ETV Bharat / sports

ISL-7: ହାଇଦ୍ରାବାଦ FC ବିପକ୍ଷରେ ସିଜନର ପ୍ରଥମ ମ୍ୟାଚ ଖେଳିବ ଓଡିଶା FC - ଆଇଏସଏଲର ସପ୍ତମ ସଂସ୍କରଣ

ଆଇଏସଏଲର ସପ୍ତମ ସଂସ୍କରଣର 3ଟି ମ୍ୟାଚ ବେଶ୍‌ ରୋମାଞ୍ଚକର ରହିଥିଲା । ତେବେ ଆଜି ଚଳିତ ସିଜନର 4ର୍ଥ ମ୍ୟାଚ ଜିଏମ୍‌ସି ଷ୍ଟାଡିୟମରେ ଓଡିଶା ଏଫ୍‌ସି ଓ ହାଇଦ୍ରାବାଦ ଏଫ୍‌ସି ମଧ୍ୟରେ ଖେଳାଯିବ ।

ISL-7: ହାଇଦ୍ରାବାଦ ଏଫ୍‌ସି ବିପକ୍ଷରେ ସିଜନର ପ୍ରଥମ ମ୍ୟାଚ ଖେଳିବ ଓଡିଶା ଏଫ୍‌ସି

author img

By

Published : Nov 23, 2020, 1:52 PM IST

ପାଣାଜି: ଆଇଏସଏଲର ସପ୍ତମ ସଂସ୍କରଣର 3ଟି ମ୍ୟାଚ ବେଶ୍‌ ରୋମାଞ୍ଚକର ରହିଥିଲା । ତେବେ ଆଜି ଚଳିତ ସିଜନର 4ର୍ଥ ମ୍ୟାଚ ଜିଏମ୍‌ସି ଷ୍ଟାଡିୟମରେ ସଂନ୍ଧ୍ୟା 7ଟା 30ରେ ଖେଳାଯିବ । ଏହି ମ୍ୟାଚରେ ମୁହାଁମୁହି ହେବେ ଓଡିଶା ଏଫ୍‌ସି ଓ ହାଇଦ୍ରାବାଦ ଏଫ୍‌ସି । ନୂଆ ପ୍ରଶିକ୍ଷକ ଓ ଅଧିନାୟକଙ୍କୁ ନେଇ ଗ୍ରାଉଣ୍ଡକୁ ଓହ୍ଲାଇବ ଓଡିଶା ଏଫ୍‌ସି ଦଳ । ବିଜୟ ସହ ସିଜିନର ଯାତ୍ରାର ଆରମ୍ଭ କରିବାକୁ ଚାହିଁବ ଟିମ ।

ଓଡିଶା ଏଫ୍‌ସି ବିପକ୍ଷ ଦଳ ହାଇଦ୍ରାବାଦ ଏଫ୍‌ସି ମଧ୍ୟରେ ଗତ ସିଜନରେ 2ଟି ମ୍ୟାଚ ଖେଳାଯାଇଥିଲା । ଏହି 2ଟି ମ୍ୟାଚକୁ ହାତେଇଥିଲା ଓଡିଶା ଏଫ୍‌ସି । 2019-20ରେ ପ୍ରଥମ କରି ସାମିଲ ହୋଇଥିଲା ଓଡିଶା ଏଫ୍‌ସି ଦଳ । ଉକ୍ତ ସିଜନରେ 18ଟି ମ୍ୟାଚରୁ 7ଟିରେ ବିଜୟ, 4ଟି ଡ୍ର ଖେଳିଥିଲା ଓ 7ଟି ରେ ପରାଜୟ ହୋଇ 25 ପଏଣ୍ଟ ସହ ପଏଣ୍ଟ ଟେବୁଲର 6ଷ୍ଠ ସ୍ଥାନର ରହିଥିଲା କ୍ଲବ ।

ଚଳିତ ବର୍ଷ ଦଳର ନୂତନ କୋଚ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ଷ୍ଟିଓ୍ବାଟ୍‌ ବାକ୍ସଟର । ଦଳରେ ନୂତନଭାବେ 6 ବିଦେଶୀ ଓ 11ଜଣ ଭାରତୀୟ ଖେଳାଳି ରହିଛନ୍ତି ।

ଗତ ସିଜନରେ ଓଡିଶା ଏଫ୍‌ସି 31ଗୋଲ୍‌ ଖାଇଥିଲା । ତେବେ ଏହାକୁ ଏକ ନଂ ବୋଲି କହିଛନ୍ତି ଷ୍ଟିଓ୍ବାଟ୍‌ ବାକ୍ସଟର । ଏବେ ଓଡିଶା କ୍ଲବ ପାଖରେ ଆଟାକିଙ୍ଗ୍‌ ପ୍ଲେୟାର ରହିଛନ୍ତି । ବ୍ରାଜିଲର ଷ୍ଟାଇକର ଡିଏଗୋ ମୋରିସିୟୋ, ମାର୍ସେଲିନୋଙ୍କ ପାଖରେ ମ୍ୟାଚ ବଦଳାଇବାର ଦକ୍ଷତା ରହିଛି ।

ଏପଟେ ହାଇଦ୍ରାବାଦ ଏଫ୍‌ସି ଟିମ ଗତ ସିଜନରେ 10ମ ସ୍ଥାନରେ ରହିଥିଲା । ତେବେ ଦଳର ନୂଆ କୋଚ୍‌ ମାନୁଏଲ ମାର୍କ୍ବେଜ ଗତ ପରାଜୟକୁ ଭୁଲି ନୂଆ ଆରମ୍ଭ ଲକ୍ଷ୍ୟରେ ରହିଛନ୍ତି । ଦଳରେ ଯୁବ ପ୍ରତିଭା ରହିଛନ୍ତି ଓ ଦଳ ମଧ୍ୟରେ ତାଳମେଶ ବେଶ୍‌ ଭଲ ରହିଛି ଓ ସମସ୍ତେ ନିଜ ଦାୟିତ୍ବ ଜାଣିଥିବା କହିଛନ୍ତି ମାନୁଏଲ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.