ETV Bharat / sports

ଆଇଏସଏଲ-7: ମ୍ୟାଚକୁ 2-2ରେ ଡ୍ର କରି ଅଭିଯାନ ଆରମ୍ଭ କଲେ ବେଙ୍ଗାଲୁରୁ ଓ ଗୋଆ

ଆଇଏସଏଲ 7ର ତୃତୀୟ ମ୍ୟାଚରେ କଡା ଟକ୍କର ତଥା ସଂଘର୍ଷପୂର୍ଣ୍ଣ ମ୍ୟାଚକୁ ବେଙ୍ଗାଲୁରୁ ଓ ଗୋଆ ଉଭୟ ଦଳ 2-2ରେ ମ୍ୟାଚ ଅମୀମାଂସିତ ରଖିଛନ୍ତି । ଅଧିକ ପଢନ୍ତୁ...

FC Goa, Bengaluru FC share spoils after 2-2 draw
ଆଇଏସଏଲ-7: ମ୍ୟାଚକୁ 2-2ରେ ଡ୍ର କରି ଅଭିଯାନ ଆରମ୍ଭ କଲେ ବେଙ୍ଗାଲୁରୁ ଓ ଗୋଆ
author img

By

Published : Nov 23, 2020, 3:44 AM IST

ପାଣାଜି: ଆଇଏସଏଲ 7ର ତୃତୀୟ ମ୍ୟାଚରେ ରବିବାର ଗୋଆ ଏଫସି ବେଙ୍ଗାଲୁରୁ ଏଫସିକୁ ଭେଟିଛି । କଡା ଟକ୍କର ତଥା ସଂଘର୍ଷପୂର୍ଣ୍ଣ ମ୍ୟାଚକୁ ଉଭୟ ଦଳ 2-2ରେ ମ୍ୟାଚ ଅମୀମାଂସିତ ରଖିଛନ୍ତି ।

କୋରୋନା ମହାମାରୀ ମଧ୍ୟରେ ପାଣାଜିର ଜବାହାରଲାଲ ନେହେରୁ ଷ୍ଟାଡିୟମରେ ଖେଳାଯାଇଥିବା ତୃତୀୟ ମ୍ୟାଚରେ ଏଫସି ଗୋଆ ବିପକ୍ଷରେ ବେଙ୍ଗାଲୁରୁ ଏଫସି ମ୍ୟାଚ ସଂଘର୍ଷପୂର୍ଣ୍ଣ ହୋଇଥିଲା । ଉଭୟ ଦଳ ପ୍ରଥମରୁ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରିଥିଲେ । ବେଙ୍ଗାଲୁରୁ ଏଫସି 27 ତମ ମିନିଟରେ ସିଲିଟୋଲ ସିଲଭା ଓ ଜୁଆନା 57 ତମ ମିନିଟରେ ଦୁଇଟି ଗୋଲ କରିଥିଲେ । ପ୍ରଧମାର୍ଦ୍ଧରେ ବେଙ୍ଗାଲୁରୁ ଏଫସି ଗୋଆ ବିରୋଧରେ ଦୁଇଟି ଗୋଲ ସ୍କୋର କରି ନିଜର ଆଧିପତ୍ୟ ଜାରୀ ରଖିଥିଲା ।

ଖେଳର ଦ୍ବିତୀୟାର୍ଦ୍ଧରେ ଗୋଆ ଏଫସି ଚମତ୍କାର ପ୍ରତ୍ୟାବର୍ତ୍ତନ କରିଥିଲା । ଦଳର ଷ୍ଟାର ଖେଳାଳି ଇଗୋର ଅଙ୍ଗୁଲୋ 66 ତମ ଓ 69 ତମ ମିନିଟରେ ଦୁଇଟି କ୍ରମାଗତ ଗୋଲ ସ୍କୋର କରି ମ୍ୟାଚକୁ ସମାନ ସ୍ତରକୁ ଆଣିଥିଲେ । ଖେଳର ମୋଟ ନିର୍ଦ୍ଧାରିତ ସମୟ ଶେଷରେ ଉଭୟ ଦଳ 2-2ରେ ମ୍ୟାଚକୁ ଡ୍ର ରଖିଥିଲେ ।

ବ୍ୟୁରୋ ରିପୋର୍ଟ,ଇଟଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.