର ଆଙ୍ଗୁଲୋ
ଏଫସି ଗୋଆର ପ୍ରମୁଖ ଖେଳାଳି ଥିଲେ ଇଗର । ମୋଟ 14ଟି ଆକର୍ଷଣୀୟ ଗୋଲ୍ ସହାୟତାରେ ଗୋଆ ଷଷ୍ଠ ଥର ପାଇଁ ଆଇଏସଏଲ ସେମିଫାଇନାଲରେ ପ୍ରବେଶ କରିଥିଲା ।
ଗୋଲ୍ଡେନ ଗ୍ଲୋବ: ଅରିନ୍ଦମ ଭଟ୍ଟାଚାର୍ଯ୍ୟ
ଏଟିକେ ମୋହୁନ ବଗାନର ଅରିନ୍ଦମ ମୁମ୍ବାଇ ସହ ସଂଘର୍ଷପୂର୍ଣ୍ଣ ମ୍ୟାଚ ପରେ ଗୋଲ୍ଡେନ ଗ୍ଲୋବ ବିଜେତା ହୋଇଥିଲେ । ସଦ୍ୟ ସମାପ୍ତ ଆଇଏସଏଲ ସଂସ୍କରଣରେ ସେ ମୋଟ 19ଟି ଗୋଲ୍ ରୋକିଛନ୍ତି।
ସେହିପରି ରୟ କ୍ରୀଷ୍ଣାଙ୍କୁ ଲିଗ୍ର ହିରୋ , ଆଲବର୍ଟୋ ନୁଗ୍ୟେରାଙ୍କୁ ଲିଗ୍ର ବିଜେତା ପାସ୍ ଓ ଲାଲେଂମାୱିଆଙ୍କୁ ଲିଗ୍ର ଆଇଏସଏଲ ଏମର୍ଜିଂ ଖେଳାଳି ପୁରସ୍କାର ମିଳିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ