ETV Bharat / sports

ଆଜି ବାଜିବ ଆଇଏସଏଲ-7ର ବିଗୁଲ୍‌, ଉଦ୍‌ଘାଟନୀ ମ୍ୟାଚରେ କେରଳ ବ୍ଲାଷ୍ଟର୍ସକୁ ଭେଟିବ ଏଟିକେ ମୋହନ ବାଗାନ - kerala blasters vs atk mohun bagan

ଏବେ ପୁଣି ଫୁଟବଲ ମାୟାରେ ବାୟା ହେବେ ଫ୍ୟାନ୍ସ । ମହାମାରୀ ସଙ୍କଟ ସମୟରେ ଆଜି ଠାରୁ ଭାରତରେ ଆରମ୍ଭ ହେବାକୁ ଯାଉଛି ଆଇସିଏଲର 7ମ ସଂସ୍କରଣ । କୋରୋନା ମହାମାରୀ କାରଣରୁ ସମସ୍ତ ମ୍ୟାଚ ଗୋଆରେ ଖେଳାଯିବ । ଉଦ୍‌ଘାଟନୀ ମ୍ୟାଚ ଏଟିକେ ମୋହନ ବାଗାନ ଏଫ୍‌ସି ଓ କେରଳ ବ୍ଲାଷ୍ଟ୍ରସ ମଧ୍ୟରେ ଖେଳାଯିବ । ପଢନ୍ତୁ ସମ୍ପୂର୍ଣ୍ଣ ଖବର..

ଆଜି ବାଜିବ ଆଇଏସଏଲ-7ର ବିଗୁଲ୍‌, ଉଦ୍‌ଘାଟନୀ ମ୍ୟାଚରେ କେରଳ ବ୍ଲାଷ୍ଟର୍ସକୁ ଭେଟିବ ଏଟିକେ ମୋହନ ବାଗାନ

author img

By

Published : Nov 20, 2020, 2:15 PM IST

ପାଣାଜି: ଗ୍ରାଉଣ୍ଡକୁ ଫେରିଲା ଫୁଟବଲ । ମହାମାରୀ ସଙ୍କଟ ସମୟରେ ଆଜି ଠାରୁ ଭାରତରେ ଆରମ୍ଭ ହେବାକୁ ଯାଉଛି ଆଇଏସଏଲର 7ମ ସଂସ୍କରଣ । କୋରୋନା ମହାମାରୀ କାରଣରୁ ସମସ୍ତ ମ୍ୟାଚ ଗୋଆରେ ଖେଳାଯିବ । ତେବେ ଇଣ୍ଡିଆନ ସୁପର ଲିଗର ଗତ ସିଜନର ଫାଇନାଲ ମ୍ୟାଚ ବେଳକୁ ଭାରତରେ କୋରୋନା ପାଦ ଥାପି ସାରିଥିଲା । ଏଥିଲାଗି ଫାଇନାଲ ମ୍ୟାଚ ବିନା ଦର୍ଶକରେ ଖେଳା ଯାଇଥିଲା ।

ଏବେ 8ମାସ ପରେ ଦେଶର ବଡ ସ୍ପୋର୍ଟସ ଇଭେଣ୍ଟ ଭାବେ ଆଇଏସଏଲ ଆଜି ଆୟୋଜିତ ହେବ । 2020-21 ସିଜନର ପ୍ରଥମ ମ୍ୟାଚ ଜିଏମ୍‌ସି ଆଥ୍‌ଲେଟିକ ଷ୍ଟାଡିୟମ ବାମ୍ବୋଲିନ୍‌ ଗ୍ରାଉଣ୍ଡରେ ଏଟିକେ ମୋହନ ବାଗାନ ଏଫ୍‌ସି ଓ କେରଳ ବ୍ଲାଷ୍ଟ୍ରସ ମଧ୍ୟରେ ଖେଳାଯିବ । ତେବେ ଏହି ଟୁର୍ଣ୍ଣାମେଣ୍ଟ ପୁଣି ଥରେ ଦର୍ଶକଙ୍କ ବିନା ସଂଧ୍ୟା 7ଟା30ରେ ଖେଳାଯିବ । ସମସ୍ତ କ୍ଲବର ଖେଳାଳିମାନେ ପୂର୍ବରୁ ଗୋଆରେ ଉପସ୍ଥିତ ଅଛନ୍ତି । ସେମାନେ ବାୟୋ ସ୍କୋୟାର ବବଲ ମଧ୍ୟରେ ଅଛନ୍ତି ।

ଆଇଏସଏଲର ଚଳିତ ସଂସ୍କରଣ ସବୁଠାରୁ ବଡ ସିଜନ ହେବ । କାରଣ ଏଥର ଇଷ୍ଟ ବେଙ୍ଗଲ ନୂଆ କ୍ଲବ ଚଳିତ ସିଜନରେ ଗ୍ରାଉଣ୍ଡକୁ ଓହ୍ଲାଇବ । ଆଇଏସଏଲରେ ଅଂଶ ଗ୍ରହଣ କରୁଥିବା ଟିମ ସଂଖ୍ୟା ଏବେ 10ରୁ ବୃଦ୍ଧି ହୋଇ 11ରେ ପହଞ୍ଚିଛି ।

ତେବେ ଗୋଆର 3ଟି ଷ୍ଟାଡିୟମ ଜିଏମ୍‌ସି ଆଥ୍ଲେଟିକ ଷ୍ଟାଡିୟମ ବାମ୍ବୋଲିନ୍‌, ତିଳକ ମଇଦାନ ଓ ଫାଟ୍ରୋଡାରେ ଖେଳାଯିବ ।

ତେବେ ଚଳିତ ସଂସ୍କରଣରେ ସାମିଲ ହୋଇଥିବା 11ଟି ଦଳ ଗୁଡିକ ହେଲା:- କେରଳ ବ୍ଲାଷ୍ଟର୍ସ ଏଫସି, ଏଟିକେ ମୋହନ ବାଗାନ ଏଫ୍‌ସି, ନର୍ଥ ଇଷ୍ଟ ୟୁନାଇଟେଡ୍‌ ଏଫ୍‌ସି, ମୁମ୍ବାଇ ସିଟି ଏଫ୍‌ସି, ଏଫ୍‌ସି ଗୋଆ, ବାଙ୍ଗାଲୋର ଏଫ୍‌ସି, ଓଡିଶା ଏଫ୍‌ସି, ହାଇଦ୍ରାବାଦ ଏଫ୍‌ସି, ଜାମସେଦପୁର ଏଫ୍‌ସି ଓ ଇଷ୍ଟ ବେଙ୍ଗଲ ଓ ଚେନ୍ନାଇୟିନ ଏଫ୍‌ସି ।

ଦର୍ଶକମାନେ ଷ୍ଟାରସ୍ପୋର୍ଟ୍ସରେ ସିଧାପ୍ରାସରଣ ଦେଖି ପାରିବେ । ବିଶ୍ବର 82ଟି ଦେଶରେ ଆଇଏସଏଲର ସିଧାପ୍ରସାରଣ ହେବ । ନଭେମ୍ବର 29 ତାରିଖରୁ ପ୍ରତି ରବିବାର 2ଟି ମ୍ୟାଚ ଖେଳାଯିବ । ରବିବାର ଦିନ ପ୍ରଥମ ମ୍ୟାଚ ସନ୍ଧ୍ୟା 5ଟାରେ ଓ 2ୟ ମ୍ୟାଚ ରାତି 7ଟା 30ରେ ଖେଳାଯିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.