ETV Bharat / sports

ISL: ମୁମ୍ବାଇ ସିଟି ଏଫସିରେ ଡିଫେଣ୍ଡର ମେହତାବ ସିଂ

ଇଣ୍ଡିଆନ ସୁପର ଲିଗର 2020-21 ସଂସ୍କରଣ ପୂର୍ବରୁ ଶକ୍ତି ବଢାଉଛି ମୁମ୍ବାଇ ସିଟି ଏଫସି ।

ISL: Mumbai City announce signing of Mehtab Singh
ISL: ମୁମ୍ବାଇ ସିଟି ଏଫସିରେ ଡିଫେଣ୍ଡର ମେହତାବ ସିଂ
author img

By

Published : Oct 24, 2020, 9:25 PM IST

ମୁମ୍ବାଇ: ଇଣ୍ଡିଆନ ସୁପର ଲିଗର 2020-21 ସଂସ୍କରଣ ପୂର୍ବରୁ ଶକ୍ତି ବଢାଉଛି ମୁମ୍ବାଇ ସିଟି ଏଫସି । ଶନିବାର ଯୁବ ଡିଫେଣ୍ଡର ମେହତାବ ସିଂଙ୍କୁ କ୍ଳବରେ ସାମିଲ କରିଛି ମୁମ୍ବାଇ ।

ଭାରତୀୟ ଯୁବ ଡିଫେଣ୍ଡରଙ୍କ ମଧ୍ୟରେ ଅନ୍ୟତମ ଶ୍ରେଷ୍ଠ ଡିଫେଣ୍ଡର ହେଉଛନ୍ତି 22 ବର୍ଷୀୟ ମେହତାବ ସିଂ। ଏହା କହିଛନ୍ତି ମୁମ୍ବାଇ କୋଚ ସର୍ଜିଓ ଲୋବେରା ।

"ମୁମ୍ବାଇ ସିଟି ଭଳି ବଡ କ୍ଳବକୁ ପ୍ରତିନିଧିତ୍ବ କରିବା ସମ୍ମାନର କଥା ।" ଏହା କହିଛନ୍ତି ମେହତାବ । ଦିନର ପ୍ରତ୍ୟେକ ଘଣ୍ଟା ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ବିଶ୍ବାସ ରଖେ । କଠିନ ପରିଶ୍ରମ କରିବା ଓ ଶୀଘ୍ର ଶିକ୍ଷା ଲାଭ କରି ପ୍ରତିନ୍ଦ୍ବନ୍ଦିତା କରିବା ମୂଳମନ୍ତ୍ର ରହିଛି । କ୍ଳବର ଉଦ୍ଦେଶ୍ୟ ଓ ଲକ୍ଷ୍ୟକୁ ହାସଲ କରିବାକୁ ସର୍ବଦା ପ୍ରୟାସ ରହିବ ବୋଲି ମେହତାବ କହିଛନ୍ତି ।

ପୂର୍ବରୁ ଇଷ୍ଟ ବେଙ୍ଗଲ କ୍ଳବର ସଦସ୍ୟ ରହିଥିଲେ ମେହତାବ । 2016ରେ ସେ ସିନିୟର ଟିମରେ ଡେବ୍ୟୁ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.