ETV Bharat / sports

ISL-7: ଏଟିକେର ବିଜୟଧାରା ଜାରି

author img

By

Published : Feb 20, 2021, 10:18 AM IST

ଚଳିତ ଆଇଏସଏଲର ଗତକାଲି ମ୍ୟାଚରେ ଏଟିକେ ଇଷ୍ଟ ବେଙ୍ଗଲକୁ 3-1ରେ ପରାସ୍ତ କରିଛି ।

ISL-7: ଏଟିକେର ବିଜୟଧାରା ଜାରୀ
ISL-7: ଏଟିକେର ବିଜୟଧାରା ଜାରୀ

ପାଣାଜୀ:ଚଳିତ ଆଇଏସଏଲର ଗତକାଲି ମ୍ୟାଚରେ ଏଟିକେ ପୁଣି ଟପ୍‌-1 ପ୍ରଦର୍ଶନ କରି ବିଜୟ ଧାରା ଜାରି ରଖିଛି । ଶୁକ୍ରବାର ଇଷ୍ଟ ବେଙ୍ଗଲକୁ 3-1ରେ ପରାସ୍ତ କରିଛି ଏଟିକେ ମୋହନବାଗାନ ।

ମ୍ୟାଚର 15ମିନିଟ୍‌ରେ ଏଟିକେର ରୟ କ୍ରିଷ୍ଣା ପ୍ରଥମେ ଇଷ୍ଟ ବେଙ୍ଗଲକୁ ଗୋଲ୍‌ ଦେଇଥିଲେ । ଏହାପରେ ଇଷ୍ଟ ବେଙ୍ଗଲ ବରାବର ଗୋଲ୍‌କରି 1-1ରେ ସ୍କୋର ଆସିଥିଲା ।

କିନ୍ତୁ ଏଟିକେ ଦଳ ପୁଣି 72ମିନିଟ୍‌ ଓ 89ମିନିଟ୍‌ରେ ଇଷ୍ଟ ବେଙ୍ଗଲର ଗୋଲପୋଷ୍ଟରେ ଗୋଲ୍‌ ମାରି ଗତକାଲି ମ୍ୟାଚରେ ବିଜୟ ହାସଲ କରିଛି ।

ବର୍ତ୍ତମାନ ଏଟିକେ 12ଟି ମ୍ୟାଚରେ ବିଜୟ ହାସଲ କରି 39 ପଏଣ୍ଟ ସହ ପଏଣ୍ଟ ଟେବୁଲର ପ୍ରଥମ ସ୍ଥାନରେ ରହିଛି । ସେହିପରି ଇଷ୍ଟବେଙ୍ଗଲ 3ଟି ବିଜୟ ସହ 9ମ ସ୍ଥାନରେ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.