ଭୁବନେଶ୍ବର: ଇଣ୍ଡିଆନ ସୁପର ଲିଗ ଫ୍ରାଞ୍ଚାଇଜ(ISL) ଓଡିଶା ଏଫସି ସହ ସଂପର୍କ ଛିନ୍ନ କରିଛନ୍ତି ସିଇଓ ଆଶିଷ ଶାହ । 3ବର୍ଷର କାର୍ଯ୍ୟକାଳ ଶେଷ ହେବାପରେ ଓଡିଶା ଏଫସି ପରିବାରକୁ ଅଲବିଦା କହିଛନ୍ତି ଆଶିଷ ।
କାର୍ଯ୍ୟକାଳ ଶେଷ ହେବାପରେ ସିଇଓ ଆଶିଷ ଶାହ କହିଛନ୍ତି, ଓଡିଶା ଏଫସି ସହ 3 ବର୍ଷର ସମୟ ଆହ୍ବାନପୂର୍ଣ୍ଣ ତଥା ସମ୍ମାନଜନକ ମଧ୍ୟ ଥିଲା । କ୍ଳବ ମାଲିକ, ଓଡିଶା ସରକାର, ସାଥି କର୍ମଚାରୀ, ଖେଳାଳି, କୋଚ, ପ୍ରାୟୋଜକ ସମସ୍ତଙ୍କ ଧନ୍ୟବାଦ ଜଣାଇଛନ୍ତି ।
ଓଡିଶା ଏଫସି ସଭାପତି ରୋହନ ଶର୍ମା ଶାହଙ୍କୁ ନିଷ୍ଠାର ସହ କାର୍ଯ୍ୟପାଇଁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି । ଏଥିସହିତ ଭବିଷ୍ୟତ ଜୀବନା ପାଇଁ ଶୁଭେଚ୍ଛା ଜଣାଇଛନ୍ତି ।
ଗତ ସଂସ୍କରଣର ଇଣ୍ଡିଆନ ଲସୁପର ଲିଗରେ ଓଡିଶା ଏଫସି ଡେବ୍ୟୁ କରିଥିଲା । ଖେଳିଥିବା ମୋଟ 18ଟି ମ୍ୟାଚରୁ 7ଟିରେ ବିଜୟ ଓ 4ଟିରେ ପରାଜୟ ସହ ଷଷ୍ଠ ସ୍ଥାନରେ ଅଭିଯାନ ଶେଷ କରିଥିଲା । ପରେ ଚେନ୍ନାଇ ଏଫସିକୁ 3-1 ଗୋଲରେ ହରାଇ ଏଟିକେ 2019-20 ସଂସ୍କରଣର ଆଇଏସଏଲ ଟ୍ରଫି ବିଜେତା ହୋଇଥିଲା ।