ETV Bharat / sports

ISL: ମନୁ ପାଟ୍ରିକିଓ ଓଡିଶା ଏଫସିର ନୂଆ ଗୋଲକିପର କୋଚ୍‌

author img

By

Published : Nov 7, 2021, 7:11 PM IST

ଇଣ୍ଡିଆନ ସୁପର ଲିଗ୍‌(ISL)ର ଆଗାମୀ ସଂସ୍କରଣ ପୂର୍ବରୁ ନୂଆ ଗୋଲ୍‌କିପର କୋଚ୍‌ ନିଯୁକ୍ତ କରିଛି ଓଡିଶା ଏଫସି । ଅଧିକ ପଢନ୍ତୁ...

ISL: Manu Patricio joins Odisha FC as goalkeeping coach
ISL: ମନୁ ପାଟ୍ରିକିଓ ଓଡିଶା ଏଫସିର ନୂଆ ଗୋଲକିପର କୋଚ୍‌ ନିଯୁକ୍ତ

ଭୁବନେଶ୍ବର: ଇଣ୍ଡିଆନ ସୁପର ଲିଗ୍‌(ISL)ର ଆଗାମୀ ସଂସ୍କରଣ ପୂର୍ବରୁ ନୂଆ ଗୋଲ୍‌କିପର କୋଚ୍‌ ନିଯୁକ୍ତ କରିଛି ଓଡିଶା ଏଫସି । ମନୁ ପାଟ୍ରିକିଓଙ୍କୁ ଗୋଲ୍‌କିପର କୋଚ୍‌ ନିଯୁକ୍ତ ହୋଇଛନ୍ତି ।

ବୁଏନସ ଏଇରେସରେ ଜନ୍ମିତ ମନୁ ନିଜ ଖେଳ କ୍ୟାରିୟରରେ ରିଅଲ ସୋସିଏଦାଦ ଓ ଓସସୁନା ପକ୍ଷରୁ ପ୍ରତିନିଧିତ୍ବ କରିବା ସହ ଗୋଲକିପର୍‌ ମଧ୍ୟ ରହିଛନ୍ତି ।

ଓଡିଶା ଏଫସିରେ ସାମିଲ ହେବାନେଇ ମନୁ କହିଛନ୍ତି, "ବହୁତ ଉତ୍ସାହିତ ଅଛି, ଏହା ସମ୍ମାନର କଥା । ଜଣେ ଗୋଲ୍‌ କିପର କୋଚ୍‌ ଭାବେ ଓଡିଶା ଏଫସି ସହିତ ସମସ୍ତ ଅଭିଜ୍ଞତା ଓ ଜ୍ଞାନକୁ ସେୟାର କରିବି ।"

ପୂର୍ବତନ ଓଡିଶା ଏଫସି ଗୋଲକିପର କୋଚ୍‌ ଜାକିନ ଭଲେରିଓ ଓଲିଭେରା ବ୍ୟକ୍ତିଗତ କାରଣ ଦର୍ଶାଇ ପଦ ଛାଡିଥିଲେ । ଚଳିତ ସପ୍ତାହରେ ଓଡିଶା ଏଫସି ଟୁର୍ଣ୍ଣାମେଣ୍ଟ ପାଇଁ ଅଫିସିଆଲ ସ୍କ୍ବାଡ୍‌ ଘୋଷଣା କରିସାରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.